ନୂଆଦିଲ୍ଲୀ : ବାହା ହେବାକୁ ଦେଲେ ପ୍ରତିଶୃତି । ହୋଟେଲକୁ ଡାକିଲେ । ଶାରିରୀକ ସମ୍ପର୍କ ରଖି ଭିଡିଓ ଉଠାଇଲେ । ପରେ ବ୍ଲାକମେଲିଂ କରି ନେଲେ ଲକ୍ଷେ ୮୦ ହଜାର । ଏତିକିରେ ମନ ବୁଝିଲାନି ଯେ, ମାଗିଲେ ୫ ଲକ୍ଷ । ଲକ୍ଷ୍ନୌରୁ ଆସିଛି ଏଭଳି ଏକ ଅଭିଯୋଗ । ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବାବେଳେ ଘଟଣାର ତଦନ୍ତ ଜାରି ରଖିଛି ।
ପୀଡ଼ିତା ଜଣକ କହିଛନ୍ତି କି, ଏକ ମ୍ୟାଟ୍ରିମୋନିଆଲ୍ ସାଇଟରୁ ସେ ଅଭିଯୁକ୍ତ ପ୍ରତାପ ସିଂହକୁ ଭେଟିଥିଲେ । ମୋ ସହ କଥା ବାର୍ତ୍ତା ହେବା ସହ ମୋ ବିଶ୍ବାସ ଜିତିଥିଲେ । ଏମିତି କିଛିଦିନ କଥା ହେବା ପରେ ପ୍ରେମ ମଧ୍ୟ ହୋଇଯାଇଥିଲା ।ମୋ ପାଇଁ ଟିକେଟ ବୁକ୍ କରିବା ସହ ଲଜକୁ ଯିବା ପାଇଁ ବାଧ୍ୟ କରିଥିଲେ । ଯେତେବେଳେ ଲଜରେ ପହଞ୍ଚିଥିଲି ମିଠା ମିଠା କଥା କହି ଫସାଇଥିଲେ । ଆଉ ବାଧ୍ୟ କରି ମୋ ସହ ଶାରିରୀକ ସମ୍ପର୍କ ରଖିଥିଲେ ।ଅଜାଣତରେ ଭିଡିଓ ମଧ୍ୟ ବନାଇ ଦେଇଥିଲେ ।
ପରେ ଭିଡିଓକୁ ଭାଇରାଲ କରାଇ ଦେବାକୁ ଧମକ ଦେଇଥିଲେ । ମୋ ପାଖରୁ ଲକ୍ଷେ ୮୦ ହଜାର ନେଇଥିଲେ । ଲାଜରେ ମୁଁ ଟଙ୍କା ଦେଇଥିଲି । ପରେ ଭିଡିଓ ଡିଲିଟ କରିବାକୁ ପୁଣିଥରେ ଡାକିଥିଲେ । ଭୟରେ ଯାଇଥିବାବେଳେ ୫ ଲକ୍ଷ ଟଙ୍କା ମାଗିଥିଲେ । ଆଉ ଭିଡିଓ ଡିଲିଟ କରିବାକୁ କହିଥିଲେ । ଏତିକିରେ ମନ ବୁଝିନଥିଲା ଯେ ତାଙ୍କ ସାଙ୍ଗମାନଙ୍କ ସହ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ମୁଁ ଅରାଜି ହେବାରୁ ମାଡ଼ ମାରିଥିଲେ । ଶେଷରେ ଆଇନର ଆଶ୍ରୟ ନେଲି । ସେପଟେ ପୁଲିସ ଏହି ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ଅଟକ ରହିଥିବାବେଳେ ସାଙ୍ଗମାନେ ଫେରାର ଅଛନ୍ତି । ସେମାନଙ୍କୁ ଖୋଜୁଛି ପୁଲିସ ।
ଏହାସହ ପଢ଼ନ୍ତୁ : ମିଛ କହି ଯୁବତୀଙ୍କୁ ଫସାଇ ବାହା ହୋଇଥିଲେ ବୋଲି….