PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ଦିଲ୍ଲୀ-ମୁମ୍ବାଇ ମ୍ୟାଚ୍‌ରେ RCB-RCB ନାରା, ଶବ୍ଦ ଭିତରେ ହଡବଡେଇ ଗଲେ ଋଷଭ ପନ୍ତ, ଦେଖନ୍ତୁ ଭିଡିଓ…

ମୁମ୍ବାଇ ୨୨/ ୦୫ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ସିଜିନ୍‌ ୨୦୨୨ରେ ଦିଲ୍ଲୀ କ୍ୟାପିଟାଲ୍ସର ପ୍ଲେ ଅଫ୍‌ ଆଶା ମଉଳି ଯାଇଛି । ଶନିବାର ଖେଳାଯାଇଥିବା ମ୍ୟାଚରେ ଡିସିକୁ ୫ ଓ୍ବିକେଟରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଏହି ମୁକାବିଲା ଦିଲ୍ଲୀ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଜରୁରୀ ଥିଲା । କାରଣ ମୁମ୍ବାଇ ପ୍ଲେ ଅଫ୍‌ରୁ ପୂର୍ବରୁ ବାଦ୍‌ ପଡିସାରିଥିଲା । ଅନ୍ୟପଟେ ଦିଲ୍ଲୀ ଯଦି ମୁମ୍ବାଇକୁ ପରାସ୍ତ କରିଥାନ୍ତା ତେବେ ପ୍ଲେ ଅଫ୍‌କୁ ଯାଇଥାନ୍ତା । ଅନ୍ୟପଟେ ମୁମ୍ବାଇ ଜିତିଲେ ବାଙ୍ଗାଲୋର ଟପ୍-୪କୁ ଯାଇଥାନ୍ତା । ଆଉ ତାହା ହିଁ ହେଲା । ଦିଲ୍ଲୀର ପରାଜୟ ସହ ଆରସିବି ପ୍ଲେ ଅଫ୍‌ରେ ପ୍ରବେଶ କଲା ।

ତେବେ ଦିଲ୍ଲୀ ଏବଂ ମୁମ୍ବାଇ ମ୍ୟାଚ୍‌ରେ ଏଭଳି କିଛି ରୋଚକ୍‌ ସ୍ଥିତି ଦେଖିବାକୁ ମିଳିଥିଲା । ଷ୍ଟାଣ୍ଡରେ ବସିଥିବା ପ୍ରଶଂସକ RCB-RCB-RCB ନାରା ଲଗାଇଥିଲେ । ପୁରା ଷ୍ଟାଡିୟମ ପ୍ରଶଂସକଙ୍କ ନାରାରେ କମ୍ପି ଉଠିଥିଲା । ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶଂସକ RCB-RCB ଦେଉଥିବା କୁହାଯାଉଛି । କାରଣ ମୁମ୍ବାଇ ପୂର୍ବରୁ ମଧ୍ୟ ପ୍ଲେ ଅଫ୍‌ରୁ ବାଦ୍‌ ପଡିସାରିଛି । ସେଥିପାଇଁ ଦିଲ୍ଲୀକୁ ହରାଇବା ଏବଂ ବାଙ୍ଗାଲୋରକୁ ପ୍ଲେ ଅଫ‌ରେ ଦେଖିବା ପାଇଁ ଏଭଳି ନାରା ଲଗାଉଥିଲେ । ଦିଲ୍ଲୀ ଅଧିନାୟକ ଋଷଭ ପନ୍ତ ମଧ୍ୟ ପ୍ରଶଂସକଙ୍କ ନାରାରେ ହଡବଡେଇ ଯାଉଥିବା ଭିଡିଓରେ ଦେଖିବାକୁ ମିଳିଛି ।

ଷ୍ଟାଣ୍ଡରେ ଦର୍ଶକ ଆରସିବି-ଆରସିବି ନାରା ଦେଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିଛି ପ୍ରଶଂସକ ଟ୍ବିଟ୍‌ କରି ବାଙ୍ଗାଲୋରକୁ ଚିୟର୍‌ ଅଫ୍‌ କରୁଥିବା ବେଳେ ଆଉ ଜଣେ ପ୍ରଶଂସକ ଆରସିବି ଅନ୍‌ରିୟଲ କ୍ରେଜ୍‌ ଲେଖି ଭିଡିଓ ସେୟାର କରିଛନ୍ତି ।


ମ୍ୟାଚ୍‌ କଥା କହିବାକୁ ଗଲେ, ପ୍ରଥମ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା । ପ୍ରଥମେ ବ୍ୟାଟିଂକରି ନିର୍ଦ୍ଧାରିତ ଓଭରରେ ୧୫୯ ରନ କରିବାକୁ ସକ୍ଷମ ହୋଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଦଳ ପକ୍ଷରୁ ରୋଭମାନ ପୋଓ୍ବେଲ ୪୩ ନର ଏବଂ ଋଷଭ ପନ୍ତ ୩୯ରନର ଇନିଂସ ଖେଳିଥିଲେ । ଏମ୍‌ ଆଇ ପକ୍ଷରୁ ବୁମରାହ ୩ଟି ଏବଂ ରମନଦୀପ ସିଂହ ୨ଟି ଓ୍ବିକେଟ ନେଇଥିଲେ ।


୧୬୦ରନର ଟାର୍ଗେଟ୍‌ ନେଇ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ୫ ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ୧୬୦ ରନ ହାସଲ କରିନେଇଥିଲା । ଦଳ ପକ୍ଷରୁ ଇଶାନ କିଷନ ୪୮ରନ, ଡିଓ୍ବୋଲ୍ଡ ବ୍ରେଭିସ୍‌ ୩୭ରନ ଏବଂ ଟିମ୍‌ ଡେଭିଡ୍‌ ୧୧ ବଲରୁ ୩୪ରନର ବିସ୍ଫୋରକ ଇନିଂସ ଖେଳି ଦଳକୁ ବିଜୟ ଦେଇଥିଲେ । ଯଶପ୍ରୀତ ବୁମରାହ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ ।

ସମ୍ବନ୍ଧିତ ଖବର