PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ଓପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଚଷାପୁଅ

ଗୁଣପୁର ୭l୧୦(ଆପ୍ର)-ଚଷାପୁଅ ହେଲେ ଓପିଏସସି ଉତ୍ତୀର୍ଣ୍ଣ । ରାମନାଗୁଡା ବ୍ଲକ ଟିକରପଡା ଗ୍ରାମର ଏହି ଚଷାପୁଅ ଦେବେନ୍ଦ୍ର ଶବର । ଏହା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଟିକରପଡା ଗ୍ରାମର ଜଣେ କୃଷକ ହାଡୁ ଶବରଙ୍କ ପୁଅ ହେଉଛନ୍ତି ଦେବେନ୍ଦ୍ର। ପରିବାରର ଅର୍ଥ ଅଭାବ କାରଣରୁ ସେ ପ୍ରାଥମିକରୁ ହାଇସ୍କୁଲ ଯାଏଁ କୁଜେନ୍ଦ୍ରି ଆଶ୍ରମ ବିଦ୍ୟାଳୟରେ ରହି ପଢିଥିଲେ। ପିଲାଟି ଦିନରୁ ମେଧାବୀ ଭାବେ ଜଣାଶୁଣା ଦେବେନ୍ଦ୍ର ଦଶମ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖି ୨୦୧୦ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପୁରସ୍କୃତ ମଧ୍ୟ ହୋଇଥିଲେ। ପରେ ସେ ତାଙ୍କ ଗୁରୁ ରମେଶ ଦାସଙ୍କ ପରାମର୍ଶ କ୍ରମେ ବିଜେବି କଲେଜରେ ଯୁକ୍ତ ୨ ଓ ଛତ୍ରପୁର ରେ ବିଏସସି ପାଠସାରି କିରାଣୀ ଭାବେ ପଦ୍ମପୁର ତହସିଲରେ କାର୍ଯ୍ୟରତ ଥିଲେ। ପରିବାରର ଅର୍ଥ ଅଭାବ ଯୋଗୁଁ ସେ ପ୍ରଥମେ ବଞ୍ଚିବା ପାଇଁ କିରାଣୀ ଚାକିରିକୁ ଆପଣେଇଥିଲେ ମଧ୍ୟ ନିଜ ଲକ୍ଷରୁ ବିଚ୍ୟୁତ ହୋଇନଥିଲେ। ଚାକିରି ସହ ଓଡିଶା ପ୍ରଶାସନିକ ସେବା ପାଇଁ ନିଜକୁ ପ୍ରସ୍ତୁତ କରି ଏବେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହାପରେ ତାଙ୍କ ଗାଁ ଟିକରପଡା ଠାରୁ ଆରମ୍ଭ କରି କୁଜେନ୍ଦ୍ରି ଆଶ୍ରମ ସ୍କୁଲ, ରାମନାଗୁଡା ଓ ପଦ୍ମପୁର ତହସିଲ ସବୁଆଡେ ଖୁସିର ଲହରି। ତାଙ୍କ ଗୁରୁ ରମେଶ ଦାସ କହିଛନ୍ତି ଦେବେନ୍ଦ୍ର ପିଲାଟି ଦିନରୁ ମେଧାବୀ ଥିଲା। ତାର ଏଭଳି ସଫଳତା ଆମ ଅଞ୍ଚଳ ପାଇଁ ଏକ ଗୌରବ ଆଣି ଦେଇଛି। ଗୁରୁ ହିସାବରେ ଆଜି ମୁଁ ବହୁତ ଆନନ୍ଦିତ ବୋଲି ସେ କହିଛନ୍ତି।