PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ: ଶ୍ରୀମନ୍ଦିରରେ ପହଞ୍ଚିଲା ଏଏସ୍‌ଆଇ ଟିମ୍‌, ଗର୍ଭଗୃହ ଓ ନାଟମଣ୍ଡପ ଫାଟର ସ୍ଥିତି ଓ ଏହାର ସୁରକ୍ଷା ସମ୍ପର୍କରେ ଯାଞ୍ଚ କରିବ ଟିମ୍‌
  • ||
  • ଖୋର୍ଦ୍ଧା: ବାଘମାରୀ ନିକଟରେ ରାସ୍ତାକଡକୁ ଖସିଲା ଲିଙ୍ଗରାଜ ବସ୍, ୨୦ ଯାତ୍ରୀ ଆହତ
  • ||
  • ପୁରୀ: ଆଜି ମିଳିବ ଆଡ଼ପ ଅବଢ଼ା
  • ||
  • ମହିଳା ହକି ବିଶ୍ୱକପ୍‌: ଆଜି ଇଂଲଣ୍ଡକୁ ଭେଟିବ ଭାରତ
  • ||
  • ଭଦ୍ରକ: ଭଦ୍ରକରେ ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ: ୫ ଜଣ ଗୁରୁତର, ୪ ଅଟକ
  • ||
  • ଭୁବନେଶ୍ୱର : ପଥରଗାଡ଼ିଆରେ ଅଦ୍ଭୂତ ବାଛୁରୀ ଜନ୍ମ, ଦେଖିବାକୁ ଲୋକଙ୍କ ଲାଗିଲା ଭିଡ଼
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ ଜଣ କରୋନା ପଜିଟିଭ
  • ||

ଫୋନି ମାଡ଼; ବିଶ୍ୱବ୍ୟାଙ୍କ ପ୍ରତିନିଧି ଦଳର ଅନୁଧ୍ୟାନ

ପୁରୀ, ୨୬ ।୫(ବ୍ୟୁରୋ): ବିଶ୍ୱବ୍ୟାଙ୍କର ପ୍ରତିନିଧି ଦଳ ରବିବାର ପୁରୀରେ ପହଞ୍ଚିଛନ୍ତି । ଦୁଇଦିନ ଧରି ଏହି ଟିମ୍‌ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଗସ୍ତ କରି କ୍ଷୟକ୍ଷତି ଅନୁଧ୍ୟାନ କରିବେ । କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରୁ ଆସିଥିବା ୨୨ଜଣ ଅଫିସର ନିଜ ନିଜ ବିଭାଗର ବାତ୍ୟା କ୍ଷୟକ୍ଷତି ଆକଳନ କରିବାରେ ବିଶ୍ୱ ବ୍ୟାଙ୍କ ଅନୁଧ୍ୟାନକାରୀଙ୍କୁ ସହଯୋଗ କରିବେ । ଗସ୍ତ ପୂର୍ବରୁ ପୁରୀ ସର୍କିଟ ହାଉସ ଠାରେ ଜିଲ୍ଲାପାଳ ବଲୱନ୍ତ ସିଂ ଓ ପ୍ରଶାସନିକ ଅଧିକାରୀମାନେ ବିଶ୍ୱ ବ୍ୟାଙ୍କ ଦଳ ବାତ୍ୟା କ୍ଷ୍ରୟକ୍ଷତି ସଂକ୍ରାନ୍ତ ପ୍ରାରମ୍ଭିକ ଆଲୋଚନା କରିଥିଲେ । ବୈଠକରେ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ କରିଥିବା ଏକ ରିପୋର୍ଟକୁ ବିଶ୍ୱ ବ୍ୟାଙ୍କ ଦଳକୁ ଦିଆଯାଇଥିଲା । ବିଶ୍ୱ ବ୍ୟାଙ୍କ ଦଳର ୫୦ ଜଣିଆ ଦଳ ପୁରୀ ଆସିଥିବା ବେଳେ ବୈଠକରେ ୨୫ରୁ ଅଧିକ ପ୍ରତିନିଧି ଉପସ୍ଥିତ ଥିଲେ । ଏହି ଗସ୍ତ ନେଇ ପୁରୀ ଜିଲ୍ଲାପାଳ ଶ୍ରୀ ସିଂ କହିଛନ୍ତି ବିଶ୍ୱ ବ୍ୟାଙ୍କ ପ୍ରତିନିଧିମାନେ ନିଜେ ବାତ୍ୟା କ୍ଷତିଗସ୍ତ ଆଞ୍ଚଳ ଗସ୍ତ କରି ରିପୋର୍ଟ ପ୍ରସ୍ତୁତ କରିବେ । ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟା କ୍ଷୟକ୍ଷତିର ଏକ ରିପୋର୍ଟକୁ ବିଶ୍ୱ ବ୍ୟାଙ୍କ ଅନୁଧ୍ୟାନକାରୀ ଦଳକୁ ଦିଆଯାଇଛି ।

ସୂଚନା ମିଳିଛି ବାତ୍ୟାରେ କ୍ଷତିଗ୍ରସ୍ତ ଇଲାକାରେ ବାତ୍ୟା ନିରୋଧକ ପକ୍କାଘର ନିର୍ମାଣକୁ ଏବେ ଗୁରୁତ୍ୱ ଦିଆଯାଉଛି । ବିଭିନ୍ନ ଅନୁଷ୍ଠାନର କୋଠା ବି ଏହି ଜ୍ଞାନ କୌଶଳ ଆଧାରରେ ନିର୍ମାଣ କରାଯିବ । ସୂଚନା ମୁତାବକ ସ୍ୱାସ୍ଥ୍ୟ, ଗୃହ ନିର୍ମାଣ, ଜଙ୍ଗଳ ଓ ପରିବେଶ, ପାନୀୟ ଜଳ, ଶିକ୍ଷାନୁଷ୍ଠାନ, ବିଜୁଳି ବିଭାଗ, ରାସ୍ତା ଯୋଗାଯୋଗ, ଚାଷ ଓ ଚାଷୀଙ୍କ ସମସ୍ୟା, ଉଦ୍ୟାନ, ସାମଜିକ ସୁରକ୍ଷା, ମହିଲା ଓ ଶିଶୁ କଲ୍ୟାଣ, କର୍ମ ନିଯୁକ୍ତି ଆଦି ବିଭାଗର ବରିଷ୍ଠ ଅଧିକାରୀମାନେ ସ୍ୱତନ୍ତ୍ର ଭାବେ ନିଜ ନିଜର ରିପୋର୍ଟ ପ୍ରସ୍ତୁତ କରିବେ । ବିଶ୍ୱ ବ୍ୟାଙ୍କ ଅନୁଧ୍ୟାନକାରୀ ଦଳ ବାତ୍ୟାଞ୍ଚଳ ପରିଦର୍ଶନ କରି ତାଙ୍କର ରିପୋର୍ଟ ପ୍ରସ୍ତୁତ କରିବେ । ଏହି ରିପୋର୍ଟ ଆଧାରରେ ସହାୟତା ମିଳିବା ଆଶା କରାଯାଉଛି ।

ଟିମ୍‌ରେ ବିଶ୍ୱ ବ୍ୟାଙ୍କର ଅନିନ୍ଦ୍ୟ ସରକାର, ସତ୍ୟଜିତ୍‌ ସେଠୀ, ରିଧିମାନ ଶାହା, ହରିଶ ଗୋଏଲ, ପୁନମ ଆଲୁୱାଲିଆ ଖେନିଜୋ, ଭବେଶ କୁମାର ପ୍ରମୁଖ ଘର ଭଙ୍ଗା ଓ ଥଇଥାନ୍‌ ନେଇ ଅନୁଧ୍ୟାନ କରିବେ । ସେହିପରି ବିଦ୍ୟୁତ୍‌ ବିଭାଗ କ୍ଷତି ଓ ପୁନରୁଦ୍ଧାର କାମ ବିଶ୍ୱ ବ୍ୟାଙ୍କର ଏମ୍‌.ଏ. ଦାଶରଥି, ଏବିଡିର ସମରତ ରାୟ, ସେସୁର ମନୋଜ କୁମାର ସିଂହ, ଭାରତ ସରକାରଙ୍କ ତରଫରୁ ଏସ୍‌କେ ଦଣ୍ଡସେନା ଅନୁଧ୍ୟାନ କରିବେ । ନିଯୁକ୍ତି, ଜନଜୀବନ ଓ ସାମାଜିକ ସୁରକ୍ଷା କାର୍ଯ୍ୟ ଆଇଏଲ୍‌ଓର ରୁଚିତା ଚନ୍ଦ୍ରା, ଏନ୍‌ଡିପିର ପି.ଆର, ମିଶ୍ର, ଫିଲିପ ମାଥ୍ୟୁ, ପ୍ରଥ ଏସ୍‌ ବାନାର୍ଜୀ, ରାଜଶ୍ରୀ ନନ୍ଦ, ୟୁନିସେଫ୍‌ର ସୌମେନ ରାୟ, ବିଶ୍ୱ ବ୍ୟାଙ୍କର ଶଶୀପ୍ରଭା ଅନୁଧ୍ୟାନ କରିବାକୁ ଯିବେ । ସେହିପରି ସ୍ୱାସ୍ଥ୍ୟ, ଖାଦ୍ୟ ସୁରକ୍ଷା ଓ ପୃଷ୍ଟି ପୋଷକତା ଅନୁଧ୍ୟାନରେ ହ୍ୟୁ’ର ରୀତୁ ସିଂ ଚୌହାନ, ଅବନିନ୍ଧ୍ର ନାଥ ସାହୁ, ୟୁନିସେଫ୍‌ର ପ୍ରଜନା ଚୌଧୁରୀ, ଡବ୍ଲୁଏଫ୍‌ପିର ପ୍ରଦ୍ନୟା ଶ୍ରୀ ଅନୁଧ୍ୟାନ କରିବେ । ପାନୀୟ ଜଳ, ପରିମଳ, ଚାଷ, ମତ୍ସ୍ୟ, ପରିବହନ, ସାଧାରଣ କୋଠା, ସଂସ୍କୃତି, ଐତିହ୍ୟ ଓ ପର୍ଯ୍ୟଟନ, ଜଳ ସମ୍ପଦ, ପରିବେଶ, ଲିଙ୍ଗଗତ ପ୍ରଭାବ, ଦୁର୍ଦ୍ଦଶା ପ୍ରଭୃତି ବିଭାଗ ଓ ଦିଗକୁ ଅନୁଧ୍ୟାନ କରିବା ନିମନ୍ତେ ମଧ୍ୟ ଭିନ୍ନଭିନ୍ନ ଦଳ ଗଠନ ହୋଇ ଅନୁଧ୍ୟାନରେ ଯାଇଛନ୍ତି ।

ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସ୍ଥିତି ଦେଖିବା ନିମନ୍ତେ ଯିବେ । ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ଟିମ୍‌କୁ ଅନୁଧ୍ୟାନରେ ସହାୟତା କରିବେ ବୋଲି ସୂଚନା ମିଳିଛି । ଅନ୍ୟ ପକ୍ଷରୁ ପ୍ରଶାସନିକ ସୂତ୍ରରୁ ଜଣାପଡ଼ିଛି ଯେ, ଜିଲ୍ଲାରେ ପ୍ରାୟ ୫୬ ହଜାର ୭୯୦ କଚ୍ଚା ଘର, ୯ ହଜାର ୧୩୦ ପକ୍କା ଘର ସମ୍ପୂର୍ଣ୍ଣ ଭାବେ ଫୋନି ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି । ଯେତେବେଳେ କି ୧ ଲକ୍ଷ ୬୧ ହଜାର ୩୦୧ କଚ୍ଚା ଘର, ୧ ଲକ୍ଷ ୨୫ ହଜାର ୧୦୧ ଘର ଆଂଶିକ କ୍ଷତି ହୋଇଛି । ଜିଲ୍ଲାରେ ୪୦୦ରୁ ଅଧିକ ଟିମ୍‌ ରିଲିଫ୍‌ ବଣ୍ଟନ କାମ କରୁଛନ୍ତି । ୫୮ ହଜାରରୁ ଅଧିକ ଚାଷୀ ପ୍ରଭାବିତ ହୋଇଛନ୍ତି । ୪ ଲକ୍ଷ ୭୨ ହଜାର ନଡ଼ିଆ ଚାଷୀ ପ୍ରଭାବିତ ହୋଇଛନ୍ତି । ୭୫ ହଜାରରୁ ଅଧିକ ମତ୍ସ୍ୟଜୀବୀ, ୩ ଲକ୍ଷ ୧୦ ହଜାର ବିଦ୍ୟୁତ୍‌ ଗ୍ରାହକ ପ୍ରଭାବିତ ହୋଇଛନ୍ତି । ବିଦ୍ୟୁତ୍‌ ସେବାକୁ ସ୍ୱାଭାବିକ କରିବା ନିମନ୍ତେ କାମ ଚାଲିଛି ।

ଡିଏଫ୍‌ଙ୍କ ସୂତ୍ରରୁ ପ୍ରତିନିଧି ଦଳଙ୍କୁ କୁହାଯାଇଛି, ବାଲୁଖଣ୍ଡ ଅଭୟାରଣ୍ୟ ଓ ଏହା ସଂଲ୍ଲଗ୍ନ ଅଞ୍ଚଳରୁ ଆବର୍ଜନା ସଫା କରିବା ନିମନ୍ତେ ପଦକ୍ଷେପ ନିଆଯାଇଛି । ୪୦୦ ହେକ୍ଟର ଜଙ୍ଗଲ ଜମିରେ ବୃକ୍ଷରୋପଣ କରିବା ନିମନ୍ତେ ଆନ୍ଧ୍ରପ୍ରଦେଶ ରାଜମହେନ୍ଦ୍ରିରୁ ଚାରା ଅଣାଯାଉଛି । ଜଙ୍ଗଲ ପାଖ ଅଞ୍ଚଳକୁ ସବୁଜିମା କରିବା ନିମନ୍ତେ ୩ ଲକ୍ଷରୁ ଅଧିକ ଚାରା ଲୋକଙ୍କୁ ବଣ୍ଟନ କରାଯିବ । ଜଙ୍ଗଲରେ ବନ୍ୟଜନ୍ତୁଙ୍କ ସୁରକ୍ଷା ନିମନ୍ତେ ବହୁ ସଂଖ୍ୟାରେ କୃତ୍ରିମ ଆଶ୍ରୟସ୍ଥଳ ଓ ଜଳାଶୟ କରାଯାଇଛି ।

ଶିକ୍ଷା ବିଭାଗ ପକ୍ଷରୁ ୨ ହଜାରରୁ ଅଧିକ ସ୍କୁଲ ଘର ଭାଙ୍ଗିଛି । ଅସ୍ତରଙ୍ଗ ଓ କାକଟପୁରକୁ ବାଦ୍‌ ଦେଲେ ବାକି ବ୍ଲକ ଅନ୍ତର୍ଗତ ସ୍କୁଲର ଆଜବେଷ୍ଟସ ଶ୍ରେଣୀ ଗୃହଗୁଡ଼ିକ ଭାଙ୍ଗିଛି । ଗ୍ରୀଷ୍ମ ଛୁଟି ଭିତରେ ସ୍କୁଲ ମରାମତି କାମ କରିବାକୁ ଯୋଜନା ହୋଇଥିବା ବିଶ୍ୱ ବ୍ୟାଙ୍କର ଏହି ପ୍ରତିନିଧି ଦଳଙ୍କୁ ଦିଆଯାଇଛି । ତେବେ ଟିମ୍‌ ଅନୁଧ୍ୟାନ କରି ସାରିବା ପରେ ଜିଲ୍ଲାବାସୀଙ୍କୁ କି ପ୍ରକାର ସହାୟତା ମିଳିବ ସେ ନେଇ ଜିଲ୍ଲା ପ୍ରଶାସନ କିମ୍ବା ପ୍ରତିନିଧିମଣ୍ଡଳୀଙ୍କ ପକ୍ଷରୁ ସୂଚିତ କରାଯାଇନାହିଁ ।