ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ପୁଣି ଛଟେଇ କରିବ ଫେସବୁକ ମୂଳ କମ୍ପାନୀ Meta, ପୂର୍ବରୁ ବିଦା ହୋଇସାରିଛନ୍ତି ୧୧ ହଜାର କର୍ମଚାରୀ

ନୂଆଦିଲ୍ଲୀ ୨୩/ ୦୨: ପୁଣି ଛଟେଇ କରିବ ମେଟା ! କିିଛିଦିନ ପୂର୍ବରୁ ପ୍ରାୟ ୧୧ ହଜାର କର୍ମଚାରୀଙ୍କୁ ବିଦା କରିଥିବା ଫେସବୁକ୍, ଇନଷ୍ଟାଗ୍ରାମ ଓ ହ୍ବାଟ୍ସଆପ୍‌ର ମୂଳ କମ୍ପାନୀ ମେଟା ପୁଣି ଛଟେଇ କରିବାକୁ ଯୋଜନା କରୁଛି । ବିଶ୍ବରେ ସମ୍ଭାବ୍ୟ ଆର୍ଥିକ ମାନ୍ଦାବସ୍ଥା ଭୟ ବଡ ବଡ କମ୍ପାନୀକୁ ଗ୍ରାସିବାରେ ଲାଗିଛି । ଆଉ ଫଳସ୍ବରୂପ ଚାକିରି ହରାଉଛନ୍ତି ହଜାର ହଜାର କର୍ମଚାରୀ ।

ଓ୍ବାଶିଂଟନ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ, ମେଟା ସିଇଓ ମାର୍କ ଜୁକରବର୍ଗ ପୁଣି ବଡ ଧରଣର ଛଟେଇ କରିବାକୁ ଯୋଜନା କରୁଛନ୍ତି । ଏଥିପାଇଁ ସେ କମ୍ପାନୀର ମାନବ ସମ୍ବଳ ବିଭାଗ, ଓକିଲ ଓ ଅର୍ଥନୈତିକ ବିଶେଷଜ୍ଞଙ୍କ ଆଲୋଚନା ଜାରି ରଖିଛନ୍ତି'। ସୂଚନା ଯେ, ଗତ ବର୍ଷ ନଭେମ୍ବରରେ ମେଟା ପାଖାପାଖି ୧୧ ହଜାର କର୍ମଚାରୀଙ୍କୁ ଚାକିରିରୁ ବିଦା କରିଥିଲା । ଯାହାକି କମ୍ପାନୀର ମୋଟ କର୍ମଚାରୀ କ୍ଷମତାର ୧୩% । ଆର୍ଥିକ କ୍ଷତି କାରଣ ଦର୍ଶାଇ ଏଭଳି କରାଯାଇଥିବା କମ୍ପାନୀ ପକ୍ଷରୁ ସଫେଇ ଦିଆଯାଇଥିଲା ।

ଏବେ ପୁଣି ଛଟେଇ କରାଯିବା ନେଇ କମ୍ପାନୀ ଯୋଜନା କରୁଛି । ଏହା ପଛର କାରଣ ବି ସମାନ । କମ୍ପାନୀ ଖର୍ଚ୍ଚ କାଟ୍‌ କରିବା ଉଦ୍ଦେଶ୍ୟରେ ଏଭଳି କରିବାକୁ ଯାଉଛି । କମ୍ପାନୀ ପୂର୍ବରୁ କହିଥିଲା ଯେ, ୨୦୨୨ ଆର୍ଥିକ ବର୍ଷରେ ମେଟା କ୍ଷତି ସହିଛି । ବର୍ଷ ୨୦୨୨ରେ ମେଟାର କ୍ଷତି ୪ ପ୍ରତିଶତ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି କମ୍ପାନୀ ଖର୍ଚ୍ଚ କାଟ୍‌ କରିବାକୁ କହିଥିଲା । ଆଉ ଏଥିପାଇଁ କର୍ମଚାରୀଙ୍କ ଛଟେଇ କରିବା ହିଁ ଏକମାତ୍ର ବିକଳ୍ପ ଥିଲା ।

କର୍ମଚାରୀଙ୍କ ଛଟେଇ ବ୍ୟତିତ କିଭଳି ଆୟ ଅଧିକ ହୋଇପାରିବ ସେ ନେଇ ମଧ୍ୟ ମେଟା ପକ୍ଷରୁ ପଦକ୍ଷେପ ନିଆଯାଉଛି । ପ୍ରଥମ ଥର ପାଇଁ ଭେରିଫାଏଡ୍‌ ସବସ୍କ୍ରିପସ୍‌ ଆଣିବାକୁ ଘୋଷଣା କରିଛି ମେଟା । ଯେଉଁଥିରେ କି ଗ୍ରାହକ ମାସିକ ୯୯୦ ଟଙ୍କା ଦେୟରେ ଅନେକ ନୂଆ ଫିଚର ପାଇପାରିବେ । ସେହିଭଳି ଓ୍ବେବ୍‌ ଗ୍ରାହକ ଏହି ସୁବିଧା ମାସିକ ୧୨୪୦ ଟଙ୍କା ଦେୟରେ ପାଇପାରିବେ । ଉଭୟ ଫେସବୁକ ଓ ଇନଷ୍ଟାଗ୍ରାମ ପାଇଁ ଏହି ସୁବିଧା ଉପଲବ୍ଧ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.