PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ଶାରିରୀକ କାର୍ଯ୍ୟକଳାପ କର୍କଟ ଓ ହୃଦ୍‌ରୋଗରେ ମୃତ୍ୟୁ ଆଶଙ୍କାକୁ ହ୍ରାସ କରିପାରିବ

30dayfitness.app

ନୂଆଦିଲ୍ଲୀ ୦୫/୦୨: ବୟସ୍କ ଲୋକମାନେ ନିଜକୁ ଫିଟ୍‌ ରଖିବା ପାଇଁ ନିୟମିତ କିଛି ନା କିଛି ଶାରିରୀକ ଶ୍ରମ କରିବା ଏକାନ୍ତ ଜରୁରି । ସେମାନେ ନିୟମିତ ବିଭିନ୍ନ ଶାରିରୀକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବା ଉଚିତ୍‌ ଯେପରିକି- ଚାଲିବା, ଜଗିଂ, ପହଁରିବା, ବ୍ୟାୟାମ ଓ ଟେନିସ୍‌ ଖେଳିବା ଆଦି । ଏସବୁ କରିବା ଦ୍ୱାରା ହୃଦ୍‌ରୋଗ ଓ କର୍କଟ ରୋଗର ଆଶଙ୍କାକୁ କମ୍‌ କରାଯାଇପାରେ ।

ଅଗଷ୍ଟ ୨୦୨୨ରେ ପ୍ରକାଶିତ ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ବିଭିନ୍ନ ଶାରିରୀକ କାର୍ଯ୍ୟକଳାପ କର୍କଟ ଓ ହୃଦ୍‌ରୋଗରେ ମୃତ୍ୟୁ ଆଶଙ୍କାକୁ ହ୍ରାସ କରିଥାଏ। ଶାରିରୀକ କାର୍ଯ୍ୟକଳାପ ନିର୍ଦ୍ଦେଶାବଳୀ ଅନୁସାରେ ବୟସ୍କମାନେ ସପ୍ତାହରେ ୨.୫ରୁ ୫ ଘଣ୍ଟା ଯାଏ ମଧ୍ୟମ ଧରଣର ବ୍ୟାୟାମ କରିପାରିବେ କିମ୍ବା ୧.୨୫ରୁ ୨.୫ ଘଣ୍ଟା ତୀବ୍ର ବ୍ୟାୟାମ କରିପାରିବେ । ବ୍ୟାୟାମ କରୁ ନଥିବା ଲୋକଙ୍କ ଅପେକ୍ଷା ବ୍ୟାୟାମ କରୁଥିବା ଲୋକଙ୍କ କ୍ଷେତ୍ରରେ ୫ ପ୍ରତିଶତ ମୃତ୍ୟୁହାର ହ୍ରାସ ପାଇଥାଏ । ଯେଉଁମାନେ ଆରମ୍ଭରୁ ବ୍ୟାୟାମ କରି ସକ୍ରିୟ ରହିଥାନ୍ତି । ସେମାନଙ୍କ କ୍ଷେତ୍ରରେ ମୃତ୍ୟୁ ଆଶଙ୍କା ଆହୁରି ହ୍ରାସ ପାଇପାରେ ।

ଅବସର ସମୟରେ ଶାରିରୀକ ସକ୍ରିୟତା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ । ଗବେଷକମାନେ ସେମାନଙ୍କ ସର୍ଭେରେ ୫୯ରୁ ୮୨ ବର୍ଷ ବୟସ ମଧ୍ୟରେ ୨୭୨,୫୫୦ଙ୍କୁ ସାମିଲ୍‌ କରିଥିଲେ । ଏହି ଅଂଶଗ୍ରହଣକାରୀମାନେ ପୂର୍ବରୁ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହେଲଥ୍‌ର ସର୍ଭେରେ ଭାଗ ନେଇଥିଲେ । ସେମାନେ କେତୋଟି ଭିନ୍ନ ଭିନ୍ନ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିଥିଲେ ଯେପରିକି ଜଗିଂ ବା ଚାଲିବା, ସାଇକେଲ ଚଳାଇବା, ପହଁରିବା ଓ ଏରୋବିକ୍‌ ଆଦି । ଏହି ଗବେଷଣାରେ ଅଂଶଗ୍ରହଣ କରିଥିବା ସମସ୍ତ ବ୍ୟକ୍ତିବିଶେଷଙ୍କ ମୃତ୍ୟୁହାର ଅନ୍ୟମାନଙ୍କ ତୁଳନାରେ ୧୯ ପ୍ରତିଶତ କମ୍‌ ରହିଥିଲା ।

ଡାକ୍ତରଙ୍କ କହିବା କଥା ବ୍ୟାୟାମ କରିବା ଦ୍ୱାରା ଭଲ କେଲେଷ୍ଟ୍ରଲ୍‌ ବଢିବା ସହ ଖରାପ କେଲେଷ୍ଟ୍ରଲ୍‌ ଏବଂ ଟ୍ରାଇଗ୍ଲାଇସେରାଇଡ ହ୍ରାସ ପାଇଥାଏ । ନିୟମିତ ଏରୋବିକ୍‌ କରିବା ଦ୍ୱାରା ଶରୀରରେ ମେଟାବେଲିଜିମ୍‌ ବଢିଥାଏ ।