PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ସଲମାନଙ୍କୁ ହତ୍ୟା ପାଇଁ ପ୍ଲାନ୍ କରୁଥିବା ସାର୍ପସୁଟର ଗିରଫ !

ଫରିଦାବାଦ – ଫିଲ୍ମ ଷ୍ଟାର ସଲମାନ ଖାନଙ୍କ ରେକି କରୁଥିବା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସାର୍ପସୁଟର ଓ ତାର ୩ ଜଣ ସାଥିଙ୍କୁ  ଫରିଦାବାଦ୍ ପୁଲିସ୍‌ ଗିରଫ କରିଛି । ଗିରଫ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସାର୍ପସୁଟର  ରାହୁଲ ପୁଲିସ୍‌କୁ କହିଛି କି କୃଷ୍ଣ ସାର ମୃଗ ଶିକାର ମାମଲାରେ ସଲମାନ ଖାନଙ୍କ ମୁକ୍ତି ହେବା ପରେ ଲରେନ୍ସ ବିଷ୍ଣୋଇ ପ୍ରତିଶୋଧ ପରାୟଣ ଥିଲା ଏବଂ ସେ ସଲମାନ ଖାନଙ୍କ ହତ୍ୟା ଯୋଜନା ଚଳେଇଥିଲା । ଏହାପରେ  ବିଷ୍ଣୋଇ ସାର୍ପସୁଟର ରାହୁଲକୁ ସଲମାନ ଖାନଙ୍କର ରେକି କରିବା ପାଇଁ ମୁମ୍ୱାଇ ପଠାଇଥିଲା ।

କିନ୍ତୁ ବିଷ୍ଣୋଇ  ଗ୍ୟାଙ୍ଗ ନିଜର ଯୋଜନାରେ ସଫଳ ହେବା ପୂର୍ବରୁ , ଫରିଦାବାଦ ପୁଲିସ୍‌ ସୁଟର ରାହୁଲକୁ ଉତ୍ତରାଖଣ୍ଡରୁ ଗିରଫ କରିନେଇଛି ।