• ବାଂଲାଦେଶରେ ଥମୁନି ହିନ୍ଦୁଙ୍କ ପ୍ରତି ହିଂସା
  • ପୁଣି ଏକ ହିନ୍ଦୁ ଘରେ ନିଆଁ ଲଗେଇ ଦେଲେ
  • ରୁମ କପଡ଼ା ପକାଇ ନିଆଁ ଲଗେଇ ଦେଲେ
  • ସୋସିଆଲ ମିଡ଼ିଆରେ ତସଲିମାଙ୍କ କଡ଼ା ମନ୍ତବ୍ୟ
  • ୟୁନୁସ୍ କେବଳ କଣ ବଇଁଶୀ ବଜାଉଛନ୍ତି ?

ନୂଆଦିଲ୍ଲୀ : ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣ ରୋକିବାର ନାଁ ହିଁ ନେଉ ନାହିଁ। ସଂଖ୍ୟାଲଘୁଙ୍କୁ ଟାର୍ଗେଟ୍ କରି ବାରମ୍ୱାର ଆକ୍ରମଣ କରାଯାଉଛି। ଏହି ମଧ୍ୟରେ ପିରୋଜପୁର ଜିଲ୍ଲାର ଡୁମରିଆ ଗାଁରେ କଟ୍ଟରପନ୍ଥିମାନେ ଏକ ହିନ୍ଦୁ ପରିବାରର ଘରେ ନିଆଁ ଲଗେଇ ଦେଇଛନ୍ତି। କୁହାଯାଉଛି ଯେ, ଏହି ଘଟଣା ୨୭ ଡିସେମ୍ୱରରେ ହୋଇଛି। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଆକ୍ରଣକାରୀମାନେ ପଲାସ କାନ୍ତି ସାହାଙ୍କୁ ଘର ଭିତରେ ବନ୍ଦ କରି ଜିଅନ୍ତା ଜଳାଇ ଦେବାକୁ ଚେଷ୍ଟା କରିଥିଲେ। ଏହାର ଗୋଟିଏ ଦିନ ପୂର୍ବରୁ ପଶ୍ଚିମ ଡୁମରିଆତଲା ଗାଁରେ ମଧ୍ୟ ପରିବାରର ପାଞ୍ଚଟି ଘରକୁ ଜଳାଇ ଦିଆଯାଇ ଥିଲା।

ନ୍ୟୁଜ୍ -୧୮ର ରିପୋର୍ଟ ଅନୁସାରେ , କଟ୍ଟରପନ୍ଥିମାନେ ଅଭିଯୋଗ ଆଧାରରେ ଏକ କୋଠରୀରେ କପଡ଼ା ପକାଇ ନିଆଁ ଲଗେଇ ଦେଇଥିଲେ , ଯେଉଁଥିରେ ନିଆଁ ଖୁବ୍ ଜୋରରେ ଘର ସାରା ବ୍ୟାପି ଯାଇଥିଲା। ରିପୋର୍ଟରେ କୁହାଯାଇଛି ଯେ, ଏହି କୋଠାଟି ପଲାସ କାନ୍ତି ସାହା, ଶିବ ସାହା , ଦୀପକ ସାହା ଶ୍ୟାମଳେନ୍ଦୁ ସାହା ଓ ଅଶୋକ ସାହାଙ୍କର ଥିଲା। ଉକ୍ତ ଘଟଣାରେ ସବୁ ଜିନିଷ , ଯେଉଁଥିରେ ଫର୍ନିଚର , ନଗଦ ଅର୍ଥ ,କାଗଜପତ୍ର , ଶୈକ୍ଷଣିକ ପ୍ରମାଣପତ୍ର ଓ ଅନ୍ୟ ଗୁରୁତ୍ତ୍ୱପୂର୍ଣ୍ଣ କାଗଜପତ୍ର ସବୁ ଜଳି ପାଉଁଶ ହୋଇ ଯାଇଛି।

ଏହାସହ ମଧ୍ୟ ପଢନ୍ତୁ : ଖାଲିଦା ଜିୟାଙ୍କ ପୁଅଙ୍କ ବାଂଲାଦେଶ ଫେରିବା ନେଇ ବିବାଦ , ଶେଖ ହସିନାଙ୍କ ପାର୍ଟି ଖୋଲିଲା ‘ଗୁପ୍ତ ଡିଲ୍’ର ପୋଲ୍

ଏହି ଘଟଣା ପରେ ବାଂଲାଦେଶୀ ଲେଖିକା ତସଲିମା ନାସରିନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ପିରୋଜପୁରର ଦୁମରିତୋଲା ଗାଁରେ ସାହା ପରିବାରର ଘର ପାଞ୍ଚୋଟି ରୁମ୍ ହିନ୍ଦୁ –ବିରୋଧୀ ଜିହାଦୀମାନେ ଜଳାଇ ଦେଇଛନ୍ତି। ସେ କହିଛନ୍ତି ଯେ, ଆକ୍ରମଣକାରୀ ମାନେ ବଢୁ ଭୋରରେ ନିଆଁ ଲଗେଇ ଦେଇଥିଲେ, ଯେତେବେଳେ କି ସମସ୍ତେ ଶୋଇଥିଲେ। ସେ ଆହୁରି ଲେଖିଛନ୍ତି ଯେ, ଚଟ୍ଟୋଗ୍ରାମର ରାୱଜାନରେ ମଧ୍ୟ ଜିହାଦୀମାନେ ସକାଳୁ ସକାଳୁ ଏହିପରି ହିନ୍ଦୁ ଘରେ ନିଆଁ ଲଗାଇ ଦେଇଥିଲେ। ଏଠି ପ୍ରଶ୍ନ ଉଠୁଛି ଯେ, କଣ ଦେଶର ଅନ୍ୟ ସ୍ଥାନରେ ଥିବା ସବୁ ହିନ୍ଦୁ ଘରକୁ ଏହିପରି ଜଳାଇ ଦିଆଯିବ ? ସେମାନେ ହିନ୍ଦୁଙ୍କୁ ଜିଅନ୍ତା ଜଳାଇ ଦେବାକୁ ଚାହୁଁଛନ୍ତି , ଏଥିପାଇଁ ସେମାନେ ଶୋଇବା ବେଳେ ନିଆଁ ଲଗାଉଛନ୍ତି। ୟୁନୁସ୍ କେବଳ କଣ ବଇଁଶୀ ବଜାଉଛନ୍ତି ?

କହି ରଖୁଛୁ କି , ଗତ ସପ୍ତାହରେ ଦକ୍ଷିଣପୂର୍ବ ବନ୍ଦର ସହର ଚଟ୍ଟୋଗ୍ରାମ ନିକଟରେ ଏକ ହିନ୍ଦୁ ପରିବାରର ଘରେ ଅଜ୍ଞାତ ଆକ୍ରମଣକାରୀ ନିଆଁ ଲଗେଇ ଦେଇଥିଲେ। ପରିବାରର ସଦସ୍ୟମାନେ କହିଛନ୍ତି ଯେ, ନିଆଁର ଉଷ୍ଣତା ଅନୁଭବ କରି ଉଠି ପଡ଼ିଲୁ , କିନ୍ତୁ ଡୋର ବାହାରୁ ବନ୍ଦ ଥିବା କାରଣରୁ ସେ ଆରମ୍ଭରେ ଭିତରେ ଫସି ଯାଇଥିଲେ। ଦୁଇ ପରିବାରର ସମସ୍ତ ଆଠ ଜଣ ସଦସ୍ୟ ଟିଣର ଚାଦର ଓ ବାଉଶର ବାଡ଼କୁ କାଟି ବାହାରିବାରେ ସଫଳ ହୋଇଥିଲେ।