ପ୍ରମୂଖ ଖବର
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ନକଲି ଡାକ୍ତର ସହ ୨ ମହିଳା ଗିରଫ

Published By : Suraj Kumar | June 24, 2025 9:51 PM

ବ୍ରହ୍ମପୁର,୨୪।୬ : ନାବାଳିକା ଦୁଷ୍କର୍ମ ଅଭିଯୋଗରେ ନକଲି ଡାକ୍ତର ସହ ୨ ଜଣ ମହିଳାଙ୍କୁ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୁଲିସ ଗିରଫ କରିଛି। ବାଜପେୟୀ ଆରୋଗ୍ୟଧାମ ମାଲିକ  ଡ଼ା.ଭବାନୀ ଶଙ୍କର ଦାଶଙ୍କ ସମେତ ଦୁଇ ଜଣ ମହିଳାଙ୍କୁ ପୁଲିସ  ଗିରଫ କରିଛି। 

 ଜନୈକ ଅଙ୍ଗଡ଼ାୱାଡି କର୍ମୀଙ୍କ ସଂସ୍ପର୍ଶରେଆସିଥିଲେ ପୀଡ଼ିତାଙ୍କ ମାଆ । ବାଜପେୟୀ ଆରୋଗ୍ୟଧାମର ମାଲିକ ଜଣେ ଉତ୍ତମ ବ୍ୟକ୍ତି ବୋଲି ପୀଡ଼ିତାଙ୍କ ମାଆଙ୍କୁ ଅଙ୍ଗନାବାଡ଼ି କର୍ମୀ କହିଥିଲେ । ବିଏସସି ନର୍ସିଙ୍ଗ ପାଠ ପଢା ବିନା ଖର୍ଚ୍ଚରେ ପଢାଇବାକୁ କହି ପରିବାରବର୍ଗଙ୍କ ବିଶ୍ୱାସ ଭାଜନ ଭବାନୀ ସୃଷ୍ଟି କରିଥିଲେ। ଭବାନୀଙ୍କ କଥାରେ ବିଶ୍ୱାସ କରି ନାବାଳିକାକୁ ତାଙ୍କ ମା’ ଛାଡିଥିଲେ । କୋର୍ଟପେଟା ଛକରେ ଥିବା ରାଜାରାଣୀ ଏର୍ପାଟାମେଣ୍ଟର ପ୍ରଥମ ମହଲାରେ ବାଜପେୟୀ ଆରୋଗ୍ୟଧାମ ରେ ନାବାଳିକାଙ୍କୁ  ତାଙ୍କ ମା’ ଛାଡିଥିଲେ। ପରେ ସେହି ଆର୍ପଟମେଣ୍ଟର ତୃତୀୟ ମହଲାରେ ୩୦୨ ନମ୍ବର ରୁମରେ ପୀଡ଼ିତାଙ୍କୁ ନିଶା ପାଣି ଦେଇ ଭବାନୀ ଦୁଷ୍କର୍ମ କରିଥିଲେ । ନାବାଳିକା ଜଣକ ସେଠାରୁ ଆସି ସମ୍ପର୍କୀୟ ମାଉସୀଙ୍କୁ ଘଟଣା ବିଷୟରେ ଜଣାଇଥିଲେ।  ଗତକାଲି ଥାନାରେ ମାମଲା ରୁଜୁ ପରେ ପୁଲିସ ଘଟଣାର ତଦନ୍ତ କରି ଭବାନୀ ସହ ୨ ଜଣ ମହିଳାଙ୍କୁ ଗିରଫ କରିଛି।  ଦୁଇଜଣ ମହିଳା ଭବାନୀଙ୍କୁ ସହଯୋଗ କରିଥିଲେ। ଜଣେ ପରିଚିତ କରାଇଥିଲେ ଏବଂ ଅନ୍ୟ ଜଣେ ପାଣି ପିଇବାକୁ ଦେଇଥିଲେ । ଭବାନୀଙ୍କ ହୋମିଓ ପାଥିକ ଡାକ୍ତରର ସାର୍ଟିଫିକେଟ ନକଲି ଥିବା ପୁଲିସ ଜାଣିବାକୁ ପାଇଛି। ଏହାର ଅଧିକ ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ. ପି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.