PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ପରିବାରବାଦକୁ ପ୍ରତ୍ୟାଖ୍ୟାନ

ଭୁବନେଶ୍ୱର,୨୩ା୫(ବ୍ୟୁରୋ): ପରିବାରବାଦ ରାଜନୀତିକୁ ନାପସନ୍ଦ । ଗୋଟିଏ ପରିବାର ଏକାଧିକ ସଦସ୍ୟ ରାଜନୀତିକୁ ଆସନ୍ତୁ, ତାହା ଓଡ଼ିଶା ଭୋଟର ଚାହାନ୍ତି ନାହିଁ । ଏଣୁ ଚଳିତ ନିର୍ବାଚନରେ ପରିବାରବାଦକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି ଶକ୍ତ ଚାପୁଡ଼ା ।

କେଉଁଠି ନିର୍ବାଚନକୁ ଓହ୍ଲାଇଥିବା ପରିବାରର ସବୁ ସଦସ୍ୟଙ୍କୁ ପରାଜୟର ସ୍ୱାଦ ଚଖାଇଛନ୍ତି ତ’ ଆଉ କେଉଁଠି ଜଣକୁ ସାମାନ୍ୟତମ ଦୟା ଦେଖାଇ ଜିତିବାର ସୁଯୋଗ ଦେଇଛନ୍ତି । ଏହା ମାଧ୍ୟମରେ ସେମାନେ ସ୍ପଷ୍ଟ ସଙ୍କେତ ଦେଇଛନ୍ତି, ପରିବାରରୁ ଏକାଧିକ ଜଣ ରାଜନୀତିକୁ ଓହ୍ଲାଇବା ଢେର୍‌ ମହଙ୍ଗା ପଡ଼ିବ ।

ଚଳିତ ନିର୍ବାଚନରେ ବହୁ ବାପ-ପୁଅ, ସ୍ୱାମୀ-ସ୍ତ୍ରୀ, ଭାଇ-ଭାଇ, ଭଉଣୀ-ଭଉଣୀ ଯୋଡ଼ି ନିର୍ବାଚନକୁ ଓହ୍ଲାଇଥିଲେ । ଭାବିଥିଲେ, କ୍ଷମତାକୁ ଆସିବେ ଓ କ୍ଷମତା ଉପଭୋଗ କରିବେ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଭଣ୍ଡାରିପୋଖରୀ ଓ ଘସିପୁରା ଭଳି ଦୁଇ ଦୁଇଟି ବିଧାନସଭା ଆସନରୁ ନିର୍ବାଚନକୁ ଓହ୍ଲାଇଥିଲେ । ପୁଅ ନବଜ୍ୟୋତି ପଟ୍ଟନାୟକଙ୍କୁ ବାଲେଶ୍ୱରରୁ କଂଗ୍ରେସର ସାଂସଦ ପ୍ରାର୍ଥୀ କରାଇଥିଲେ । ହେଲେ ଭୋଟର ନିରଞ୍ଜନଙ୍କୁ ତ’ ଉଭୟ ବିଧାନସଭା ଆସନରୁ ହାର ଦେଖାଇଲେ, ନବଜ୍ୟୋତିଙ୍କୁ ବି ସାଂସଦ ହେବାରୁ ବଞ୍ଚିତ କଲେ ।

କଂଗ୍ରେସ ହେଭିୱେଟ୍‌ ଭକ୍ତ ଚରଣ ଦାସ ଓ ତାଙ୍କ ପୁଅ ସାଗର ଚରଣ ଦାସ ଯଥାକ୍ରମେ କଳାହାଣ୍ଡ ଲୋକସଭା ଓ ଭବାନୀପାଟଣା ବିଧାନସଭାରୁ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ । ଭୋଟର ଏ ବାପ-ପୁଅଙ୍କୁ ବି ନାରାଶ କରାଇଛନ୍ତି । ଜର୍ଜ ତିର୍କୀ ଓ ତାଙ୍କ ପୁଅ ରୋହିତ ଜୋସେଫ୍‌ ତିର୍କୀ ମଧ୍ୟ ଯଥାକ୍ରମେ ସୁନ୍ଦରଗଡ଼ ଲୋକସଭା ଆସନ ଓ ବୀରମିତ୍ରପୁର ବିଧାନସଭା ଆସନରୁ କଂଗ୍ରେସ ଟିକେଟରେ ପ୍ରାର୍ଥୀ ହୋଇଥିଲେ । କିନ୍ତୁ ଜନତା ଜନାର୍ଦ୍ଦନ ଉଭୟଙ୍କୁ କ୍ଷମତାରୁ ବଞ୍ଚିତ କରିଛନ୍ତି ।

ଅପରପକ୍ଷରେ କଂଗ୍ରେସର ଅନ୍ୟତମ ହେଭିୱେଟ୍‌ ନରସିଂହ ମିଶ୍ର ଓ ତାଙ୍କ ପୁଅ ସମରେନ୍ଦ୍ର ମିଶ୍ର ଏଥର ନିର୍ବାଚନକୁ ଓହ୍ଲାଇଥିଲେ । ନରସିଂହ ବଲାଙ୍ଗୀର ଆସନରୁ ବିଧାୟକ ପ୍ରାର୍ଥୀ ହୋଇଥିଲା ବେଳେ ସମରେନ୍ଦ୍ର ସାଂସଦ ପ୍ରାର୍ଥୀ ହୋଇଥିଲେ । କିନ୍ତୁ ଭୋଟର ନରସିଂହଙ୍କୁ ତ’ ବିଧାନସଭାକୁ ପଠାଇଛନ୍ତି, କିନ୍ତୁ ସମରେନ୍ଦ୍ରକୁ ସଂସଦ ଯିବାରୁ ପ୍ରତିବନ୍ଧକ ଲଗାଇଦେଲେ ।

ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ଡ. ଦାମୋଦର ରାଉତ ଓ ବିଜେଡିରୁ ପ୍ରାର୍ଥୀ ହୋଇଥିବା ଦାମଙ୍କ ପୁଅ ସମ୍ବିତ ରାଉତରାୟଙ୍କ କ୍ଷେତ୍ରରେ ବି ମତଦାତା ସମାନ ନୀତି ଆପଣେଇଛନ୍ତି । ପାରାଦୀପରୁ ବିଧାୟକ ପ୍ରାର୍ଥୀ ହୋଇଥିବା ସମ୍ବିତଙ୍କୁ ଜନତା ବିଧାନସଭା ପଠାଇଥିବା ବେଳେ ବାଲିକୁଦା-ଏରସମାରୁ ଡ. ରାଉତଙ୍କୁ ଜନତା ପ୍ରତ୍ୟାଖ୍ୟାନ କରିଛନ୍ତି ।

ସେହିଭଳି ପାଟଣାଗଡ଼ ରାଜା କନକ ବର୍ଦ୍ଧନ ସିଂହଦେଓ ଓ ତାଙ୍କ ପତ୍ନୀ ତଥା ରାଣୀ ସଙ୍ଗୀତା କୁମାରୀ ସିଂହଦେଓଙ୍କ ମଧ୍ୟରୁ ଭୋଟର ଜଣଙ୍କୁ ବିଜୟୀ କରିଛନ୍ତି । ବିଜେପି ଟିକେଟ୍‌ରୁ ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ହୋଇଥିବା ସଙ୍ଗୀତାଙ୍କୁ ଜନତା ଜିତାଇଥିବା ବେଳେ ପାଟଣାଗଡ଼ରୁ ବିଧାୟକ ପ୍ରାର୍ଥୀ ହୋଇଥିବା କନକଙ୍କୁ ଲୋକେ ବିଫଳତାର ସ୍ୱାଦ ଦେଇଛନ୍ତି ।

ବଲାଙ୍ଗୀର ରାଜପରିବାରର ୨ ରାଜକୁମାର କଳିକେଶ ନାରାୟଣ ସିଂହଦେଓ ଓ ଅର୍କେଶ ନାରାୟଣ ସିଂହଦେଓ ବିଜେଡି ଟିକେଟ୍‌ରୁ ଯଥାକ୍ରମେ ବଲାଙ୍ଗୀର ଲୋକସଭା ଓ ବଲାଙ୍ଗୀର ବିଧାନସଭାରୁ ପ୍ରାର୍ଥୀ ହୋଇଥିଲେ । କିନ୍ତୁ ଭୋଟର ଉଭୟଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

ଏପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ୨ ଝିଅ ସୁନୀତା ବିଶ୍ୱାଳ ଓ ଅନୀତା ବିଶ୍ୱାଳ ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । ସୁନୀତା ବିଜେଡି ଟିକେଟରୁ ସୁନ୍ଦରଗଡ଼ ଲୋକସଭା ପ୍ରାର୍ଥୀ ହୋଇଥିବା ବେଳେ ଅନୀତା ସୁନ୍ଦରଗଡ଼ ବିଧାନସଭା ଆସନରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ହୋଇଥିଲେ । ଭୋଟର ଉଭୟ ଭଉଣୀଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

ସମ୍ବନ୍ଧିତ ଖବର