PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ନିର୍ବାଚନୀ ଋତୁରେ କଂଗ୍ରେସକୁ ଝଟକା, ଫେସବୁକ୍ ହଟାଇଲା ଦଳ ସମ୍ପର୍କିତ ୬୮୭ ପେଜ୍

ନୂଆଦିଲ୍ଲୀ,୧।୪:ଫେସ୍‍ବୁକ୍‍ ପକ୍ଷରୁ ଆଜି କୁହାଯାଇଛି ଯେ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ୬୮୭ ପେଜ ଓ ଆକାଉଣ୍ଟକୁ ହଟାଇ ଦେଇଛି। ଫେସବୁକର କହିବା ଅନୁସାରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଏହି ପେଜ ଏବଂ ଆକାଉଣ୍ଟଗୁଡ଼ିକରୁ ପ୍ରକାଶିତ ପୋଷ୍ଟ ଏବଂ ଫଟୋରେ ଭୁଲ ତଥ୍ୟ ଦେଉଥିବା ଜଣାପଡ଼ିବା ପରେ ସେଗୁଡ଼ିକୁ ହଟାଇ ଦିଆଯାଇଛି ବୋଲି ଫେସ୍‍ବୁକ୍‍ ସୂଚନା ଦେଇଛି।

ଫେସ୍‍ବୁକ୍‍ ନିଜ ତଦନ୍ତରେ ଜାଣିବାକୁ ପାଇଥିଲା ଯେ ଲୋକଙ୍କ ନକଲି ଆକାଉଣ୍ଟ ତିଆରି କରାଯାଇ ବିଭିନ୍ନ ପେଜ ସହ ଲିଙ୍କ୍‍ କରାଯାଇଥିଲା। ଏହି ଆକାଉଣ୍ଟ ଓ ପେଜ ଦ୍ୱାରା ଭୁଲ ଏବଂ ଭୁଲ ତଥ୍ୟର ପ୍ରସାରଣ କରାଯାଉଥିଲା। ଏହି ପେଜ ଓ ଆକାଉଣ୍ଟଗୁଡ଼ିକରେ ଶାସକ ଦଳ ବିଜେପିକୁ ସମାଲୋଚନା କରାଯାଉଥିଲା।ଫେସବୁକ୍ ପକ୍ଷରୁ କୁହାଯାଇଛି ଆମେ ଜାଣିବାକୁ ପାଇଛୁ ଯେ ଏହି ଆକାଉଣ୍ଟ ସବୁ କଂଗ୍ରେସର ଆଇଟି ସେଲ୍ ସହିତ ଜଡିତ।

ଉଦାହରଣ ପାଇଁ ଫେସବୁକ୍ ପକ୍ଷରୁ ଦୁଇଟି ପୋଷ୍ଟ ସେୟାର କରାଯାଇଛି। ଏହି ପୋଷ୍ଟରେ ମୋଦିଙ୍କ ବିକାଶ କାର୍ଯ୍ୟାକୁ ସମାଲୋଚନା କରାଯାଇଛି ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ସମର୍ଥନ ଦେବାର କଥା କୁହାଯାଇଛି।  ଅନ୍ତର୍ଜାତୀୟ ନ୍ୟୁଜ୍‍ ଏଜେନ୍ସି ରୟଟର୍ସ ଦ୍ୱାରା ଫେଜ୍‍ ଅପସାରଣ ନେଇ ସୂଚନା ଦିଆଯାଇଛି।ଏହାସହ ଫେସ୍‍ବୁକ୍‍ ପାକିସ୍ତାନ ସୈନ୍ୟ କର୍ମଚାରୀଙ୍କ ୧୦୩ ଆକାଉଣ୍ଟ ହଟାଇ ଦେଇଛି। ପ୍ରଥମ ଥର ଫେସ୍‍ବୁକ୍‍ ଏକ ବଡ଼ ରାଜନୈତିକ ଦଳ ସମ୍ପର୍କିତ ପେଜ୍‍ ଓ ଆକାଉଣ୍ଟକୁ ହଟାଇଛି।

ଫେସବୁକ୍ ପକ୍ଷରୁ ଗ୍ରହଣ କରାଯାଇଥିବା ଏହି ପଦକ୍ଷେପକୁ ପରେ କଂଗ୍ରେସ ନେତା ମନୀ​ଷ ତିଓ୍ବାରୀ କହିଛନ୍ତି ଆମେ ଏହି ରିପୋର୍ଟ ଉପରେ ପ୍ରତିକ୍ରିୟା ଉପରେ କୌଣସି ପ୍ରତିକ୍ରିୟା ଦେଉନାହୁଁ। ଏବେ ଏବେ ଆସୁଥିବା ରିପୋର୍ଟର ସତ୍ୟତା ଯାଞ୍ଚ କରିବାକୁ ହେବ ଯେ, ଏଭଳି କୌଣସି ଫେସବୁକ୍ ପେଜ୍ ରହିଛି ଯାହାର ଆମ ସହିତ ଯୋଡି ହୋଇ ରହିଛି?