PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆପଡା ସାଲେଭଟା ଛକରେ ରକ୍ତାକ୍ତ ଅବସ୍ଥାରେ ଯୁବକ-ଯୁବତୀ ଉଦ୍ଧାର
  • ||
  • ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ଗୁରୁତର ତ୍ରୁଟି, ହେଲିକପ୍ଟର ଉଡାଣ ଭରିବା କ୍ଷଣି ମଝି ଆକାଶରେ ଦେଖାଗଲା କଳା ବେଲୁନ୍, ୪ କଂଗ୍ରେସ କର୍ମୀ ଗିରଫ
  • ||
  • ବିଧାନସଭା ଭିତରକୁ ଧସେଇ ପଶିବାକୁ ଉଦ୍ୟମ ବେଳେ ପୋଲିସ-ଛାତ୍ର କଂଗ୍ରେସ ମଧ୍ୟରେ ଧସ୍ତାଧସ୍ତି
  • ||
  • ନୂଆପଡା ଉଦ୍ୟାନବନ୍ଧ କ୍ରିଷ୍ଣା ଛକରେ ଟ୍ରକ ଧକ୍କାରେ ୪ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ରେଞ୍ଜ୍ ଅନ୍ତର୍ଗତ ରତାଖଣ୍ଡି ସଂରକ୍ଷିତ ଜଙ୍ଗଲରେ ଫାଶରେ ପଡ଼ି ଏକ ଭାଲୁର ମୃତ୍ୟୁ
  • ||
  • କୋଲକାତା : ମାତ୍ର ୭୫ ଟଙ୍କା ପାଉଣା ଫେରସ୍ତ ଦାବିରେ ଦେଖାଦେଇଥିଲା ଅଶାନ୍ତି, ନମାଜ ପଢ଼ି ଫେରିବା ବାଟରେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା
  • ||
  • ଭୁବନେଶ୍ବର : ୨୦୧୯ ରୁ ୨୦୨୨ ମଧ୍ୟରେ ରାଜ୍ୟରେ ପଞ୍ଜିକୃତ ହୋଇଛି ୧୦ ହଜାର ୧୨୯ ଦୁଷ୍କର୍ମ ମାମଲା : ଗୃହରାଷ୍ଟ୍ର ମନ୍ତ୍ରୀ
  • ||
  • ଭୁବନେଶ୍ବର : ଜୁଲାଇ ୬ରେ ମାଟ୍ରିକ ପରୀକ୍ଷା ଫଳ ଘୋଷଣା । ଦିନ ୧ଟାରେ ପ୍ରକାଶ ପାଇପ ରେଜଲ୍ଟ । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା ।
  • ||
  • ଗୋଚ୍ଛାପଡ଼ା/ଫୁଲବାଣୀ : ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗାର ଖପୁରି ୩ ବର୍ଷ ମଧ୍ୟରେ ପ୍ରତିରୋପଣ କରାଯିବ । ଦିଲ୍ଲୀ ଏମସ୍‌ ନ୍ୟୁରୋ ସର୍ଜରୀ ଡାକ୍ତର ଦୀପକ ଗୁପ୍ତାଙ୍କ ସୂଚନା ।
  • ||
  • ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅଲ୍ଲୁରୀ ସୀତାରାମ ରାଜୁଙ୍କ ପ୍ରତିମୂର୍ତ୍ତି କରିବେ ଉନ୍ମୋଚନ
  • ||
  • କୋଟପାଡ଼ : କୋଟପାଡ଼ ମୀନାବଜାରରେ ଦୋଳି ଖେଳୁଥିବା ବେଳେ ଜଣେ ନାବଳିକାଙ୍କ ହୃଦ୍‌ଘାତରେ ମୃତ୍ୟୁ
  • ||
  • ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ଏକନାଥଙ୍କ ବାଜିମାତ୍। ଫ୍ଳୋର ଟେଷ୍ଟରେ ବହୁମତ ହାସଲ କରିଛନ୍ତି ସିନ୍ଦେ। ସିନ୍ଦେଙ୍କୁ ୧୬୪ ସଦସ୍ୟ ସମର୍ଥନ କରିଥିବା ସୂଚନା।
  • ||
  • ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚଞ୍ଚରମୁଣ୍ଡା ଛକ ବିଜୁ ଏକ୍ସପ୍ରେସ୍ ରାସ୍ତା କଡ଼ରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର କୁଲ୍ଲୁରେ ବସ୍ ଦୁର୍ଘଟଣା, ସ୍କୁଲ ପିଲାଙ୍କ ସମେତ ୧୬ଜଣଙ୍କର ମୃତ୍ୟୁ ଆଶଙ୍କା
  • ||
  • ନୂଆଦିଲ୍ଲୀ : ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ : ବିଜୟ ମୁକୁଟ ପିନ୍ଧିଲେ ସିନି ଶେଟ୍ଟୀ
  • ||
  • ନୂଆଦିଲ୍ଲୀ : ଭାଙ୍ଗିଗଲା ଆଲପାଇନ୍ ଗ୍ଲାସିୟରର ବିଶାଳ ଖଣ୍ଡ, ୫ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ରେଜଲ୍ଟ ପ୍ରକାଶ ନେଇ ବୋର୍ଡର ସମସ୍ତ ପ୍ରସ୍ତୁତି ଶେଷ, ସଚିବାଳୟରେ ଆଜି ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ବାଲିପାଟଣା : ବାଲିଘାଟକୁ କେନ୍ଦ୍ର କରି ଯୁବକଙ୍କୁ ଖଣ୍ଡାମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ଆଇସିୟୁରେ ଭର୍ତ୍ତି ହେଲେ ଲାଲୁ ଯାଦବ, ପଡ଼ିଯିବା କାରଣରୁ ହୋଇଥିଲେ ଆହତ
  • ||
  • ଡେନମାର୍କ : ଡେନମାର୍କର ସପିଂ ମଲରେ ଫୁଟିଲା ଗୁଳି, ୩ଜଣଙ୍କର ମୃତ୍ୟୁ
  • ||

ଫେସବୁକ୍‌ ପ୍ରେମ ବିବାହରୁ ଠକେଇ: ଝିଅ ଭାବି ପୁଅକୁ ବାହାହେଲେ ଯୁବକ, ଧରାପଡିବା ପରେ ଉଲଗ୍ନ କରି ଚୁଟି କାଟିଲେ ଗାଁ ଲୋକେ…

ବାସୁଦେବପୁର,୨୭/୦୫: ବିବାହ କାର୍ଯ୍ୟ ସରିଲା । ବନ୍ଦାପନା ହୋଇ ବରକନ୍ୟା ଗୃହ ପ୍ରବେଶ କଲେ । ସନ୍ଧ୍ୟା ବେଳେ ଭୋଜିଭାତର ଆସର ବି ଜମିଲା । ନୂଆବୋହୂକୁ ପାଇ ପରିବାରରେ ହସ ଖୁସିର ମାହୋଲ । ବର ମଧ୍ୟ ନିଜ ପ୍ରେମିକାକୁ ପତ୍ନୀ ଭାବେ ପାଇ ଅନେକ ସ୍ୱପ୍ନରେ ବିଭୋର । ହେଲେ ସନ୍ଧ୍ୟା ବେଳର ସ୍ୱପ୍ନ ସକାଳ ପାଉ ପାଉ ଭାଙ୍ଗି ଚୁରମାର ହୋଇଗଲା । ଯେଉଁ ପ୍ରେମିକାକୁ ନେଇ ସୁଖର ସଂସାର କରିବ ବୋଲି ପ୍ରେମିକ ବିବାହ କରିଥିଲା । ତାହା ପାଣିରେ ମିଳାଇ ଗଲା । ତା ସ୍ୱପ୍ନର ମେଘନା ସକାଳ ହେଲା ବେଳକୁ ମେଘନାଦ ବୋଲି ଜଣାପଡ଼ିଥିଲା । ବଧୂବେଶ ସାଜିଥିବା ନୂଆବୋହୂ ଝିଅ ନୁହେଁ ପୁଅ ବୋଲି ପ୍ରଘଟ ହେଲା । ସତ ଜାଣିବାକୁ ଲୋକେ ନବବଧୂକୁ ମାଡ଼ ମାରି ଉଲଗ୍ନ କଲେ । ପରେ ନବବଧୂ ବେଶରେ ଝିଅ ନୁହେଁ ଜଣେ ପୁଅ ଥିଲା ବୋଲି ଜଣାପଡ଼ିଥିଲା । ଏପରି ଘଟଣା ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କଶିଆ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

ଫେସବୁକରୁ ବନ୍ଧୁତା । ପରେ ମୋବାଇଲରେ କଥାବାର୍ତ୍ତା । ମାତ୍ର ୧୫ ଦିନର କଥାବାର୍ତ୍ତାରେ ଗଢ଼ି ଉଠିଥିଲା ପ୍ରେମ । ପରସ୍ପରକୁ ଫଟୋ ଦିଆନିଆ ବି ଚାଲିଲା । ପରେ ବିବାହ କରିବାକୁ ନିଷ୍ପତ୍ତି ନେଲେ । ଭେଟଘାଟ ହେଲା । ପଶ୍ଚିମବଙ୍ଗର ଉତ୍ତର ଚବିଶପ୍ରଗଣା ଜିଲ୍ଲାର ଆଲୋକ କୁମାର ମିସ୍ତ୍ରୀଙ୍କ ସହ କେନ୍ଦ୍ରାପଡା ଜମ୍ବୁ ମେରାଇନ୍‌ ଥାନା ରାମନଗର ଗ୍ରାମର ବିଶ୍ୱନାଥ ମଣ୍ଡଳଙ୍କ ଝିଅ ମେଘନା ମଣ୍ଡଳଙ୍କ ସହ ବନ୍ଧୁତା ଆରମ୍ଭ ହୋଇଥିଲା । ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ୨୪ ତାରିଖରେ ଆଲୋକ ଚଣ୍ଡିଖୋଲରେ ପହଞ୍ଚି ମେଘନାକୁ ଅପେକ୍ଷା କରିଥିଲେ । ମେଘନା ଘରୁ ଆସି ସେଠାରେ ପହଞ୍ଚି ଥିଲେ । ସେଇଠୁ ଉଭୟ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କଶିଆ ଅଞ୍ଚଳକୁ ଆସିଥିଲେ । କଶିଆରେ ଆଲୋକଙ୍କ ମାମୁ ଘର । ବୋହୂ ଘରକୁ ଆସୁଛି ଜାଣି ଆଲୋକର ମାମୁ ପୁଅ ରବି ମଣ୍ଡଳ ଉଭୟଙ୍କୁ ପାଛୋଟି ନେଇଥିଲେ । ଆଲୋକଙ୍କ ଭାଉଜ ଉଭୟଙ୍କୁ ବନ୍ଦାପନା କରି ଘର ଭିତରକୁ ସ୍ୱାଗତ କରିଥିଲେ । ବୋହୂ ମେଘନା ହାତରେ ମେହେନ୍ଦି ସହିତ ନାଲି ରଙ୍ଗର ମୁଠା ମୁଠା ଚୂଡ଼ି ପିନ୍ଧିଥିଲେ । ମୁଣ୍ଡରେ ହାତେ ଲମ୍ବାର ଓଡ଼ଣୀ ପକାଇ ନବବଧୂ ଗୃହ ପ୍ରବେଶ କରିିଥିଲେ । ନବାଗତ ବର କନ୍ୟାଙ୍କୁ ଦେଖିବା ପାଇଁ ପାଖ ପଡ଼ୋଶୀଙ୍କ ଧାଡ଼ି ଲାଗିଥିଲା । ଘରେ ଆନନ୍ଦର ଲହରି ଖେଳିଯାଇଥିଲା । ସନ୍ଧ୍ୟାରେ ଭୋଜିର ଆୟୋଜନ ମଧ୍ୟ କରାଯାଇଥିଲା । ପୁଅ ବୋହୂକୁ ଦେଖି ଅନେକ ଆଶୀର୍ବାଦ ପ୍ରଦାନ କରିଥିଲେ ।

ଭୋଜି ଭାତର ଆସର ଜମିଥିବା ବେଳେ ନିକଟ ବିନୋବାଭାବେନଗର ଗ୍ରାମର ସବିତା ମଣ୍ଡଳ ସେଠାକୁ ଆସିଥିଲେ । ସେ ମେଘନାଦକୁ ଚିହ୍ନି ପକାଇଥିଲେ । ସେଠାରୁ ଗାଁକୁ ଯାଇ କହିଥିଲେ, ମେଘନା ଝିଅ ନୁହେଁ ପୁଅ । ସେ ମୋର ପୁତୁରା ହିସାବ ହେବ । କଥା ପ୍ରଘଟ ହୋଇଥିଲା । ହସଖୁସିରେ ବିବାହ ଉତ୍ସବ ମନାଉଥିବା ମେଘନା କାନରେ ଏକଥା ବାଜିଲା । କଥାକୁ ଅତି ଚତୁରତାର ସହ ସେ ଲୁଚାଇ ଚାଲିଥିଲେ । ମାମୁଘର ପରିବାର ଲୋକେ ରାତିସାରା ଉଜାଗର ରହିଲେ । ମେଘନା ପରିବାର ଲୋକଙ୍କୁ ମଧ୍ୟ ଡକାଇଲେ । ଏହି କଥାକୁ ଗ୍ରାମବାସୀ ସହଜରେ ବିଶ୍ୱାସ କରିନଥିଲେ । ସକାଳ ହେବା ପରେ ଗ୍ରାମବାସୀମାନେ ଏକତ୍ରିତ ହୋଇ ମେଘନାକୁ ମାଡ଼ ମାରି ଉଲଗ୍ନ କଲେ । ପରେ ନବବଧୂ ସାଜିଥିବା ମେଘନା ଜଣେ ଝିଅ ନୁହେଁ ପୁଅ ଓ ତାର ନାଁ ମେଘନାଦ ବୋଲି ସ୍ପଷ୍ଟ ହୋଇଥିଲା । ହେଲେ ମେଘନାଦର କଥାବାର୍ତ୍ତା ଚାଲିଚଳନ ସବୁ ଅବିକଳ ଝିଅ ପରି ।

ଏପରିକି ଝିଅଙ୍କ ପରି ପୋଷାକ ମଧ୍ୟ ସେ ପିନ୍ଧୁଥିଲା । ପରେ ଗ୍ରାମବାସୀ ମେଘନାଦ ରଖିଥିବା ଲମ୍ବା ଚୁଟିକୁ କାଟିଥିଲେ । ଏପରି ଆଉ କୌଣସି ପୁଅଙ୍କ ସହିତ ନ କରିବାକୁ ପରାମର୍ଶ ଦେଇଥିଲେ । ପରେ ମେଘନାଦକୁ ପୁଅ ପୋଷାକ ପିନ୍ଧାଇ ଥିଲେ । ପୂର୍ବରୁ ମେଘନାଦ ବହୁ ଯୁବକଙ୍କୁ ଏଭଳି ଝିଅ ବେଶ ଧରି ଠକି ଥିବା ମାନିଛି । ଖବର ପାଇ ପୁଲିସ ପହଞ୍ଚି ମେଘନାଦଙ୍କୁ ଉଦ୍ଧାର କରି ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।