କାଲି ରାତିରୁ ଡାଉନ୍ ଅଛି ଫେସ୍ବୁକ୍ ! ଇନଷ୍ଟାଗ୍ରାମ୍ ଏବଂ ହ୍ବାଟସଅପ୍ ବି ଏଥିରେ ପ୍ରଭାବିତ

A smartphone user shows the Facebook application on his phone in the central Bosnian town of Zenica, in this photo illustration, May 2, 2013. Facebook Inc's mobile advertising revenue growth gained momentum in the first three months of the year as the social network sold more ads to users on smartphones and tablets, partially offsetting higher spending which weighed on profits. REUTERS/Dado Ruvic (BOSNIA AND HERZEGOVINA - Tags: SOCIETY SCIENCE TECHNOLOGY BUSINESS) - RTXZ81J
ନୂଆଦିଲ୍ଲୀ ୧୪।୩: ବିଶ୍ବବ୍ୟାପୀ ସବୁ ଜାଗାରେ ବହୁଳ ଭାବରେ ବ୍ୟବହୃତ କରାଯାଉଥିବା ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ବାଟସଅପ୍ ଆପକୁ ବ୍ୟବହାରକାରୀ ଆକସେସ୍ କରିବାରେ ଅସୁବିଧାରେ ସମ୍ମୁଖୀନ ହେଉଥିବା କଥା ବୁଧବାର ଦିନ ଫେସବୁକ୍ ତରଫରୁ କୁହାଯାଇଛି।
କଲିଫର୍ଣ୍ଣିଆ ସ୍ଥିତ କମ୍ପାନି ମେନଲୋ ପାର୍କ ଟୁଇଟର ଯୋଗେ ବ୍ୟବହାରୀକାରୀଙ୍କୁ ଜଣାଇଛନ୍ତି କି, ସମସ୍ୟାର ତୁରନ୍ତ ସମାଧାନ ଲାଗି କମ୍ପାନି କାମ କରୁଛି। ଏହା କୈାଣସି ହ୍ୟାକର୍ସ କରିନାହାନ୍ତି। ଅସୁବିଧା ଯୋଗୁଁ କେତେକ ବ୍ୟବହାରକାରୀମାନେ ୧୦ଘଣ୍ଟା ଧରି ଅସୁବିଧାରେ ସମ୍ମୁଖୀନ ହୋଇଥିଲେ। ଏହା ଡ଼ିନାଏଲ ଅଫ୍ ସର୍ଭିସ ନୁହେଁ ବୋଲି କମ୍ପାନି କହିଛି।
ଯୁକ୍ତରାଷ୍ଟ୍ର ଆମେରିକା, ଜାପାନ ଏବଂ ଇଉରୋପର କେତେକ ଅଞ୍ଚଳରେ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀମାନେ ଅସୁବିଧାରେ ସମ୍ମୁଖୀନ ହୋଇଥିଲେ। ଫେସବୁକ୍ ଆକସେସ୍ କରି ହେଉ ନଥିବା କଥା ସତ ବୋଲି ଫେସବୁକର ଜଣେ ମୁଖପାତ୍ର କହିଛନ୍ତି। କିନ୍ତୁ ସେବା କେବେ ଯୋଗାଇ ଦିଆଯିବ ତାହା କହି ନାହାନ୍ତି।