ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ସାତ୍ୱିକ୍ କାଉନସିଲ୍ ପକ୍ଷରୁ ଓଡ଼ିଶାରେ କାରବାର ସମ୍ପ୍ରସାରଣ, ଗ୍ରାହକଙ୍କୁ ମିଳିବ ସ୍ବାଦିଷ୍ଟ ନିରାମିଷ ଖାଦ୍ୟ

ଭୁବନେଶ୍ୱର, ୨୮ ।୧ : ଅଣ ଲାଭକାରୀ ସଂଗଠନ ତଥା ବିଶ୍ୱର ପ୍ରଥମ ନିରାମିଷ ଖାଦ୍ୟ ଏବଂ ଲାଇଫ୍ ଷ୍ଟାଇଲ୍ ଷ୍ଟାଣ୍ଡାର୍ଡ ଡେଭଲପ୍‌ମେଣ୍ଟ ସଂସ୍ଥା ସାତ୍ୱିକ୍ କାଉନସିଲ୍ ଅଫ୍‌ ଇଣ୍ଡିଆ (ଏସ୍‌ସିଆଇ) ପକ୍ଷରୁ ଓଡ଼ିଶାରେ ଏହାର କାରବାର ସମ୍ପ୍ରସାରଣ କରାଯାଇଛି ।

ଏହି ଅବସରରେ ସାତ୍ୱିକ୍ କାଉନସିଲ୍ ଅଫ୍ ଇଣ୍ଡିଆର ପ୍ରତିଷ୍ଠାତା ଅଭିଷେକ ବିଶ୍ୱାସ କହିଥିଲେ, ଆମ ସଂସ୍ଥାର ବିକାଶ ଧାରା ଜାରି ରହିଛି । ଅନ୍ୟ ବୃହତ୍ ବ୍ରାଣ୍ଡଗୁଡ଼ିକ ସାତ୍ୱିକ୍‌ ସାର୍ଟିଫିକେଶନ ପାଇଁ ଉଦ୍ୟମ କରୁଛନ୍ତି । ତେଣୁ ଚାହିଦା ବୃଦ୍ଧି ପାଉଥିବା ଅଂଚଳରେ ଆମେ ଶାଖା ଖୋଲିବାର ପ୍ରୟାସ କରୁଛୁ । ଏଣୁ ପ୍ରଥମ ସହର ଭାବେ ଆମେ ଭୁବନେଶ୍ୱରରେ ପାଦ ଥାପିଛୁ ।

ସାତ୍ୱିକ୍ କାଉନସିଲ୍ ଅଫ୍ ଇଣ୍ଡିଆ ବିଶ୍ୱର ନିରାମିଷ ଗ୍ରାହକଙ୍କ ପାଇଁ ଏକ ନିରାମିଷ ପରିବେଶ ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଥାଏ । ବିଶ୍ୱର ସମସ୍ତ ନିରାମିଷ ଗ୍ରାହକଙ୍କ ଲାଗି ଏହା ଏକ ଶ୍ରେଷ୍ଠତମ ସ୍ଥାନ ପାଲଟିପାରିଛି । ଫୁଡ୍ ସପ୍ଳାଏ ଚେନ୍‌ର ନୂତନ ଏସ୍‌ଓପି ଏବଂ ମାନକ ଆଧାରରେ ସାତ୍ୱିକ୍ ମାର୍କ ଟ୍ରଷ୍ଟ୍ ଏବଂ ବିଲିଫ୍‌ର ଗ୍ୟାରେଣ୍ଟି  ପ୍ରଦାନ କରିବା ସହିତ ୧୦୦ ପ୍ରତିଶତ ଭେଜିଟେରିଆନ୍‌/ଭେଗାନ୍ ଉତ୍ପାଦ ନିଶ୍ଚିତ କରିଥାଏ ।

ଗତ ୧୦ ବର୍ଷ ମଧ୍ୟରେ ସାତ୍ୱିକ୍ କାଉନସିଲ୍ ଫୁଡ୍ ଏବଂ ହସ୍ପିଟାଲିଟି କ୍ଷେତ୍ରରେ ଏସ୍‌ଓପି ବିକଶିତ କରିଛି। ଏଥିସହ  ସାତ୍ୱିକ୍ କ୍ୱାଲିଟି ମ୍ୟାନେଜମେଣ୍ଟ ମାନୁଆଲ୍‌, ଭେଜିଟେରିଆନ୍ କ୍ୱାଲିଟି କିଚେନ୍‌ ମ୍ୟାନେଜମେଣ୍ଟ ମାନୁଆଲ ଏବଂ ଭେଜିଟେରିଆନ୍ ହସ୍ପିଟାଲିଟି ମ୍ୟାନେଜମେଣ୍ଟ ମାନୁଆଲ ଭଳି ୩ଟି ମାନୁଆଲ ବିକଶିତ କରିପାରିଛି ।

ସାତ୍ୱିକ୍ କାଉନସିଲ୍ ଅଫ୍ ଇଣ୍ଡିଆ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ଭେଜିଟେରିଆନ୍‌/ଭେଗାନ୍‌ କ୍ଷେତ୍ରରେ ୨୦୨୫ ସୁଦ୍ଧା ୧,୦୦,୦୦୦ ସାର୍ଟିଫାଏଡ୍ ସ୍କଲ୍ଡ୍ ରିସୋର୍ସ ସୃଷ୍ଟି କରିବାର ଲକ୍ଷ୍ୟ ରଖିଛି । ଏହା ସହିତ ୨୦୨୫ ସୁଦ୍ଧା କିଚେନ୍‌, ହଷ୍ଟେଲ,  ଉତ୍ପାଦ ଏବଂ ଟେକ୍ସଟାଇଲ୍ ସମେତ ପ୍ରାୟ ୧ ନିୟୁତ ଏଷ୍ଟାବ୍ଲିଶମେଣ୍ଟ ସୃଷ୍ଟିର ଲକ୍ଷ୍ୟ ଧାର୍ଯ୍ୟ ରଖିଛି।

ବର୍ତ୍ତମାନ ସାତ୍ୱିକ୍ କାଉନସିଲ୍ ଅଫ୍ ଇଣ୍ଡିଆ ଗ୍ଲୋବାଲ ଅଡିଟ୍ ପାର୍ଟନର ବ୍ୟୁରୋ ଭେରିଟାସ୍ ସହିତ ମିଳିତ ହୋଇଛି । ଏହା ମାଧ୍ୟମରେ ଭେଜିଟେରିଆନ୍ ସାର୍ଟିଫିକେଶନ ଠାରୁ ଆରମ୍ଭ କରି ଶ୍ରୀ ରାମାୟଣ ଯାତ୍ରା ନୂଆଦିଲ୍ଲୀର ସଫଦରଜଙ୍ଗ ରେଳଷ୍ଟେଶନରେ ଆରମ୍ଭ କରାଯାଇ ଭେଜିଟେରିଆନ୍‌ ଫ୍ରେଣ୍ଡ୍‌ଲି ରେଲୱେ ସର୍ଭିସ୍‌ର ଆରମ୍ଭ ହୋଇଛି । ଶ୍ରୀ ରାମାୟଣ ଯାତ୍ରା ପ୍ରଥମ ଭେଜିଟେରିଆନ୍‌ ଫ୍ରେଣ୍ଡ୍‌ଲି ଟ୍ରେନ୍  ଏବଂ ବ୍ୟୁରୋ ଭେରିଟାସ୍ ଏକ ଫ୍ରେଂଚ୍ କମ୍ପାନୀ । ଏହାର ଇନସ୍ପେକଶନ୍‌, ଟେଷ୍ଟିଂ ଏବଂ ସାର୍ଟଫିକେଶନ କ୍ଷେତ୍ରରେ ବିଶ୍ୱସ୍ତରରେ ଖ୍ୟାତି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.