PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ , ଗୁଳିମାଡ଼ ପରେ ତାଙ୍କୁ ଭୁବନେଶ୍ୱରରେ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା
  • ||
  • ମାଲକାନଗିରି : ମାଓଗଡ଼ରେ ସରକାରଙ୍କ ପକ୍ଷରୁ ୨୦୦ ଗରିବ ଆଦିବାସୀଙ୍କୁ ମୋବାଇଲ ଫୋନ ବଣ୍ଟନ
  • ||
  • ପାକିସ୍ତାନରେ ପୁଣି ମହଙ୍ଗା ମାଡ଼, ପେଟ୍ରୋଲ-ଡିଜେଲ ଦାମରେ ୩୫ ଟଙ୍କା ବୃଦ୍ଧି
  • ||
  • ଝାରସୁଗୁଡ଼ା: ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼: ଛାତିରେ ବାଜିଛି ଗୁଳି, ଗୁରୁତର ଅବସ୍ଥାରେ ନିଆଯାଉଛି ହସ୍ପିଟାଲ
  • ||
  • ହକି ବିଶ୍ୱକପ୍‌: ସୁପର ସଣ୍ଡେରେ ଫାଇନାଲ୍ ଫାଇଟ୍, ବେଲଜିୟମ-ଜର୍ମାନୀ ମଧ୍ୟରେ ଟାଇଟଲ ଟକ୍କର
  • ||
  • ଭୂକମ୍ପରେ ଥରିଲା ଇରାନ୍, ୭ ମୃତ, ୪୦୦ରୁ ଅଧିକ ଆହତ
  • ||
  • ମୟୂରଭଞ୍ଜ: ହାତୀମୃତ ଦେହ ମିଳିବା ଘଟଣାରେ ୪ ଶିକାରୀ ଗିରଫ, ୨ ହାତୀଦାନ୍ତ ଜବତ…
  • ||
  • ଆଜି ଦ୍ୱିତୀୟ ଟି-ଟ୍ୱେଣ୍ଟି: ଭାରତ ପାଇଁ ‘କର ବା ମର’, ସିରିଜ ଜିତି ସ୍ୱଦେଶ ଫେରିବା ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ
  • ||
  • ଭୁବନେଶ୍ୱର: ଫେବ୍ରୁଆରୀ ୧୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ! ସଜେଇ ହେଉଛି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ
  • ||
  • ଭୁବନେଶ୍ୱର: ଚିନାବାଦାମ ଚାଷର ନୂତନ ଜ୍ଞାନକୌଶଳ ଶିଖିବେ ଓଡ଼ିଆ କୃଷକ, ୮୦ ଚାଷୀଙ୍କୁ ଗୁଜରାଟ ପଠାଇଲା ସୋଆ
  • ||

କାଦୁଅରେ ବସି ପିଲାମାନେ ପଢୁଥିବା ଫଟୋ ଭାଇରାଲ ଘଟଣା: ଜାଣନ୍ତୁ ଏହା ପଛର ସତ

source:www.thelallantop.com

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଫଟୋ । କୁହାଯାଉଛି ଏହି ଫଟୋ ଭାରତର ଏକ ରାଜ୍ଯର । ରାଜ୍ଯସରକାରଙ୍କୁ ଖୁବ୍ ନିନ୍ଦା କରାଯାଉଛି ଏବଂ ଏହି ରାଜ୍ଯର  ବଜେଟ୍ ଉପରେ ମଧ୍ୟ ପ୍ରଶ୍ନ ଉଠାଯାଉଛି ।

source:www.thelallantop.com

କଣ ଅଛି ଏହି ଭାଇରାଲ ପୋଷ୍ଟରେ ?
କେଲିକଟରେ ଆମ ଆଦମୀ ପାର୍ଟିର ଜଣେ ଫ୍ୟାନ୍ ହେଉଛନ୍ତି କୋମଣା ମାନ୍ । ଫେସବୁକରେ ଆଇଡି ପ୍ରସ୍ତୁତ କରିଛନ୍ତି ସେଲିବ୍ରିଟି ଟାଇପ୍ ‘ରିୟଲ କୋମଣା ମାନ’। ସେ ୯ ଫେବୃୟାରୀରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଏଥିରେ ଏକ ସ୍କୁଲର ଫଟୋ ରହିଛି । ସ୍କୁଲରେ ପ୍ରବଳ କାଦୁଅ ଭରି ରହିଛି। ସେହି କାଦୁଅରେ ବସି ପିଲାମାନେ ପାଠ ପଢୁଛନ୍ତି । ପୋଷ୍ଟରେ ଲେଖାଯାଇଛି ଯେ ଏହି ସ୍କୁଲ ଉତ୍ତର ପ୍ରଦେଶର । ଏବଂ କ୍ୟାପସନ୍ ରହିଛି ଯେ ଏହି ଫଟୋ ସେହି ୟୁପିର ଯେଉଁଠାରେ କାଲି ଗାଈ ପାଇଁ ୪୫୦ କୋଟିର ବଜେଟ୍ ପାସ୍ ହୋଇଛି ! ଏହି ପୋଷ୍ଟ ୧୭୦୦ରୁ ଅଧିକ ଶେୟାର ହୋଇଛି । ଏପରିକି ଭାଇରାଲ ଫଟୋରେ କ୍ୟାପସନ୍ ରହିଛି ଯେ ଏଥିପାଇଁ ମୋଦି ନା ଯୋଗୀ କିଏ ଦାୟୀ ?

source:www.thelallantop.com

କଣ ପ୍ରକୃତ ଘଟଣା ?
ଫଟୋଟି ପ୍ରକୃତ । ଏଥିରେ କୌଣସି ଏଡିଟ୍ କରାଯାଇନି । କିନ୍ତୁ ଏହି ଫଟୋଟି ୪ ବର୍ଷ ପୂରୁଣା ଏବଂ ଉତ୍ତର ପ୍ରଦେଶର ନୁହେଁ ବରଂ ପଞ୍ଜାବର ପଞ୍ଜାବ ତାହା ପୁଣି ଭାରତର ନୁହେଁ ପାକିସ୍ତାନରେ ଥିବା ପଞ୍ଜାବର । ପଟୋ ପାକିସ୍ତାନର ପଞ୍ଜାବ ପ୍ରାନ୍ତର । ୧୦ ଜୁନ୍ ୨୦୧୫ରେ ଏହି ଫଟୋ ପାକିସ୍ତାନର ଏକ ନ୍ୟୁଜ୍ ସାଇଟରେ ପୋଷ୍ଟ କରାଯାଇଥିଲା

source:www.thelallantop.com

୨ଦିନ ପରେ ଏହି ଫଟୋ ପାକ ଏଗେନଷ୍ଟ ଚାଇଲ୍ଡ ଲେବର ହ୍ୟାଶଟ୍ୟାଗ୍ ସହିତ ଟ୍ୱିଟରରେ ସେୟାର ହୋଇଥିଲା । ଲେଖାଥିଲା ଏହା ପଞ୍ଜାବନର ସ୍କୁଲର ଅବସ୍ଥା । ଏହି ପିଲାମାନଙ୍କୁ ମେଟ୍ରୋ ବସର ଫଟୋ ପଠାଅ ହୁଏତ ଏମାନେ ଖୁସି ହୋଇଯିବେ ।

source:www.thelallantop.com

ଏହା ପରେ ଏହି ଫଟୋ ପାକିସ୍ତାନରେ ଅନେକ ଥର ସେୟାର ହୋଇଛି । ଏବେ ପ୍ରଧାନମନ୍ତ୍ରୀ ଥିବା ଇମରାନ୍ ଖାନଙ୍କ ପାର୍ଟି ମଧ୍ୟ ୨୦୧୫-୧୬ରେ ଏହି ଫଟୋକୁ ନେଇ ତତ୍କାଳୀନ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଥିଲା ।


source:www.thelallantop.com

୪ ବର୍ଷ ପୂରୁଣା ଫଟୋଟି ଏବେ ଭାଇରାଲ ହେଉଛି ଏବଂ ଏଥିରେ ଏବେ କ୍ୟାପସନ୍ ରହିଛି ଯେ ଏଥିପାଇଁ ମୋଦି ନା ଯୋଗୀ କିଏ ଦାୟୀ ? ତେବେ କହିରଖୁଛୁ ଏଥିପାଇଁ ଆମ ଭାରତର କେହି ବି ଦାୟୀ ନୁହଁନ୍ତି କାରଣ ଏ ଫଟୋଟି ପାକିସ୍ତାନର ।

ସମ୍ବନ୍ଧିତ ଖବର