PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚଳିତ ବର୍ଷ ବଢିବନି ବିଜୁଳି ଦର
  • ||
  • ଓଡ଼ିଶାର ୭ ସହର ବାୟୁ ପ୍ରଦୂଷିତ,ରାଉରକେଲା ସହର ଅଧିକ ପ୍ରଦୂଷିତ
  • ||
  • ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର- ମଦୁଆ ଗାଡି ଚାଳକ ସାବଧାନ, ଆଜିଠୁ ଚେକିଂ ଜୋରଦାର
  • ||
  • ପୁରୀ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ ଦିଦି, ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ ପୁଣି ସକ୍ରିୟ, ଆଗାମୀ ୪ ଦିନ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର : ଓଡ଼ିଆ ଟେଲି ଜଗତକୁ ଝଟକା, ହୃଦଘାତରେ ଆଖିବୁଜିଲେ ଅଭିନେତା ସୋମଦତ୍ତ
  • ||

ପେଡ୍‌ ସର୍ଭିସ ଆଣିଲେ ଫେସବୁକ ଓ ଇନ୍‌ଷ୍ଟା: ୟୁଜରଙ୍କୁ ଏଣିକି ମାସକୁ ଦେବାକୁ ହେବ ୧୨୩୭ ଟଙ୍କା…

ନୂଆଦିଲ୍ଲୀ,୧୯/୦୩: ମାଇକ୍ରୋବ୍ଲଗିଂ କମ୍ପାନି ଟୁଇଟର ପେଡ୍‌ ସର୍ଭିସ ଆରମ୍ଭ କରିବା ପରେ ଏବେ ଏହି ଧାରାରେ ସାମିଲ ହୋଇଛନ୍ତି ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଓ ଇନ୍‌ଷ୍ଟାଗ୍ରାମ । ଏହି ୨ କମ୍ପାନି ଆଣିଛନ୍ତି ବ୍ଲୁ-ଟିକ ସର୍ଭିସ । ପ୍ରାଥମିକ ପର୍ଯ୍ୟାୟରେ ଏହାକୁ ଆମେରିକାରେ ଆରମ୍ଭ କରାଯାଇଛି । ତେବେ ଏହାକୁ ଶୀଘ୍ର ଅନ୍ୟ ଦେଶଗୁଡିକରେ ମଧ୍ୟ ଶୁଭାରମ୍ଭ କରାଯିବ ।

ଏଣିକି ଫେସବୁକ ଓ ଇନ୍‌ଷ୍ଟାର କୌଣସି ବି ୟୁଜର ନିଜ ଆକାଉଣ୍ଟରେ ବ୍ଲୁ-ଟିକ ଲଗାଇପାରିବେ । ୱେବରେ ସାଇନଅପ୍‌ କରୁଥିବା ୟୁଜରଙ୍କୁ କେବଳ ଫେସବୁକରେ ବ୍ଲୁ-ଟିକ ମିଳିବ । ମୋବାଇଲ ୟୁଜରଙ୍କୁ ଉଭୟ ଫେସବୁକ ଓ ଇନଷ୍ଟାଗ୍ରାମ ଲାଗି ବ୍ଲୁ-ଟିକ୍‌ ମିଳିପାରିବ । ୱେବ୍‌ ୟୁଜର ସାଇନ ଅପ୍‌ ଉପରେ ପ୍ରତି ମାସ ୧୧.୯୯ ଡଲାର (୯୮୯ ଟଙ୍କା) ଏବଂ ମୋବାଇଲ ୟୁଜରଙ୍କୁ ୧୪.୯୯ ଡଲାର (୧୨୩୭ ଟଙ୍କା) ଦେବାକୁ ପଡିବ । ଏହି ସେବା ନେବାକୁ ଚାହୁଁଥିବା ଗ୍ରାହକ ଏକ ସରକାରୀ ପରିଚୟପତ୍ର ଦେଇ ପ୍ରୋଫାଇଲକୁ ଭେରିଫାଏଡ କରିପାରିବେ । ବ୍ଲୁ-ଟିକ ଏକ ଭେରିଫିକେସନ ବ୍ୟାଜ ହୋଇଥିବା ବେଳେ ବ୍ୟକ୍ତି ବିଶେଷଙ୍କ ଏହା ପ୍ରକୃତ ଆକାଉଣ୍ଟ ବୋଲି ଦର୍ଶାଇଥାଏ । ଏହା ସାଧାରଣତଃ ପବ୍ଲିକ ଫିଗର, ସେଲିବ୍ରିଟି ଏବଂ ବ୍ରାଣ୍ଡକୁ ପ୍ରତିନିଧିତ୍ୱ କରିଥାଏ ।

ସମ୍ବନ୍ଧିତ ଖବର