ନୂଆଦିଲ୍ଲୀ : ସେନାରେ ଚାକିରି କରିଥିବା ନେଇ କହିଥିଲେ । ଯୁବତୀଙ୍କୁ ପ୍ରେମରେ ଫସାଇଲେ, ଆଉ ବାହାହୋଇଗଲେ ।ସବୁ ସତ ଜାଣିବା ପରେ ଭିଡିଓ କରି ଜୀବନ ହାରିଲେ ୨୬ ବର୍ଷୀୟ ଯୁବତୀ । ମଧ୍ୟପ୍ରଦେଶର ଗ୍ବାଲିୟରରୁ ଆସିଛି ଏଭଳି ଅଭିଯୋଗ । ଅଭିଯୁକ୍ତ ସ୍ବାମୀକୁ ପୁଲିସ ବାନ୍ଧିଛି । ଅଭିଯୁକ୍ତ ସତ୍ୟ ନାରାୟଣ ଗିରଫ ହୋଇଥିବାବେଳେ ଘଟଣାର ତଦନ୍ତ ଜାରି ରଖିଛି ପୁଲିସ । ମୃତ ଯୁବତୀ ଜଣକ ହେଲେ ବୈଷ୍ଣବୀ । ଅଭିଯୁକ୍ତକୁ କଠୋର ଦଣ୍ଡ ଦେବାକୁ ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ବୈଷ୍ଣବୀ ଏବଂ ସତ୍ୟନାରାୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା । ଏହାପରେ ଏହା ପ୍ରେମରେ ପରିଣତ ହୋଇଥିଲା । ପ୍ରେମ ଏତେ ଘନିଷ୍ଠ ହୋଇଥିଲା କି, ଉଭୟ ଆର୍ଯ୍ୟ ସମାଜରେ ବିବାହ କରିଥିଲେ । ପରିଚୟ ଲୁଚାଇ ନିଜକୁ ସୌନିକ ବୋଲି ପରିଚୟ ଦେଇଥିଲେ ସତ୍ୟନାରାୟଣ । ମାତ୍ର ଯେତେବେଳେ ବିବାହ ପରେ ବୈଷ୍ଣବୀଙ୍କୁ ନେଇ ଏକ ଭଡ଼ା ଘରେ ରଖିଥିଲେ ସେ ସତ ଜାଣି ପାରିଥିଲେ । ସବୁଠାରୁ ଅଧିକ କଷ୍ଟ ଲାଗିଥିଲା ଯେତେବେଳେ ସେ ଜାଣିବାକୁ ପାଇଥିଲେ ତାଙ୍କ ସ୍ବାମୀ ପୂର୍ବରୁ ବିବାହ କରିଛନ୍ତି। ଏହାସହ ତାଙ୍କର ଦୁଇ ଛୁଆ ମଧ୍ୟ ରହିଛନ୍ତି ।
ସବୁ ଜାଣିବା ପରେ ସ୍ବାମୀଙ୍କ ସହ ଝଗଡ଼ା କରିଥିଲେ। ସତ୍ୟନାରାୟାଣ ତାଙ୍କ କଥାକୁ ଶୁଣିନଥିଲେ । ଏହାସହ ଛାଡ଼ି ଦେବାକୁ ଧମକ ଦେଇଥିଲେ । ଘରର ଠିକଣା ପାଇବା ପରେ ସ୍ବାମୀଙ୍କ ପରିବାର ଲୋକଙ୍କ ପାଖରେ ପହଞ୍ଚିଥିଲେ ବୈଷ୍ଣବୀ । ମାତ୍ର ସେଠାରେ ପହଞ୍ଚିବା ପରେ ସତ୍ୟଙ୍କ ଭଉଣୀ ଏବଂ ପ୍ରଥମ ପତ୍ନୀ ବୁଝାଇବା ବଦଳରେ ଆକ୍ରମଣ କରିଥିଲେ । ଯେଉଁଥିରେ ସେ ଭାଙ୍ଗି ପଡ଼ିଥିଲେ। ପରିବାର ଲୋକଙ୍କ ସହ ବାହାହେବା ପରେ ଖରାପ ହୋଇଥିଲେ । ଯାହା ପାଇଁ ଘର ଛାଡ଼ି ଆସିଥିଲେ ସେ ଧୋକା ଦେବା ପରେ ଏକ ଭିଡିଓ କରି ନିଜର ଜୀବନ ହାରିଥିଲେ । ଆଉ ଏବେ ଏହି ଭିଡିଓ ଭାଇରାଲ ହେଉଥିବାବେଳେ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ଦାବି ଉଠିଛି ।
ଏହାସହ ପଢ଼ନ୍ତୁ : ତାଲିବାନର ଆକ୍ରମଣରେ ଥରୁଛି ପାକିସ୍ତାନ, ଷ୍ଟାଡିୟମରେ PSL ଦେଖିପାରିବେନି ଦର୍ଶକ