PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ , ଗୁଳିମାଡ଼ ପରେ ତାଙ୍କୁ ଭୁବନେଶ୍ୱରରେ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା
  • ||
  • ମାଲକାନଗିରି : ମାଓଗଡ଼ରେ ସରକାରଙ୍କ ପକ୍ଷରୁ ୨୦୦ ଗରିବ ଆଦିବାସୀଙ୍କୁ ମୋବାଇଲ ଫୋନ ବଣ୍ଟନ
  • ||
  • ପାକିସ୍ତାନରେ ପୁଣି ମହଙ୍ଗା ମାଡ଼, ପେଟ୍ରୋଲ-ଡିଜେଲ ଦାମରେ ୩୫ ଟଙ୍କା ବୃଦ୍ଧି
  • ||
  • ଝାରସୁଗୁଡ଼ା: ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼: ଛାତିରେ ବାଜିଛି ଗୁଳି, ଗୁରୁତର ଅବସ୍ଥାରେ ନିଆଯାଉଛି ହସ୍ପିଟାଲ
  • ||
  • ହକି ବିଶ୍ୱକପ୍‌: ସୁପର ସଣ୍ଡେରେ ଫାଇନାଲ୍ ଫାଇଟ୍, ବେଲଜିୟମ-ଜର୍ମାନୀ ମଧ୍ୟରେ ଟାଇଟଲ ଟକ୍କର
  • ||
  • ଭୂକମ୍ପରେ ଥରିଲା ଇରାନ୍, ୭ ମୃତ, ୪୦୦ରୁ ଅଧିକ ଆହତ
  • ||
  • ମୟୂରଭଞ୍ଜ: ହାତୀମୃତ ଦେହ ମିଳିବା ଘଟଣାରେ ୪ ଶିକାରୀ ଗିରଫ, ୨ ହାତୀଦାନ୍ତ ଜବତ…
  • ||
  • ଆଜି ଦ୍ୱିତୀୟ ଟି-ଟ୍ୱେଣ୍ଟି: ଭାରତ ପାଇଁ ‘କର ବା ମର’, ସିରିଜ ଜିତି ସ୍ୱଦେଶ ଫେରିବା ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ
  • ||
  • ଭୁବନେଶ୍ୱର: ଫେବ୍ରୁଆରୀ ୧୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ! ସଜେଇ ହେଉଛି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ
  • ||
  • ଭୁବନେଶ୍ୱର: ଚିନାବାଦାମ ଚାଷର ନୂତନ ଜ୍ଞାନକୌଶଳ ଶିଖିବେ ଓଡ଼ିଆ କୃଷକ, ୮୦ ଚାଷୀଙ୍କୁ ଗୁଜରାଟ ପଠାଇଲା ସୋଆ
  • ||

୧୨ ବର୍ଷ ପରେ ପରଦାକୁ ଫେରୁଛନ୍ତି ଫରଦିନ ଖାନ, ରିତେଶ ଦେଶମୁଖଙ୍କ ସହ ଏହି ଫିଲ୍ମରେ ନଜର ଆସିବେ

ନୂଆଦିଲ୍ଲୀ ୩୦/୧୧: ଗତ କିଛି ବର୍ଷ ହେଲା ବଲିଉଡ୍ ଅଭିନେତା ଫରଦିନ ଖାନ ଫିଲ୍ମ ସ୍କ୍ରିନରୁ ଦୂରରେ ଥିଲେ। ବର୍ତ୍ତମାନ ୧୨ ବର୍ଷ ପରେ ସେ ପୁଣି ବଡ ପରଦାକୁ ଫେରୁଛନ୍ତି। ଗତ ବର୍ଷ ରିତେଶ ଦେଶମୁଖଙ୍କ ସହ ଏକ ଫିଲ୍ମରେ ଫରଦିନଙ୍କ କମବ୍ୟାକ୍ ଘୋଷଣା କରାଯାଇଥିଲା। ପୂର୍ବରୁ କୁହାଯାଉଥିଲା ଫିଲ୍ମ ସିନେମାଘରେ ମୁକ୍ତିଲାଭ କରିବ। କିନ୍ତୁ ଏବେ ଏହା ସିଧାସଳଖ OTT ରେ ଆସିବ ବୋଲି ଜଣାଯାଇଛି। ଏହି ଫିଲ୍ମଟି ସଞ୍ଜୟ ଗୁପ୍ତା ଏବଂ ଭୂଷଣ କୁମାରଙ୍କ ଦ୍ୱାରା ନିର୍ମିତ ହେଉଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଫରଦିନ ଖାନ କୁକି ଗୁଲାଟିଙ୍କ ଫିଲ୍ମ ‘ବିସ୍ଫୋଟ’ ସହିତ ପୁଣିଥରେ ବଲିଉଡରେ ପାଦ ଦେଉଛନ୍ତି। ସଞ୍ଜୟ ଗୁପ୍ତାଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମଟି ସିନେମାଘରେ ଆସିବ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ ନିକଟରେ ସଞ୍ଜୟ ଗୁପ୍ତା କହିଛନ୍ତି, ଫାରଦିନ ଖାନଙ୍କ କମବ୍ୟାକ୍ ଫିଲ୍ମ ଥିଏଟରରେ ନୁହେଁ ସିଧାସଳଖ OTT ରେ ଷ୍ଟ୍ରିମ୍ ହେବ। ଏକ ସାକ୍ଷାତକାରରେ ସଞ୍ଜୟ ଗୁପ୍ତା କହିଛନ୍ତି, ବକ୍ସ ଅଫିସର ପରିସ୍ଥିତି ହେତୁ ୨୦୨୩ରେ ଫିଲ୍ମକୁ ସିଧାସଳଖ OTT ରେ ରିଲିଜ୍ କରିବାକୁ ନିଷ୍ପତ୍ତି ନିଆଯାଇଛି।

ରିପୋର୍ଟ ଅନୁଯାୟୀ, ଫିଲ୍ମରେ ରିତେଶ ଦେଶମୁଖ ଜଣେ ପାଇଲଟ ଏବଂ ଫରଦିନ ଖାନ ଅପହରଣକାରୀ ଭୂମିକାରେ ଅଭିନୟ କରୁଛନ୍ତି, ଯିଏକି ରିତିଶଙ୍କ ପୁଅକୁ ଅପହରଣ କରି ନେଇଛନ୍ତି। ଏହି ଫିଲ୍ମଟି ଦକ୍ଷିଣ ମୁମ୍ବାଇ ଅଞ୍ଚଳରେ ସୁଟିଂ କରାଯାଇଛି। ଫିଲ୍ମରେ ଫରଦିନ ଏବଂ ରିତେଶଙ୍କ ବ୍ୟତୀତ ପ୍ରିୟା ବାପଟ୍, କ୍ରିଷ୍ଟଲ୍ ଡିସୁଜା, ସୀମା ବାପଟ୍ ଏବଂ ଶିବା ଚାଡ୍ଡା ମଧ୍ୟ ଅଭିନୟ କରିଛନ୍ତି।