PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୀଳଗିରି ସହରରେ ଆତଙ୍କ ଖେଳାଉଛି କୁଳଡିହା ଦନ୍ତା
  • ||
  • ହକି ବିଶ୍ୱକପ୍‌ ଫାଇନାଲରେ ଜର୍ମାନୀ , ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ହରାଇଲା ଜର୍ମାନୀ
  • ||
  • ଦିନ ଦ୍ୱିପ୍ରହରରେ ଘରେ କଳାକନା ବୁଲାଇଲା ଚୋର : ଲୁଟି ନେଲା ୨ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା, ନଗଦ ୧ଲକ୍ଷ ୧୦ ହଜାର ଟଙ୍କା
  • ||
  • ଗୋଟିଏ ରିପୋର୍ଟରେ ଦୋହଲି ଗଲା ଆଦାନୀଙ୍କ ସାମ୍ରାଜ୍ୟ , କୋଟିପତିଙ୍କ ତାଲିକାରୁ ଖସି ରହିଲେ ୭ମ ନମ୍ୱରରେ
  • ||

ଥଲାପତିଙ୍କ ଏହି ଫିଲ୍ମରେ ନଜର ଆସିବେ ଫହାଦ ଫାଜିଲ, ଖୁବଶୀଘ୍ର ଆରମ୍ଭ ହେବ ଶୁଟିଂ

zeenews

ନୂଆଦିଲ୍ଲୀ ୨୪/୦୧: ନିର୍ଦ୍ଦେଶକ ଲୋକେଶ କନଗରାଜ ବିଜୟ ‘ଥଲାପତି 67’ ର ସୁଟିଂ କରୁଛନ୍ତି। ବିଜୟଙ୍କ ଏହି ଫିଲ୍ମରେ ଫହାଦ୍ ଫାଜିଲ ନଜର ଆସିବାକୁ ଯାଉଛନ୍ତି। ଫହାଦ ଲୋକେଶ ସିନେମାଟିକ୍ ୟୁନିଭର୍ସ ସହିତ ଜଡିତ, ଯାହାକୁ LCU ମଧ୍ୟ କୁହାଯାଏ।

ନିକଟରେ ଫହାଦଙ୍କୁ ବିନୀତ ଶ୍ରୀନିବାସନ ଏବଂ ଅପର୍ଣ୍ଣା ବାଲମୁରଲୀ ଅଭିନୀତ ଫିଲ୍ମ ‘ଥଙ୍କମ୍’ର ପ୍ରମୋସନରେ ଦେଖିବାକୁ ମିଳିଥିଲା। ଏହି ସମୟରେ ଅଭିନେତା ଗଣମାଧ୍ୟମ ସହିତ କଥାବାର୍ତ୍ତା ହୋଇଥିଲେ। ବାର୍ତ୍ତାଳାପ ସମୟରେ, ତାଙ୍କୁ ପଚରାଯାଇଥିଲା ଯେ ସେ ‘ଥଲାପତି  67’ ରେ ନଜର ଆସିବେ କି ନାହିଁ? ଏଥିପାଇଁ ଅଭିନେତା କହିଛନ୍ତି, ‘ଫିଲ୍ମଟି LCU ର ଏକ ଅଂଶ, ତେଣୁ ମୁଁ ଏହାର ଅଂଶ ହୋଇପାରେ।’

ଥଲାପତି ବିଜୟଙ୍କ ଫିଲ୍ମର ସୁଟିଂ ଆରମ୍ଭ ହୋଇଛି, ଯାହାର ଟାଇଟଲ୍ ବର୍ତ୍ତମାନ ‘ଥଲାପତି 67’ ରଖାଯାଇଛି। ତେବେ ଏହି ଫିଲ୍ମର ବାକି କାଷ୍ଟ ଏବଂ ଟାଇଟଲ୍ ଶୀଘ୍ର ଘୋଷଣା ହେବାକୁ ଯାଉଛି ।

ସମ୍ବନ୍ଧିତ ଖବର