PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

କଟକ ମିଠା ବଜାରରେ ନକଲି ଖୁଆ ! ଅସଲି ଓ ନକଲି ଭିତରେ ୧୫୦ ଟଙ୍କାର ଫରକ୍

କଟକ,୨୯/୦୧: କଟକ ମିଠା ବଜାରରେ ନକଲି ଖୁଆ । ଡିଟରଜେଣ୍ଟ୍‌, ସଲଫରିକ୍‌ ଏସିଡ୍‌, ମିଲ୍‌କ ପାଉଡର୍‌, ପାମୋଲିନ୍‌ ତେଲକୁ ମିଶାଇ ତିଆରି କରାଯାଉଥିବା ଖୁଆ ଏବେ କଟକ ମିଠା ବଜାର ବ୍ୟାପକ ବ୍ୟବହାର କରାଯାଉଛି । ଅସଲି ଖୁଆ ତୁଳନାରେ ନକଲି ଶସ୍ତା ହୋଇଥିବାରୁ ମିଠା ଦୋକାନ, ବାହାଘର ଓ ବ୍ରତଘର ଏବଂ ବିଭିନ୍ନ ଉତ୍ସବ, ମହୋତ୍ସବ ସମୟରେ ଏହାର ଆବଶ୍ୟକତା ଅଧିକ ରହୁଛି ।

ଅସଲି ଓ ନକଲି ଖୁଆ ମୂଲ୍ୟ ଭିତରେ କିଲୋ ପିଛା ପାଖାପାଖି ୧୫୦ ଟଙ୍କାର ଫରକ୍‌ । ଖାସ୍‌ ସେଥିପାଇଁ ଏହାର ଚାହିଦା କଟକ ବଜାରରେ ରହିଛି । କଟକ ଜିଲ୍ଲାରେ ଦୈନିକ ୧୦ କ୍ୱିଣ୍ଟାଲ୍‌ ଖୁଆ ଦରକାର ପଡୁଥିବା ବେଳେ ଏଥିରୁ ପ୍ରାୟ ଅଧାରୁ ଅଧିକ ନକଲି ଉତ୍ପାଦନକାରୀଙ୍କ କବ୍‌ଜାରେ ରହିଛି । ଅସଲି ଓ ନକଲି ଖୁଆ ଭିତରେ ଫରକ୍‌ ବି ଜଳଜଳ । ଖୁଆ ପ୍ରସ୍ତୁତି ପ୍ରଣାଳୀ ଅନୁଯାୟୀ, କ୍ଷୀରକୁ କମ୍‌ ତାପମାତ୍ରାରେ ଦୀର୍ଘ ସମୟ ପାଇଁ ଫୁଟାଇବାକୁ ପଡିଥାଏ । କ୍ଷୀର ମରିମରି ଶେଷକୁ ଖୁଆରେ ପରିଣତ ହୁଏ । ମଇଁଷି କ୍ଷୀର ୧ଲିଟରରୁ ୨୨୦ ଗ୍ରାମ୍‌ ଖୁଆ ପ୍ରସ୍ତୁତ ହୋଇଥାଏ । ସେହିପରି ଦେଶୀ ଗାଇ କ୍ଷୀରରୁ ୧୯୦ ଗ୍ରାମ୍‌ ଓ ଜର୍ସି ଗାଇ କ୍ଷୀରରୁ ୧୬୦ ଗ୍ରାମ୍‌ ଖୁଆ ତିଆରି ହୋଇଥାଏ । ଅର୍ଥାତ୍‌ ୧ କିଲୋ ଖୁଆ ପ୍ରସ୍ତୁତ କରିବାକୁ ହେଲେ ୫ ଲିଟରରୁ ୭ ଲିଟର କ୍ଷୀର ଦରକାର ପଡ଼ିଥାଏ । ଏଥିପାଇଁ ଖୁଆ ଉତ୍ପାଦନକାରୀଙ୍କୁ ୧କିଲୋ ଖୁଆ କରିବା ପଛରେ କେବଳ କ୍ଷୀର ବାବଦରେ ଖର୍ଚ୍ଚ କରିବାକୁ ପଡେ ୨୫୦ ଟଙ୍କା । ଏହାବାଦ୍‌ ଜାଳେଣି ଓ ଶ୍ରମ ବିନିଯୋଗ ଦିଗରେ ମଧ୍ୟ ଖର୍ଚ୍ଚ ରହିଥାଏ । ତେଣୁ ଅସଲି ଖୁଆ କିଲୋ ବଜାରରେ କିଲୋ ପିଛା ୪୨୦ ଟଙ୍କା ରହିଛି ।

କଟକର ନିଶ୍ଚିନ୍ତକୋଇଲି, ମାହାଙ୍ଗା, ସାଲେପୁର, ଚୌଦ୍ୱାର ଭଳି ଅଞ୍ଚଳରୁ ଅସଲି ଖୁଆ ବଜାରକୁ ଆସିଥାଏ । କିନ୍ତୁ ବଜାରର ଆବଶ୍ୟକତା ଅନୁଯାୟୀ ଖୁଆ ମିଳିନଥାଏ । କେବଳ କଟକ ଜିଲ୍ଲାରେ ଦୈନିକ ୧୦ କ୍ୱିଣ୍ଟାଲ୍‌ ଖୁଆ ଦରକାର ପଡେ । ଏଥିରୁ ୨ ରୁ ୩ କ୍ୱିଣ୍ଟାଲ୍‌ ପର୍ଯ୍ୟନ୍ତ ଅସଲି ଖୁଆ ଉପଲବ୍ଧ ଥାଏ । ତେଣୁ ବଜାର ଚାହିଦାକୁ ମେଣ୍ଟାଇବାକୁ ଯାଇ ନକଲି ଖୁଆ ଢେର ମାତ୍ରାରେ କଟକ ବଜାରକୁ ଆସିଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ନକଲି ଖୁଆ ମଧ୍ୟ କୋଲକତାରୁ ଅଣାଯାଉଛି । ନକଲି ଖୁଆର ମୂଲ୍ୟ କିଲୋ ପିଛା ୧୮୦ ଟଙ୍କା ରହିଛି । ତେବେ ଶସ୍ତା ପାଇ କିଛି ମୁନାଫାଖୋର୍‌ ବ୍ୟବସାୟୀ ମିଠା ତିଆରି ପାଇଁ ଏହାକୁ ବ୍ୟବହାର କରିଆସୁଛନ୍ତି । ସନ୍ଦେଶ, ପେଡ଼ା, ବର୍‌ଫି ଆଦି ମିଠା ତିଆରି କରିବା ପାଇଁ ଏହି ଶସ୍ତା ଖୁଆ ଖୋଜୁଛନ୍ତି ବ୍ୟବସାୟୀ । ଏନେଇ କଟକ ଜିଲ୍ଲା ଦୁଗ୍ଧ ଓ ଦୁଗ୍ଧ ଜାତୀୟ ଦ୍ରବ୍ୟ ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ପ୍ରଦୀପ ବେହେରା କୁହନ୍ତି, କଟକ ବଜାରକୁ ଦୀର୍ଘ ଦିନ ଧରି ନକଲି ଖୁଆ ଆସୁଛି ।

କଟକ ଜିଲ୍ଲାରୁ ଯେତିକି କ୍ଷୀର ଉତ୍ପାଦନ ହେଉଛି ସେଥିରୁ ଯଦି ୫୦ ପ୍ରତିଶତ କ୍ଷୀରରୁ ଖୁଆ ଉତ୍ପାଦନ କରାଯାଏ ତଥାପି ବଜାରର ଚାହିଦା ପୂରଣ କରିବା ଅସମ୍ଭବ । ତେଣୁ ଏହାର ଫାଇଦା ନେଇ ନକଲି ଖୁଆ ବଜାରକୁ ପ୍ରବେଶ କରିଆସିଛି । ଏଦିଗରେ ଯାଞ୍ଚ୍‌ ହେବା ଜରୁରୀ । ଏନେଇ ସିଏମ୍‌ସି ଖାଦ୍ୟ ନିରାପତ୍ତା ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ଅଭିଯୋଗ ଆସିଲେ ନିଶ୍ଚିତ ପଦକ୍ଷେପ ନିଆଯିବ । ନକଲି ଖାଦ୍ୟ ଯାଞ୍ଚ୍‌ ଜୋରଦାର ଚାଲିଛି । ନକଲି ବଜାରକୁ ମୂଳପୋଛ୍‌ କରିବାକୁ ସବୁ ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।