ନୂଆଦିଲ୍ଲୀ, ୧୨/୩ : ଭାଇରାଲଗାର୍ଲ ମୋନାଲିସା ଦୁଇଦିନ ହେବ ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି । କୁମ୍ଭମେଳାରେ ମାଳା ବିକୁଥିବା ମୋନାଲିସା ଭାଇରାଲ ହେବା ପରେ ଫିଲ୍ମରେ କାମ ପାଇଥିଲେ ଆଉ ଏବେ ମୁସଲିସ ଯୁବକ ଫରମାନଙ୍କ ବିବାହ କରିବା ପରେ ଗଣମାଧ୍ୟମରେ ହେଡଲାଇନ୍ ପାଲଟିଛନ୍ତି । ତାଙ୍କୁ କେହି କେହି ସମାଲୋଚନା କରୁଥିବାବେଳେ ଆଉ କିଛି ଲୋକ ସମର୍ଥନ ମଧ୍ୟ କରୁଛନ୍ତି । ତେବେ ଏହାରି ଭିତରେ ସ୍ବାମୀ ଫରମାନଙ୍କ ବାପା ଜାଫର ଅଲ୍ଲି ପୁଅ-ବୋହୂଙ୍କୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ।
ଏ ସମ୍ପର୍କକୁ ନେଇ ସିଧାସଳଖ ଅସନ୍ତୋଷ ପ୍ରକାଶ କରିଛନ୍ତି ଜାଫର । ସେ କହିଛନ୍ତି କି, ଆମେ ମୁସଲମାନ ହୋଇଥିବାବେଳେ ଝିଅଟି ହେଉଛି ହିନ୍ଦୁ । ଅଲଗା ଧର୍ମର ହୋଇଥିବାବେଳେ ତାଙ୍କ ସମ୍ପ୍ରଦାୟ ଏହାକୁ ଗ୍ରହଣ କରିନପାରେ ବୋଲି ମଧ୍ୟ କହିଛନ୍ତି । ସେ କହିଛନ୍ତି କି, ମୁଁ ଏହି ବିବାହରେ ଖୁସି ନାହିଁ । କାରଣ ସେ ଅଲଗା ଧର୍ମର । ଏବେ ଏହାକୁ ନେଇ ଆମ ପରିବାର ଅସୁବିଧାରେ ପଡ଼ିପାରେ । ପୁଅ ବେଳେବେଳେ ଘରକୁ ଆସେ । କିନ୍ତୁ ସେ ଏ ସମ୍ପର୍କରେ କେବେ କିଛି କହିନାହିଁ । ଏହା ତାର ପ୍ରଥମ ଭୁଲ୍ । କିନ୍ତୁ ଆମେ ଏ ବାହାଘରକୁ ମାନିପାରିବୁନି । ଫରମାନଙ୍କ ଭାଇ ମଧ୍ୟ ଏ ସମ୍ପର୍କରେ ଗ୍ରହଣ କରିପାରିବେ ନାହିଁ ବୋଲି ଖୋଲି ଖୋଲି କହିଛନ୍ତି ।
ଏହାସହ ପଢ଼ନ୍ତୁ : ଲଭ୍ ଜିହାଦକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଏମିତି କହିଲେ ମୋନାଲିସା