ପ୍ରମୂଖ ଖବର
  • ମୟୂରଭଞ୍ଜ : ସୋନ ଡ୍ୟାମ୍‌ରୁ ମହିଳାଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ପୁରୀରେ କାଳବୈଶାଖୀ ପ୍ରଭାବ: ଭୁଶୁଡ଼ି ପଡ଼ିଲା କମାରଶାଳ
  • ||
  • ପ୍ରକାଶ ପାଇଲା ICSE ଦଶମ ଏବଂ ISC ଦ୍ୱାଦଶ ପରୀକ୍ଷା ଫଳାଫଳ, ଜାଣନ୍ତୁ କେମିତି ଚେକ୍‌ କରିବେ ରେଜଲ୍ଟ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ନକଲି ଡାଏରୀ ଫାର୍ମ ରସିଦ୍‌ରେ ଗୋଚାଲାଣ, ପୋଲିସ ନଜରରୁ ବଞ୍ଚିବାକୁ ତରିକା ବଦଳାଇଛନ୍ତି ମାଫିଆ

Published By : Harapriya Sethi | March 31, 2025 7:42 AM

ଜଗତସିଂହପୁର,୩୧/୩: ଯୋଜନାବଦ୍ଧ ଭାବେ ଜଗତସିଂହପୁରରୁ କୋଲକତାକୁ ଗୋଚାଲାଣ କରାଯାଉଛି । ପୁଲିସ, ବଜରଙ୍ଗ ଦଳ, ଅନ୍ୟାନ୍ୟ ସାମାଜିକ ସଂଗଠନ ପକ୍ଷରୁ ବେଆଇନ ଗୋଚାଲାଣ ଉପରେ ନଜର ରଖାଯାଉଥିବାରୁ ଏବେ ନିଜର ତରିକାକୁ ବଦଳାଇ ଦେଇଛନ୍ତି ମାଫିଆମାନେ । ସେମାନେ ବେଶ ସନ୍ତର୍ପଣରେ କିଛି ଡାଏରି ଫାର୍ମର ନକଲି ରସିଦ୍‌ ଛାପି ଦେଇଛନ୍ତି । ସେଇ ରସିଦ୍‌ ବଳରେ କୋଲକତାକୁ ଗୋଚାଲାଣ କରୁଛନ୍ତି । ଯେଉଁଠି ପୁଲିସ ଧରୁଛି ସେଠାରେ ଉକ୍ତ ରସିଦ୍‌କୁ ଦେଖାଇ ଦିଆଯାଉଛି । ଏବଂ ଉକ୍ତ ଡାଏରୀ ଫାର୍ମରୁ ଗାଈ ଆଣି ଚାଷୀଙ୍କୁ ଦେବାକୁ ଯାଉଥିବାର ସଫେଇ ଦେଉଛନ୍ତି । କିଛି ମାସ ତଳେ ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ପୁଲିସ ପାଟ୍ରୋଲିଂ ସମୟରେ ଏକାଧିକ ଗାଈ ବୋଝେଇ ଗାଡ଼ିକୁ ତନଖି ନିମନ୍ତେ ଅଟକାଇଥିଲେ । 

ଆଶ୍ଚର୍ଯ୍ୟ କଥା, ସେସମୟରେ ୪ ଜଣ ଚାଳକ ଦୁଇଟି ଭିନ୍ନ ଠିକଣାର ଡାଏରୀ ଫାର୍ମର ରସିଦ୍‌ ଦେଖାଇଥିଲେ । ତେବେ ଗୋଟିଏ ରସିଦ୍‌ ଉପରେ ଜଗତସିଂହପୁର ଅଳସୁଧା ନିପୁର ଠିକଣା ରହିଥିବା ବେଳେ ଅନ୍ୟଟିରେ ତିର୍ତ୍ତୋଲ ନରସିଂହପୁର ଉଲ୍ଲେଖ କରାଯାଇଥିଲା । କିନ୍ତୁ ଉଭୟ ଠିକଣାର ଡାଏରୀ ଫାର୍ମର ନାମ ସମାନ ଥିବାରୁ ପୁଲିସର ସନ୍ଦେହ ବଢିଥିଲା । ଏଣେ କୌଣସି ଚାଷୀ ପୁଲିସ ଦ୍ୱାରା ଉଦ୍ଧାର ଗୋମାତାଙ୍କୁ ନେବାକୁ ଆସିନଥିଲେ । ତେଣୁ ଏହା ନକଲି ରସିଦ୍‌ ହୋଇଥିବା ଜାଣି ବାଲେଶ୍ୱର ପୁଲିସ ଜଗତସିଂହପୁର ଅଞ୍ଚଳର ୪ ଜଣ ଗାଡ଼ି ଚାଳକଙ୍କୁ ଗିରଫ କରିଥିଲେ । ଅପରପକ୍ଷେ ନିପୁର ଠିକଣାରେ ସେଭଳି ନାମରେ ଡାଏରୀ ଫାର୍ମ ନଥିବା ନିକଟରେ କହିଥିଲେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ । ଏପଟେ ବେଆଇନ ଗୋଚାଲାଣରେ ଜଗତସିଂହପୁର ଥାନା ଅଞ୍ଚଳର ନିର୍ଦ୍ଦିଷ୍ଟ ଜଣେ ମହିଳା ମାଷ୍ଟର୍‌ ମାଇଣ୍ଡ୍‌ ଥିବା ଚର୍ଚ୍ଚାର ପରିଧିକୁ ଆସିଛି । 

ଜିଲ୍ଲାରେ ନିଧଡ଼କ ଗୋଚାଲାଣ ହେଉଛି । ନିକଟରେ ଜଗତସିଂହପୁର ପୁଲିସ ଗୋମାଂସ ସହ ବିପୁଳ ପରିମାଣର ଚମଡ଼ା ଚାଲାଣ ସମୟରେ ଜବତ କରିବାର ନଜିର ରହିଛି । ଏବେ ଡାଏରୀ ଫାର୍ମର ରସିଦ୍‌ ଛାପି ବେଆଇନ ଭାବେ ଗୋମାତାଙ୍କୁ ଚାଲାଣ କରାଯିବା ଉଦ୍‌ବେଗର ବିଷୟ ହୋଇଛି । ଜଗତସିଂହପୁର ସହରର ଯୋଗଧାରୀ ନିକଟରେ ମଧ୍ୟ ଗତ ୨୯ ତାରିଖରେ ଅମାନୁଷିକ ଭାବେ ଚାଲାଣ ହେଉଥିବା ଗୋମାତାଙ୍କୁ ଉଦ୍ଧାର କରିଛନ୍ତି ଶୂନ୍ୟବାସୀ ଗୋରେଖ ଗୋସେବା ସଂସ୍ଥାନର କାର୍ଯ୍ୟକର୍ତ୍ତା । ଏସଂକ୍ରାନ୍ତରେ ଜଗତସିଂହପୁର ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି । ଉକ୍ତ ଦିନ ଏକ ଟାଟା ଏସି ଗାଡ଼ିରେ ଗୋଚାଲାଣ ହେଉଥିବା ଖବର ପାଇଥିଲେ ସଂସ୍ଥାନର କିଛି କାର୍ଯ୍ୟକର୍ତ୍ତା । ପାକନପୁରରେ ଅଟକାଇବାକୁ ଉଦ୍ୟମ ସତ୍ତେ୍ୱ ଚାଳକ ଗାଡ଼ି ଚଢାଇ ଦେବାକୁ ଉଦ୍ୟମ କରିଥିଲେ । ଇତି ମଧ୍ୟରେ ସଂସ୍ଥାନ ପକ୍ଷରୁ ପୁଲିସକୁ ଖବର କରି ଦିଆଯାଇଥିଲା । ଏବଂ ଗାଡ଼ିଟିକୁ ଯୋଗଧାରୀ ନିକଟରେ ଅଟକାଇ ଦିଆଯାଇଥିଲା । ସେତେବେଳେ ଗୋଡ଼ ବନ୍ଧା ଅବସ୍ଥାରେ ଗୋମାତାଙ୍କୁ ଠାବ କରାଯାଇଥିଲା । ଏଣେ ସଂପୃକ୍ତ ଚାଳକ ଗୋମାତାଙ୍କୁ ଶୂନ୍ୟବାସୀ ଗୋରେଖ ଗୋସେବା ସଂସ୍ଥାନର ଗୋଶାଳାକୁ ନେଉଥିବାର ଡାହା ମିଛ କହିଥିଲେ । ସେ ଦୃଷ୍ଟିରୁ ଗୋବଂଶକୁ ହତ୍ୟା ଉଦ୍ଦେଶ୍ୟରେ ନିଆଯାଉଥିବା ସନ୍ଦେହ ଦୃଢୀଭୂତ ହୋଇଥିଲା । 

ଏଣେ ଗାଡ଼ି ଚାଳକ ଦବଙ୍ଗଗିରି ଉପରକୁ ଓହ୍ଲାଇ ଗୁଳି କରିବାର ଧମକ ଦେବାକୁ ପଛାଇ ନଥିଲେ । ନିକଟରେ କୃଷ୍ଣାନନ୍ଦପୁର, ତିର୍ତ୍ତୋଲରୁ ଗୋମାତାଙ୍କୁ ଚାଲାଣ ସମୟରେ ପୁଲିସ ପକ୍ଷରୁ ଉଦ୍ଧାର କରାଯାଇଥିଲା । ସଂପ୍ରତ୍ତି ଗୋବଂଶ ପ୍ରତି ଅଧିକ ବିପଦ ସୃଷ୍ଟି ହୋଇଛି । ଅତୀତରେ ଏକ ଗୋଶାଳାରେ ଖାଦ୍ୟାଭାବରୁ ଅନେକ ଗୋମାତାଙ୍କ ଅକାଳ ମୃତ୍ୟୁ ଘଟିଥିଲା । ଏବେ ଜଗତସିଂହପୁର ବ୍ଲକର ତୁମ୍ବା ଅଣ୍ଢେଇସାହିରେ ନୂତନ ଗୋଶାଳା ନିମନ୍ତେ ପୌର ପ୍ରଶାସନ ପକ୍ଷରୁ ଟେଣ୍ଡର ଆହ୍ୱାନ ହୋଇଥିଲା । ତେବେ ଟେଣ୍ଡରରେ ତ୍ରୁଟିକୁ ନେଇ ନୂତନ ଗୋଶାଳା ନିର୍ମାଣ ଅନିଶ୍ଚିତତାରେ ଅଟକି ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.