ପ୍ରମୂଖ ଖବର
  • ଲମତାପୁଟ : ଡୁଡୁମା ଜଳପ୍ରପାତରେ ଅଘଟଣ , ସୁଟିଂ କରୁଥିବା ବେଳେ ଭାସିଗଲେ ୟୁଟ୍ୟୁବର
  • ||
  • ଯାଜପୁର : ରିଲ୍ସ ବନାଇବା ହେଲା କାଳ, ଝରଣାରେ ବୁଡି ୨ ଯୁବକ ମୃତ
  • ||
  • ଗଞ୍ଜାମ: ରାସ୍ତାରୁ ୧୦ ଫୁଟ ତଳକୁ ଖସିଲା ବାଇକ୍‌, ଯୁବକ ମୃତ
  • ||
  • ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଲେ
  • ||
  • ରାଜଧାନୀରୁ ୪ କୋଟିର ମାରିଜୁଆନା ଜବତ, ପ୍ରେମୀ ଯୁଗଳ ଅଟକ
  • ||
  • ଶ୍ରୀମନ୍ଦିର ପରିସରରେ ହେବ ସ୍ତନ୍ୟପାନ ଗୃହ, ମହିଳା ପର୍ଯ୍ୟଟକଙ୍କୁ ମିଳିବ ସୁବିଧା
  • ||
  • ଶିକ୍ଷା ବିଭାଗର ନିର୍ଦ୍ଦେଶନାମାକୁ ଫୁ... ସ୍ଵାଧିନତା ଦିବସରେ ଦେଲେନି ମଧ୍ୟାହ୍ନ ଭୋଜନ, ୫୬ଟି ସ୍କୁଲ୍‌କୁ ନୋଟିସ୍
  • ||
  • ଟାରିଫ୍ ୱାର ଭିତରେ ଭାରତରେ ତାର ରାଷ୍ଟ୍ରଦୂତ ବଦଳାଇବ ଆମେରିକା, ସର୍ଜିଆ ଗୋରଙ୍କ ନାମ ଘୋଷଣା କଲେ ଟ୍ରମ୍ପ
  • ||
  • ପଞ୍ଜାବରେ ଏଲପିଜି ଟ୍ୟାଙ୍କରରେ ଭୟଙ୍କର ବ୍ଲାଷ୍ଟ : ଜଳିଗଲା ୧୫ଟି ଦୋକାନ, ୨ ଜୀବନ୍ତ ଦଗ୍ଧ, ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ଚମୋଲିରେ ରାତି ଅଧରେ ଫାଟିଲା ବାଦଲ; ଥରାଲୀ ଗାଁରେ ଧ୍ୱଂସଲୀଳା, ପୋତି ହୋଇଗଲା ଘର
  • ||
  • ଶ୍ରୀମନ୍ଦିରରେ ସାତପୁରୀ ଅମାବାସ୍ୟାର ସ୍ୱତନ୍ତ୍ର ନୀତି, ସକାଳଧୂପରେ ଠାକୁରଙ୍କୁ ସାତପୁରୀ ଭୋଗ ଅର୍ପଣ ହେବ
  • ||
  • ସମ୍ବଲପୁର: ଖୋଲିଲା ହୀରାକୁଟ ଗେଟ, ୪ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ
  • ||
  • ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ, ଖାଲିପଡ଼ିଛି ୯୯ ହଜାର ସିଟ୍‌
  • ||
  • ଲଘୁଚାପ ସକ୍ରିୟ: ଆଜିଠୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୩ ଜିଲ୍ଲାକୁ ଅରେଞ୍ଜ, ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ୟୁରିଆ ପାଇଁ ଲ୍ୟାମ୍ପସ ଆଗରେ ଚାଷୀଙ୍କ ବିକ୍ଷୋଭ, ଜାତୀୟ ରାଜପଥ ଅବରୋଧ

Published By : Suraj Kumar | August 23, 2025 8:03 PM

ମାଲକାନଗିରି, ୨୩/୮(ଆପ୍ର ) : ଚଳିତ ବର୍ଷ ଖରିଫ ଚାଷ ପାଇଁ ସାରର ଅଭାବ ସାଙ୍ଗକୁ କଳା ବଜାର ହେଉଥିବାର ଅଭିଯୋଗ ହେଉଛି। ମାଲକାନଗିରି ଜିଲ୍ଲାର ମାଲକାନଗିରି, କାଲିମେଳା, ପଡିଆ, ମାଥିଲି, କୋରକୁଣ୍ଡା, ଚିତ୍ରକୋଣ୍ଡା, ଖଇରପୁଟ ସାତଟି ବ୍ଲକ ଅଞ୍ଚଳର ୟୁରିଆ ସାରର ଘୋର ଅଭାବ ଦେଖା ଦେଇଥିବାରୁ ଚାଷୀମାନେ ହତାଶ ହୋଇ ପଡିଛନ୍ତି। ପ୍ରତିଦିନ ବିଭିନ୍ନ ଲ୍ୟାମ୍ପସ ଓ ସାର ଦୋକାନ ସମ୍ମୁଖରେ ଚାଷୀ ସାର ପାଇଁ ଖରା ବର୍ଷାରେ ଲମ୍ବା ଲାଇନରେ ଛିଡା ହୋଇ ଥିବାର ଦେଖିବାକୁ ମିଳୁଛି।  ସାର ପାଇଁ ମାଲକାନଗିରି ଜିଲ୍ଲା ମାଥିଲି ଲ୍ୟାମ୍ପସ ଆଗରେ ଶନିବାର ଚାଷୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥି ସହିତ   ୩୨୬ ନମ୍ବର ଜାତୀୟ ରାଜ ପଥ ଅବରୋଧ କରିଥିଲେ। ଯାହା ଫଳ ରେ ଦୀର୍ଘ ୫ଘଣ୍ଟା ଧରି ରାସ୍ତାର ଉଭୟ ପାର୍ଶ୍ଵ ରେ ଶତାଧିକ ଯାନବାହନ ଅଟକି ରହିଥିଲା।  

ଏହି ଖବର ପାଇ ମାଥିଲି ବିଡିଓ ପ୍ରମୋଦ କୁମାର ବେହେରା, ତହସିଲଦାର ମାନସୀ ଭୋଇ ଓ ଥାନା ଅଧିକାରୀ ଗୀତାଞ୍ଜଳି ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ଚାଷୀମାନଙ୍କୁ ରାସ୍ତା ରୋକ ଆନ୍ଦୋଳନ  ପ୍ରତ୍ୟାହାର କରିବା ପାଇଁ ବୁଝାଇଥିଲେ।  ସାର ପହଞ୍ଚିଲେ ଆନ୍ଦୋଳନ ପ୍ରତ୍ୟାହାର ହେବ ବୋଲି ଆନ୍ଦୋଳନକାରୀ ଜିଦ୍ କରି ବସି ରହିଥିଲେ।  ଆସନ୍ତା ଶୁକ୍ରବାର ମଧ୍ୟରେ ସାର ପହଁଞ୍ଚିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଵା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା।  ଦୀର୍ଘ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ଯାନ ବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା। ଚାଷୀଙ୍କ ରାସ୍ତା ରୋକ ଆନ୍ଦୋଳନକୁ  ଆଦିବାସୀ ସମାଜ ମହାସଂଘ ସଭାପତି ବନ୍ଧୁ ମୁଦୁଲି, ସମାଜ ସେବୀ ଶରତ ବୁରୁଦା, ଲଷ୍ମୀପ୍ରିୟା ନାୟକ ପ୍ରମୁଖ ସମର୍ଥନ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.