ରାଉରକେଲା, ୨।୬: ଦେଓଗାଁସ୍ଥିତ ପେଟ୍ରୋଲ ପମ୍ପରୁ ବିସ୍ଫୋରକ ଭର୍ତ୍ତି ଜବତ ଘଟଣା । ୨ଟି ଗାଡ଼ି ମଧ୍ୟରୁ ପୁଲିସ ସୋମବାର ଗୋଟିଏ ଗାଡ଼ିକୁ ଛାଡ଼ିଛି । ଫଳରେ ଗାଡଡ଼ିଟି କୋଇଡ଼ା ଅଭିମୁଖେ ଯାଇଥିବା ଜଣାପଡ଼ିଛି । ଉକ୍ତ ଗାଡ଼ି ଚାଳକ ସମସ୍ତ କାଗଜପତ୍ର ସଠିକ୍ ଦେଖାଇଥିବାରୁ ଛଡ଼ାଯାଇଥିବା ରଘୁନାଥପାଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
ଅନ୍ୟପଟେ ଜବତ ହୋଇଥିବା ଅନ୍ୟ ଏକ ଗାଡ଼ିରୁ ୧୧୬ ପ୍ୟାକେଟ୍ ଜିଲୋଟିନ, ଗୋଟିଏ ପ୍ୟାକେଟ୍ ଡେଟୋନେଟର ଓ କିଛି ତାର ମିଳିଛି । ଗାଡ଼ି ଚାଳକ ବିର୍ସା ସାମଲ କୌଣସି କାଗଜପତ୍ର ଦେଖାଇ ନ ପାରିବାରୁ ପୁଲିସ ଅଟକ ରଖି ପଚରାଉଚରା ଚଳାଇଛି । ଏତେ ପରିମାଣର ବିସ୍ଫୋରକ ଧରି ଗାଡ଼ିଟି କେଉଁ ସ୍ଥାନକୁ ଯିବାର ଥିଲା ସେନେଇ ଅଧିକ ତଦନ୍ତ ଚଳାଇଛି ପୁଲିସ ।
ସୂଚନାନୁସାରେ, ଦେଓଗାଁ ସ୍ଥିତ ଫୁଏଲ ପେଟ୍ରୋଲ ପମ୍ପରେ ବିସ୍ଫୋରକ ଭର୍ତ୍ତି ୨ଟି ଗାଡ଼ି କିଛି ଦିନ ହେଲା ପାର୍କିଂ ହୋଇଥିଲା । ବିସ୍ଫୋରକ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ ରବିବାର ଉକ୍ତ ପେଟ୍ରୋଲ ପମ୍ପରେ ପହଞ୍ଚିବା ପରେ ପୁଲିସ ତାଙ୍କୁ ମାଡ଼ି ବସିବା ସହ ୨ଟି ଗାଡ଼ିକୁ ଜବତ କରିଥିଲା । ପୁଲିସ କହିବାନୁଯାୟୀ, ଶ୍ରବଣଙ୍କ ଗୋଦାମ ସିଲ୍ ଥିଲେ ହେଁ ସେ ଏହି ଦୁଇଟି ଗାଡ଼ିରେ ବେଆଇନ ଭାବେ ବିସ୍ଫୋରକ ରଖିଥିଲେ ।