ଖପ୍ରାଖୋଲ ୧୭/୬(ଆପ୍ର): ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଓଡ଼ିଆପାଲି ଗାଁର ଚାଷୀଙ୍କ ଉତ୍ପାଦିତ ଆମ୍ବ୍ରପଲ୍ଲୀ କିସମର ଆମ୍ବ ସୁଦୂର ବାହାର ଦେଶ ଜର୍ମାନୀକୁ ପଠାଯାଇଛି। ଏପିସି ପ୍ରକଳ୍ପ ମାଧ୍ୟମରେ ହରିଶଙ୍କର ମହିଲା ଉତ୍ପାଦନ କମ୍ପାନୀ, ଉଦ୍ୟାନ କୃଷି ବିଭାଗ, ପାଲାଡ଼ିଅମ୍, ପ୍ରଦାନ ଓ ବିକଳ୍ପ କଣ୍ଟାବାଞ୍ଜିର ମିଳିତ ଉଦ୍ୟମରେ ଏହି ଆମ୍ବ ଜର୍ମାନୀ ପଠାଯାଇଥିବା ଜଣାଯାଇଛି।
ଏହି ଅବସରରେ ଖପ୍ରାଖୋଲ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ, ତହସିଲଦାର ସତ୍ୟ ପ୍ରକାଶ ରାଉତରାୟ, ଓଏଲଏମ ବିପିଏମ୍ ପାଙ୍କଜିନୀ ତରାସିଆ, ଉପ ମୁଖ୍ୟମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ପଦ୍ମ କୁମାର ସିଂ ବରିହା, ଭାଜପା ବ୍ଲକ୍ ସଭାପତି ଉମାକାନ୍ତ ପ୍ରଧାନ, ସୁରେଶ ବେହେରା ପ୍ରମୁଖ ସବୁଜ ପତାକା ଦେଖାଇ ଆମ୍ବ ବୋଝେଇ ଗାଡିର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଚାଷି ମାନେ ଉପସ୍ଥିତ ଥିଲେ। ଖପ୍ରାଖୋଲ ବ୍ଲକ୍ ରୁ ପ୍ରଥମ କରି ବିଦେଶକୁ ରପ୍ତାନି ହୋଇଛି।