ପ୍ରମୂଖ ଖବର
  • ଚନ୍ଦନେଶ୍ଵର: କଟକଣା ନମାନିବା ପଡ଼ିଲା ମହଙ୍ଗା, ୨ବୋଟ ସହ ମାଲିକକୁ ଧରିଲା ପୁଲିସ
  • ||
  • ମାଲକାନିରି: ପୁଣି ୧୭ ମାଓବାଦୀଙ୍କ ଆତ୍ମସମର୍ପଣ, ୫୦ ହଜାର ଚେକ୍ ପ୍ରଦାନ କଲେ ଏସ୍‌ପି
  • ||
  • ପାକିସ୍ତାନରେ ଭୂକମ୍ପ ଝଟକା , ରେକ୍ଟର ସ୍କେଲରେ ୪.୨ ତୀବ୍ରତା ରେକର୍ଡ
  • ||
  • ବହୁର୍ଚ୍ଚିତ ନବ ଦାସ ହତ୍ୟା ଘଟଣା, ଗାନ୍ଧି ଛକ ଫଣ୍ଡିରେ କ୍ରାଇମ୍‌ବ୍ରାଞ୍ଚ ଖୋଳତାଡ଼
  • ||
  • ୩ ବର୍ଷ ପରେ ଅଙ୍କିତାଙ୍କୁ ମିଳିଲା ନ୍ୟାୟ; ୩ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ
  • ||
  • 'ପାକିସ୍ତାନ କାଶ୍ମୀରକୁ ଭୁଲିବନି କି ଛାଡ଼ିବନି '; ପାକ୍‌ ସେନାମୁଖ୍ୟ ଆସିମ୍‌ ମୁନୀରଙ୍କ ମୁହଁଫୁଟାଣି
  • ||
  • ସୁନ୍ଦରଗଡ଼ : ପ୍ଲାଣ୍ଟରେ ଶ୍ରମିକଙ୍କ ଉପରେ ମାଡ଼ିଗଲା ଆଇରନ୍‌ ବୋଝେଇ ଟ୍ରକ୍, କ୍ଷତିପୂରଣ ଦାବିରେ ଉତ୍ତେଜନା
  • ||
  • ରାୟଗଡ଼ା :ଯୁବ ବ୍ୟବସାୟୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସିକ୍କିମ ଦୁର୍ଘଟଣାରେ ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ପରିବାର ନିଖୋଜ
  • ||
  • ସମ୍ୱଲପୁର : ବସ୍‌କୁ ପଛରୁ ପିଟିଲା କୋଇଲା ବୋଝେଇ ଟ୍ରକ୍‌, ୨୦ ଆହତ
  • ||
  • ସିକ୍କିମରେ ଟୁରିଷ୍ଟ ଗାଡି ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଯାତ୍ରୀଙ୍କ ସୁରକ୍ଷା ଓ ଚିକିତ୍ସା ପରିଚାଳନା ପାଇଁ ଓଡ଼ିଶାରୁ ଯିବ ଟିମ୍
  • ||
  • ନୟାଗଡ଼ : ବାଣୁଆ ଗୁଳିରେ ଆମ୍ୱ ଗୋଟାଳି ମୃତ, ଶିକାରୀକୁ ଅଟକ ରଖିଲେ ଗ୍ରାମବାସୀ
  • ||
  • ଶୁକ୍ରବାର ବିଏମ୍‌ସି ବୈଠକ: ଉଠିବ ବିଧାୟକଙ୍କ ପାଇଁ ଏସ୍‌ଓପି ଦାବି, ବିଜେଡି କର୍ପୋରେଟର ହୋ ହଲ୍ଲା କରିବେ
  • ||
  • ବଲାଙ୍ଗୀର : ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ
  • ||
  • IPL 2025: ଆଜି ମୁମ୍ବାଇ-ଗୁଜରାଟ ଏଲିମିନେଟର ଲଢ଼େଇ, ପରାଜିତ ଦଳ ହେବ ବିଦା
  • ||
  • ‘ଅପରେସନ ସିଲ୍ଡ’, ଆଜି ପାକିସ୍ତାନ ସୀମାରେ ଦ୍ୱିତୀୟ ନାଗରିକ ସୁରକ୍ଷା ମକ୍‌ଡ୍ରିଲ
  • ||
  • ଅନୁଗୁଳ : ଭିଜିଲାନ୍ସ ପଞ୍ଝାରେ RD ବିଭାଗର ମୁଖ୍ୟଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ଦେହାନ୍ତ, ରାଜ୍ୟର ପ୍ରଥମ ବିଜେପି MLA ଥିଲେ
  • ||
  • ଗଭୀର ଅବପାତ ପଳେଇଲା, ବଡ଼ ବର୍ଷା ହେଲାନି: ଆଜିଠୁ କମିବ ବର୍ଷା, ଜୁନ୍ ୧ରୁ ୩ ଯାଏ ବଢ଼ିବ ତାପମାତ୍ରା
  • ||
  • ପାଣି ଟାଙ୍କିରେ ପଡ଼ି ନାବାଳିକା ମୃତ୍ୟୁ ଘଟଣା: ରାତି ଅଧରେ ହେଲା ଶବ ବ୍ୟବଚ୍ଛେଦ
  • ||

୪ ଟନ୍ ବିସ୍ଫୋରକ ଲୁଟ୍‌ ଦ୍ୱନ୍ଦ୍ୱ: ଏବେ ବି ମିଳିନି ସନ୍ଧାନ, NIA ଟିମ୍‌ର ଆରମ୍ଭ କଲା ଛାନ୍‌ଭିନ୍‌

Published By : Prameya | May 29, 2025 12:37 PM

ରାଉରକେଲା/କୋଇଡ଼ା,୨୯/୦୫: ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡ କେ. ବଲାଙ୍ଗ ଥାନା ଅନ୍ତର୍ଗତ ରେଲହାତୁ-ବାଙ୍କୋ ରାସ୍ତାରୁ ମଙ୍ଗଳବାର ଲୁଟ୍‌ ୪ ଟନ୍‌ ବିସ୍ଫୋରକ ଗଲା କୁଆଡ଼େ ? ଏଭଳି ପ୍ରଶ୍ନ ଏବେ ଆନ୍ଦୋଳିତ କରିଛି ।  ୩୦ରୁ ୪୦ଜଣ ମାଓବାଦୀ ବିସ୍ଫୋରକ ଲୁଟି ନେଇଥିବା ଟ୍ରକ୍‌ ଡ୍ରାଇଭର ଦେଓନାଥ ଟପ୍ପୋ କହୁଛନ୍ତି । ଯାହାକୁ ନେଇ ଏବେ ହଡ଼କମ୍ପ ସୃଷ୍ଟି କରିଛି ।  ଅନ୍ୟପଟେ ବିସ୍ଫୋରକ ଗୋଦାମ୍‌ ବଡ଼ଗାଁ ଇତ୍‌ମାରୁ ରାଉରକେଲା ଦେଇ ବାଙ୍କୋ ମାତ୍ର  ୧୫୦ କିମି । ଯାହାକୁ ଅତିକ୍ରମ କରିବାକୁ ଅତି  ବେଶୀରେ ୪ରୁ ୫ ଘଣ୍ଟା ସମୟ ଲାଗିବା କଥା ।  ହେଲେ କେଉଁ ପରିସ୍ଥିତିରେ ଡ୍ରାଇଭରଙ୍କୁ ୩ଦିନ ଲାଗିଗଲା, ତାହାକୁ ନେଇ ନୂଆ ବିତର୍କ ସୃଷ୍ଟି ହୋଇଛି । ଯଦି ପ୍ରକୃତରେ ଏତେ ପରିମାଣର ବିସ୍ଫୋରକ ମାଓବାଦୀଙ୍କ ହାତରେ ଲାଗିଥାଏ, ତେବେ ଏହା ନିଶ୍ଚିତ ଚିନ୍ତାର ବିଷୟ । ଏଭଳି  ସମ୍ବେଦନଶୀଳ ଘଟଣା ପରେ ପୁଲିସ୍‌ ଡିଜି ଯୋଗେଶ ବାହାଦୁର ଖୁରାନିଆ, ଆଇଜି (ଅପରେସନ) ଦୀପକ କୁମାର, ଉତ୍ତରାଞ୍ଚଳ ପୁଲିସ୍‌ ଆଇଜି ହିମାଂଶୁ ଲାଲ, ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ଏବଂ ସୁନ୍ଦରଗଡ଼ ଏସ୍‌ପି ପ୍ରତ୍ୟୁଷ ଦିବାକର କେ.ବଲାଙ୍ଗରେ  ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଅନ୍ୟପଟେ  ଡିଭିଏଫ୍‌ ଓ ଝାଡ଼ଖଣ୍ଡ ସିଆରପିଏଫ୍‌ ପକ୍ଷରୁ ସରଣ୍ଡା ଜଙ୍ଗଲରେ ଆରମ୍ଭ ହୋଇଛି ଜୋର୍‌ଦାର କମ୍ବିଂ ଅପରେସନ । ବିସ୍ଫୋରକ ଲୁଟ୍‌ ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣାର ୪୮ଘଣ୍ଟା ପରେ ବିସ୍ଫୋରକ ସାମଗ୍ରୀର ସନ୍ଧାନ ମିଳିନାହିଁ । ସେପଟେ ଗୁରୁବାର ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରୁ ବିସ୍ଫୋରକ ଲୁଟ୍ ଘଟଣାର ଯାଞ୍ଚ ପାଇଁ ଘଟଣାସ୍ଥଳରେ ପହଞ୍ଚିଛି NIA ଟିମ୍‌। ବିସ୍ଫୋରକ ସାମଗ୍ରୀ ଲୁଟ୍‌ ନେଇ NIA ଟିମ୍‌ର ତଦନ୍ତ କରୁଛି। କେ.ବଲାଙ୍ଗ ଥାନା ବାଙ୍କୋ ଅଞ୍ଚଳରେ ତନାଘନା ଜାରି ରହିଛି ।

ବୁଧବାର ସକାଳେ ସ୍ୱତନ୍ତ୍ର ବିମାନରେ ଡିଜିପି ଶ୍ରୀ  ଖୁରାନିଆ, ଆଇଜି (ଅପରେସନ) ଓ ଗୁଇନ୍ଦା  ବିଭାଗର ବରିଷ୍ଠ ଅଧିକାରୀ ରାଉରକେଲାରେ ପହଞ୍ଚିଥିଲେ । ଉଦିତନଗରସ୍ଥିତ ‘ପୁଲିସ୍‌  ଆଶ୍ରୟ’ରେ ଅନ୍ୟ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କ  ସହ ଆଲୋଚନା କରିବା ପରେ କେ.ବଲାଙ୍ଗ ଥାନାକୁ ଯାଇଥିଲେ । ଡିଆଇଜି ଶ୍ରୀ ରାୟ ଲୁଟ୍‌ ସ୍ଥଳକୁ ବାଇକ୍‌ରେ ଯାଇ ତଦନ୍ତ କରିଛନ୍ତି । ଏ ନେଇ ପୁଲିସ୍‌ ଅଧିକାରୀମାନେ ଗଣମାଧ୍ୟମକୁ କୌଣସି ସୂଚନା ଦେଉନାହାନ୍ତି ।    

ସୂଚନାଯୋଗ୍ୟ, ଗତ ୨୪ ତାରିଖରେ  ବଡ଼ଗାଁ ଇତ୍‌ମାରୁ ଟ୍ରକ୍‌ (ଓଡି୧୪ଡି ୧୯୮୭) ରେ ୨୦୦ ପେଟି ପ୍ରାଇମର ପାଉଡର (ପ୍ରାୟ  ୪ ଟନ୍‌) କେ.ବଲାଙ୍ଗର ବାଙ୍କୋ ଅଞ୍ଚଳକୁ  ଯାଉଥିଲା । ଏହି ପ୍ରାଇମର ପାଉଡର ଜିଲୋଟିନ୍‌  ଷ୍ଟିକ୍‌ରେ ମିଶ୍ରଣ ହେବା ପରେ ଏହାକୁ ପଥର  ବ୍ଲାଷ୍ଟିଂରେ ବ୍ୟବହାର କରାଯାଏ । ରାତି ପ୍ରାୟ  ୧୨ଟା ୫୪ରେ ଟ୍ରକ୍‌ଟି ରାଜାମୁଣ୍ଡା ଟୋଲଗେଟ୍‌  ଅତିକ୍ରମ କରିଥିଲା । ଏହାର ସିସିଟିଭି ଫୁଟେଜ୍‌ ପୁଲିସ୍‌ର ହସ୍ତଗତ ହୋଇଛି । ଗାଡ଼ି ଚାଳକ ଦେଓନାଥ କହିଛନ୍ତି, ସେ ଟ୍ରକ୍‌ ନେଇ ୨୮ ତାରିଖ ସକାଳ ସାଢ଼େ ୭ଟା ୫୦ ମିନିଟ୍‌ ସମୟରେ ବାଙ୍କୋରେ ପହଞ୍ଚିଥିଲେ ।  ବାଙ୍କୋସ୍ଥିତ ପଥର ଖାଦାନ ନିକଟରେ ଗାଡ଼ି ରଖିଥିବା ବେଳେ ୬ରୁ ୭ଜଣ ମୁଖାପିନ୍ଧା ଲୋକ ଆସିଥିଲେ । ସମସ୍ତଙ୍କ ହାତରେ ବନ୍ଧୁକ ଥିଲା ।  ଆମେ ଜଙ୍ଗଲରୁ ଆସିଛୁ, ବିସ୍ଫୋରକ ସାମଗ୍ରୀ ଆମେ ନେଇଯିବୁ କହି ପାଖରେ କାମ କରୁଥିବା କିଛି ଲୋକଙ୍କୁ ଡାକିଥିଲେ । 

ସେମାନଙ୍କୁ ଟ୍ରକ୍‌ରୁ ପେଟିଗୁଡ଼ିକ କାଢ଼ି ଅନ୍ୟ ଏକ ଗାଡ଼ିରେ ଲୋଡ୍‌  କରିବାକୁ କହିଥିଲେ । ଏହା ପରେ ଦେଓନାଥଙ୍କୁ ବନ୍ଧୁକଧାରୀ ଯୁବକମାନେ ଅନ୍ୟ ଏକ ସ୍ଥାନକୁ  ନେଇ ଖରାରେ ବସାଇ ଦେଇଥିଲେ ।  ବନ୍ଧୁକଧାରୀ ଯୁବକମାନେ ଆଣିଥିବା ମିନି ଟ୍ରକ୍‌ରେ ପେଟିଗୁଡ଼ିକ ଲୋଡ୍‌ ହେବା ପରେ ଗାଡ଼ିଟି ସରଣ୍ଡା ଜଙ୍ଗଲ ଆଡ଼କୁ ପଳାଇ ଯାଇଥିଲା । ତେବେ ଏହି  ଲୁଟ୍‌ ପଛରେ ମାଓବାଦୀଙ୍କ ହାତ ଥିବା ପୁଲିସ୍‌ ସନ୍ଦେହ କରୁଛି । ତେଣୁ ଝାଡ଼ଖଣ୍ଡ ସିଆରପିଏଫ୍‌  ସହ ମିଶି ଓଡ଼ିଶାର ଡିଭିଏଫ୍‌ ଯବାନମାନେ  ସରଣ୍ଡାରେ ଚଳାଇଛନ୍ତି କମ୍ବିଂ ଅପରେସନ ।

ପାଳନ ହୋଇ ନଥିଲା ଏସ୍‌ଓପି

 ୨୦୦୯ ମସିହାରେ ୧୪୩ ନମ୍ବର ଜାତୀୟ ରାଜପଥର ଚମ୍ପାଝରଣ ଠାରେ ମାଓବାଦୀମାନେ  ଏକ ବିସ୍ଫୋରକ ଟ୍ରକ୍‌ ଲୁଟି ନେଇଥିଲେ । ଏହି ଲୁଟ୍‌ ଘଟଣା ପରେ ଯେଉଁ ବିସ୍ଫୋରକ ସାମଗ୍ରୀ  ପରିବହନ ସମୟରେ ନିକଟସ୍ଥ ଥାନାକୁ ପ୍ରଥମେ ସୂଚନା ଦିଆଯିବା ସହ ନିୟମ ମୁତାବକ  ଏସ୍‌ଓପି ପାଳନ କରିବା ଲାଗି ସେ ସମୟରେ ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ ।  ତେବେ ବଡ଼ଗାଁର ଇତ୍‌ମାରୁ ୨୦୦ ପେଟି ବିସ୍ଫୋରକ ନେଇ ଏକ ଟ୍ରକ୍‌ କେ.ବଲାଙ୍ଗର ବାଙ୍କୋ  ଆଡ଼କୁ ଯାଉଥିଲା । ହେଲେ ମଙ୍ଗଳବାର ବାଙ୍କୋରେ ସେହି ଟ୍ରକ୍‌ରୁ ବିସ୍ଫୋରକ ହୋଇଥିଲା  ଲୁଟ୍‌ । ବିସ୍ଫୋରକ ସାମଗ୍ରୀ ପରିବହନ ପୂର୍ବରୁ ଗୋଦାମ ମାଲିକ କାହିଁକି ପୁଲିସ୍‌କୁ ଆଗୁଆ  ସୂଚନା ଦେଇ ନଥିଲେ ତାକୁ ନେଇ ଉଠିଛି ପ୍ରଶ୍ନ ।  

ଗୋଦାମ ସିଲ୍‌ କଲା ପୁଲିସ୍‌ 

ବଡ଼ଗାଁର ଇତ୍‌ମା ଠାରେ ଥିବା ବିସ୍ଫୋରକ ଗୋଦାମକୁ ପୁଲିସ୍‌ ସିଲ୍‌ କରି ଦେଇଛି । ସୂଚନା  ମୁତାବକ ସିଲ୍‌ ହେବା ପୂର୍ବରୁ ସେଠାରେ କେତେ ପରିମାଣର ବିସ୍ଫୋରକ ଥିଲା ଓ କେତେ  ପଠାଯାଇଥିଲା ତା’ର ତଦନ୍ତ ଆରମ୍ଭ କରିଛି ପୁଲିସ୍‌ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.