PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଚାଷୀ ପୁଅଙ୍କ କମାଲ: ପାଇଲେ ଓଏଏସ୍

ବଲାଙ୍ଗିର, ୭|୧୦: ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ଗ୍ରାମ କଲୋନୀ ପଡା ବାସିନ୍ଦା ଚାଷୀ ଦିଗାମ୍ବର ମରପାଚିଙ୍କ ପୁଅ ସୁଶୀଲ କୁମାର ମରପାଚି ସଦ୍ୟ ପ୍ରକାଶିତ ଓସିଏସଇରେ କୃତିତ୍ୱ ହାସଲ କରିଛନ୍ତି । ସୁଶୀଲ ଜଣେ ଚାଷୀ ପରିବାରରୁ ଆସି ଏହି ସଫଳତା ପାଇଛନ୍ତି । ଗାଁ ସ୍କୁଲରୁ ମାଟ୍ରିକ ପାସ ପରେ ପ୍ରାଥମିକ ଶିକ୍ଷକ ଭାବେ ଯୋଗଦେଇ ଉଭୟ ଯୁକ୍ତ ଦୁଇ ଓ ତିନି କଳାରେ କରେସପଣ୍ଡେନ୍ସ ଓ ଇଗ୍ନୋଉରେ ପାସ କରିଥିଲେ । ଚାଷୀ ପରିବାରରୁ ଆସିଥିବାରୁ ଚାଷ କାମ କରି ପାଠ ପଢିଥିଲେ । ତାଙ୍କର ପରିଶ୍ରମ ଯୋଗୁଁ ଗତ ୨୦୧୯ ରେ ରାଜ୍ୟ ସଚିବାଳୟ ମାଧ୍ୟମିକ ଗଣ ଶିକ୍ଷା ବିଭାଗରେ ଏଏସଓ ଭାବେ କାର୍ଯ୍ୟରତ ଥିଲେ । କିନ୍ତୁ ତାଙ୍କର ଆଗକୁ ବଢିବାର ଉଦ୍ୟମ ଓ ପରିଶ୍ରମ ଯୋଗୁଁ ଗତ ୨୦୨୦-୨୧ ଓ ସି ଏସ ଇ ରେ ୪୨୬ ରେଙ୍କ ରେ କୃତକାର୍ଯ୍ୟ ହୋଇଛନ୍ତି । ତାଙ୍କ ବାପା ଦିଗାମ୍ବର ଓ ମାତା ଉର୍ମିଳା ଏବେ ବି ନିଜର ପୈତୃକ ଜମିରେ ଚାଷ କରୁଥିବା ବେଳେ ସନ ଭଉଣୀ ପାଟଣାଗଡ ବ୍ଲକରେ କିରାଣୀ ଭାବେ କାର୍ଯ୍ୟରତ ଓ ବଡ଼ ଭଉଣୀ ବିବାହ ହୋଇ ଶାଶୁ ଘରେ ଅଛନ୍ତି । ଜଣେ ଚାଷୀ ପରିବାରର ପୁଅଙ୍କ ଏଭଳି କୃତିତ୍ୱ ସାରା ବ୍ଲକ ପାଇଁ ଗୌରବ ଆଣିଛି । ତେବେ ଚାଷୀ ପୁଅଙ୍କ ଏଭଳି କୃତିତ୍ୱ ଯୋଗୁଁ ସବୁ ମହଲରେ ପ୍ରଶଂସା ମିଳିଛି ।