ପୁରୁଣା ଛାତର ଫଲ୍ସ ଖସି ପଡିବାରୁ ମା’-ପୁଅ ଆହତ

ଟାଙ୍ଗୀ : ପୁରୁଣା ଛାତର ଫଲ୍ସ ଖସି ପଡିବାରୁ ମା’-ପୁଅ ଆହତ । ଆହତ ଦୁହିଁଙ୍କୁ ଟାଙ୍ଗୀ ମେଡିକାଲ ରେ ଚିକିତ୍ସା କରାଯାଉଛି । ମା’ ଛବି ପାଇକରାୟ ଓ ତାଙ୍କର ୭ ବର୍ଷର ପୁଅ ସୋମନାଥ ପାଇକରାୟ ଦୁହେଁ ନିଜ ଘରେ ଚଳପ୍ରଚଳ କରୁଥିବା ବେଳେ ହଠାତ୍ ତାଙ୍କ ଘରର ପୁରୁଣା ଛାତ ର ଫଲ୍ସ ଖସି ପଡିଲା । ମା’ ଙ୍କର ହାତରେ ଗଭୀର ଆଘାତ ହୋଇଥିବା ବେଳେ ପୁଅ ର ଗୋଡ ରେ ସାମାନ୍ୟ ଆଘାତ ହୋଇଛି । ଆହତ ଙ୍କର ଘର ଟାଙ୍ଗୀ ଥାନା ଝାନ୍ସିପାଟଣା ଗ୍ରାମର ବୋଲି ଜଣାପଡିଛି ।