PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ନେହା କକଡଙ୍କ ଉପରେ ବର୍ଷିଲେ ଫାଲ୍ଗୁନୀ ପାଠକ, କହିଲେ- ଫାଲତୁ ରିମିକ୍ସ କରନ୍ତୁ ନାହିଁ

ନୂଆାଦିଲ୍ଲୀ, ୨୭/୦୯ : ୯୦ ଦଶକର ହିଟ୍ ଗୀତ ମୈନେ ପାୟଲ ହୈ ଛନକାଇ ଗୀତର ରିମିକ୍ସକୁ ନେଇ ଫାଲ୍ଗୁନୀ ପାଠକ ଏବଂ ନେହା କକଡଙ୍କ ମଧ୍ୟରେ ତୁ ତୁ ମେଁ ମେଁ। ଗଣମାଧ୍ୟମ ସମ୍ମୁଖରେ ନେହା କକଡଙ୍କ ଉପରେ ବର୍ଷିଲେ ଫାଲ୍ଗୁନୀ। ସେ କହିଛନ୍ତି ଯେ, ଯଦି ତାଙ୍କ ନିକଟରେ ଗୀତର କପି ରାଇଟ୍ ଥାନ୍ତା ତେବେ ସେ ନିଶ୍ଚିତ ଭାବେ ନେହାଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତେ।

ଫାଲ୍ଗୁନୀ ପାଠକ କହିଛନ୍ତି ଯେ, ତାଙ୍କର ଗୀତ ରିମିକ୍ସ ନେଇ ତାଙ୍କୁ କୌଣସି ଆପତ୍ତି ନାହିଁ। ହେଲେ ଗୀତକୁ ଠିକ୍ ଉପାୟରେ ରିମିକ୍ସ କରାଯାଉ। ନେହା କକଡ ଯେଉଁ ପାୟଲ ହୈ ଛନକାଇ ଗୀତର ରିମିକ୍ସ କରିଛନ୍ତି ସେଥିପାଇଁ ସୋସିଆଲ ମିଡିଆରେ ମଧ୍ୟ ତାଙ୍କୁ କଟାକ୍ଷ କରାଯାଉଛି। ପୁରୁଣା ହିଟ୍ ଗୀତକୁ ଖରାପ ନକରିବାକୁ ଲୋକମାନେ ତାଙ୍କୁ ପରାମର୍ଶ ଦେଇଛନ୍ତି।

ଫାଲ୍ଗୁନୀ ପାଠକ ପୁଣି କହିଛନ୍ତି ଯେ, ଏହି ଗୀତ ୨୦୦ରେ ରିଲିଜ୍ ହୋଇଥିଲା। ଯାହାକି ଆଜି ପର୍ଯ୍ୟନ୍ତ ଚିରସବୁଜ ହୋଇ ରହିଛି। ଆଜି ବି ଯେତେବେଳେ ମୁଁ ଏହି ଗୀତ ଗାଉଛି ଲୋକମାନେ ମୋତେ ସମାନ ଭଲ ପାଇବା ଦେଉଛନ୍ତି। ଗୀତକୁ ରିକ୍ରିଏଟ୍ କରନ୍ତୁ। ଏହାକୁ ରିଦିମ୍ ଦିଅନ୍ତୁ। ମଡର୍ଣ୍ଣ କରନ୍ତୁ। କିନ୍ତୁ ଏହା ଭଲ ଭାବରେ ରିମେକ୍ କରନ୍ତୁ। ପୁରୁଣା ଗୀତର ଯେଉଁ ସୁନ୍ଦରତା ରହିଛି ତାହାକୁ ଖରାପ କରନ୍ତୁ ନାହିଁ।

ତେବେ ନେହା କକଡ ଏବଂ ଫାଲ୍ଗୁନୀ ପାଠକଙ୍କ ଏହି ତୁ ତୁ ମେଁ ମଧ୍ୟରେ ଇଣ୍ଡିଆନ୍ ଆଇଡଲ୍ ୧୩ର ପ୍ରମୋ ଚର୍ଚ୍ଚାର ବିଷୟ ପାଲଟିଛି। ଦୁହିଁଙ୍କ ଲଢେଇ ମଧ୍ୟରେ ମେକର୍ସ ଏହି ପ୍ରମୋ ପୋଷ୍ଟ କରିଛନ୍ତି। ଯାହାକୁ ନେଇ ଦର୍ଶକ ଖୁବ୍ କନଫ୍ୟୁଜ୍ ହେଉଛନ୍ତି। ତେବେ ଏଠାରେ କହି ରଖୁଛୁ ଯେ ଏହି ପ୍ରମୋ ଖୁବ୍ ଆଗରୁ ସୁଟ୍ ହୋଇଥିଲା। ଯାହାକି ଏବେ ପୋଷ୍ଟ ହୋଇଛି।