ଶେଷଥର ପାଇଁ ଛଟେଇ କରିବ ଫେସ୍ବୁକ୍; ପୁଣି ବିଦା ହେବେ ୧୦,୦୦୦ କର୍ମଚାରୀ

Image Courtesy: Aaj Tak
ନୂଆଦିଲ୍ଲୀ,୨୫/୦୫: ବିଲିୟନେୟାର ମାର୍କ ଜୁକରବର୍ଗଙ୍କ କମ୍ପାନୀ ମେଟା ପୁଣିଥରେ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। ଦ୍ୱିତୀୟ ରାଉଣ୍ଡରେ ପ୍ରାୟ ୧୦୦୦୦ କର୍ମଚାରୀଙ୍କୁ ଚାକିରିରୁ ହଟାଇବାକୁ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ତେବେ ମେଟା ଶେଷଥର ପାଇଁ ତାର କର୍ମଚାରୀଙ୍କୁ ଫେସବୁକ୍ ଏବଂ ହ୍ବାଟସ୍ ଆପ୍ ଭଳି ପ୍ଲାଟଫର୍ମରୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମ ରାଉଣ୍ଡରେ କମ୍ପାନୀ ଏହାର ୧୧୦୦୦ କର୍ମଚାରୀଙ୍କୁ ଛଟେଇ କରିଥିଲା।
ବିଜନେସ୍ ଟୁଡେର ରିପୋର୍ଟ ଅନୁଯାୟୀ, ମେଟା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ମାର୍କ ଜୁକରବର୍ଗ ମାର୍ଚ୍ଚ ୨୦୨୩ରେ ଛଟେଇକୁ ନେଇ କହିଥିଲେ ଯେ, କମ୍ପାନୀର ଦ୍ୱିତୀୟ ରାଉଣ୍ଡ ଛଟେଇ ଗୋଟିଏ ମାସ ମଧ୍ୟରେ କରାଯିବ। ଏହା ସହିତ, ସେ ସୂଚାଇ ଦେଇଥିଲେ ଯେ ଖୁବଶୀଘ୍ର ଆଉ ଏକ ରାଉଣ୍ଟ ଛଟେି ହୋଇପାରେ। ପ୍ରଥମ ରାଉଣ୍ଡରେ ମେଟା ୧୧୦୦୦ କର୍ମଚାରୀଙ୍କୁ କମ୍ପାନୀରୁ ବାହାର ରାସ୍ତା ଦେଖାଇବା ପରେ, ପୁଣି ଥରେ ୧୦,୦୦୦ କର୍ମଚାରୀଙ୍କୁ ଛଟେଇ କରିବା ଆରମ୍ଭ କରିଛି।
ଫେସବୁକ୍ (ମେଟା) ରେ ଆରମ୍ଭ ହୋଇଥିବା ଛଟେଇର ତୃତୀୟ ପର୍ଯ୍ୟାୟ କମ୍ପାନୀର ଅନେକ ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ପ୍ରଭାବିତ କରିବ ବୋଲି ଆଶା କରାଯାଉଛି। କିଛି କର୍ମଚାରୀ ଲିଙ୍କଡଇନ୍ରେ ରିପୋର୍ଟ କରିଛନ୍ତି ଯେ, ଏହି ଛଟେଇଗୁଡିକ ମାର୍କେଟିଂ, ବିକ୍ରୟ, ସାଇଟ୍ ସିକ୍ୟୁରିଟି, ପ୍ରୋଗ୍ରାମ ମ୍ୟାନେଜମେଣ୍ଟ, ଏବଂ କର୍ପୋରେଟ୍ ଯୋଗାଯୋଗ ଟିମ୍ ଉପରେ ପ୍ରଭାବ ପକାଉଛି ଏବଂ ଅନେକ ଲୋକ ଚାକିରୀ ହରାଇଛନ୍ତି। ଏହି ନୂତନ ରାଉଣ୍ଡ ଛଟେଇ ଦ୍ବାରା ଫେସବୁକ୍ ଇଣ୍ଡିଆ ମଧ୍ୟ ପ୍ରଭାବିତ ହୋଇଛି। ରିପୋର୍ଟରେ ଥିବା ସୂତ୍ରରୁ ଜଣାପଡ଼ିଛି ଯେ, ଛଟେଇ କରାଯିବା ପୂର୍ବରୁ ଏହି ଘୋଷଣାକୁ ନେଇ ଏକ ମେସେଜ୍ ମଧ୍ୟ ଦିଆଯାଇଥିଲା। ତେବେ ତମାମ ଛଟେଇ ଯୋଗୁ ଏଥର ଭାରତର ପ୍ରଶାସନ, ଏଚ୍ଆର୍, ମାର୍କେଟିଂ ଏବଂ ଅନ୍ୟ କର୍ମଚାରୀମାନେ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି।