ନକଲି ସୁନା ଦେଇ ବ୍ୟାଙ୍କରୁ ସୁନା ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦ୍ଦାଫାଶ, ୭ ଅଭିଯୁକ୍ତ ଗିରଫ…

ସୋନପୁର ୦୬/୧୨: ସୋନପୁର ବ୍ୟାଙ୍କ ଅଫ ବିରୋଦାରୁ ନକଲି ସୁନା ଦେଇ ସୁନା ଋଣ କରି ୫୨ ଲକ୍ଷ ୮୩ ହଜାର ୧ ଶହ ଟଙ୍କା ଠକେଇ ଘଟଣାର ପର୍ଦ୍ଦାଫାଶ କରିଛି ସୁବର୍ଣ୍ଣପୁର ପୁଲିସ । ଏହି ଘଟଣାରେ ସୋନପୁର ପୁଲିସ ସୁବର୍ଣ୍ଣପୁର ଜିଲ୍ଲା ବିନିକ ସିଲଟି ନୂଆପଡାର ଈଶ୍ୱର ସରଫ ଏବଂ ତାଙ୍କ ପୁଅ ସୁରେନ୍ଦ୍ର ସରଫଙ୍କ ସହିତ ସିଲଟି ମାଲିପଡାର ରଞ୍ଜନ ସା, ସିଲାଟି ନୂଆପଡାର ହଜାରୁ ସାହୁ, ଡୁଙ୍ଗୁରିପାଲି ଥାନା ଚେରୁପାଲିର ଡାକ୍ତର ସେଠା, ବରଗଡ଼ ଜିଲ୍ଲା ଭେଡେନ ଥାନା ସୁରୁଡାର ରାମଚନ୍ଦ୍ର ମହାରଣା ଏବଂ ବ୍ୟାଙ୍କର ବଣିଆ ସୋନପୁର ଘୋଡାଘାଟ ପଡ଼ାର ଜୟନାରାୟଣ ମହାରଣାଙ୍କୁ ଗିରଫ କରିଛି । ଏନେଇ ଆଜି ସୋନପୁର ଥାନାରେ ଅନୁଷ୍ଠିତ ଏକ ସମ୍ବାଦିକ ସମ୍ମିଳନୀରେ ଏସପି ଅମରେଶ ପଣ୍ଡା ସୂଚନା ଦେଇଛନ୍ତି । ତେବେ ବ୍ୟାଙ୍କ ର ବଣିଆ ସୁନାର ସ୍ୱଚ୍ଛତା ସାର୍ଟିଫିକେଟ ଦେଇଥିବାରୁ ଏହି ଠକେଇ ହୋଇ ପାରିଥିବା ସୂଚନା ଦିଆଯାଇଛି । ତେବେ ଏହି ଠକେଇ ଘଟଣାରେ ଆଉ ଅନ୍ୟ ଦୁଇ ଅଭିଯୁକ୍ତ ଅଛନ୍ତି । ତାଙ୍କୁ ମଧ୍ୟ ଗିରଫ କରାଯିବ ବୋଲି କୁହାଯାଇଛି । ଅନ୍ୟପକ୍ଷରେ ଏହି ବ୍ୟାଙ୍କରେ ପୂର୍ବରୁ ପିଓ ଥିବା ସୌମ୍ୟ ରଞ୍ଜନଙ୍କ କାର୍ଯ୍ୟକୁ ନେଇ ମଧ୍ୟ ସନ୍ଦେହ ଥିବା ଏସପି କହିବା ସହିତ ତାଙ୍କୁ ମଧ୍ୟ ନୋଟିସ କରି ଡ଼କାଯିବ ବୋଲି ସୂଚନା ମିଳିଛି । ଏହି ସାମ୍ବାଦିକ ସମ୍ମିଳନୀରେ ସୋନପୁର ଡ଼ିଏସପି ସମ୍ପତ ଦାସ , ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗି, ସୋନପୁର ଆଇ ଆଇ ସି କୃଷ୍ଣଚନ୍ଦ୍ର ମେହେର ପ୍ରମୁଖ ଉପସ୍ଥିତ ଥିଲେ ।