କଟନି ଛଟନି ସମସ୍ୟା ନେଇ ଧମାରେ ଚାଷୀ ଆନ୍ଦୋଳନ

ସମ୍ଵଲପୁର, ୨୮/୧୧ : ଧାନ ମଣ୍ଡିରେ କଟନି ଛଟନି ସମସ୍ୟା ନେଇ ସମ୍ବଲପୁର ଧମା ଅଞ୍ଚଳର ଚାଷୀ ଆନ୍ଦୋଳନ ଆରମ୍ଭ। ବାଧ୍ୟତାମୂଳକ ଭାବେ କ୍ଵିଣ୍ଟାଲ ପିଛା ୩ କେ.ଜି ଧାନ ମିଲର୍ କାଟୁଛନ୍ତି ବୋଲି ଚାଷୀ ଅଭିଯୋଗ କରିଛନ୍ତି।
ସୂଚନାନୁଯାୟୀ, ସୋମବାର ଧମା ବଜାର ପ୍ରାଙ୍ଗଣକୁ ୪୭ ଜଣ ଚାଷୀ ଧାନ ବିକ୍ରି ପାଇଁ ଆଣିଥିଲେ। ତେବେ କଟନି ଛଟନି ସମସ୍ୟା ନେଇ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଥିବାରୁ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଗାଡ଼ି ଛାଡ଼ିବେ ନାହିଁ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ଏନେଇ ଯୋଗାଣ ବିଭାଗକୁ ଖବର ଦିଆଯାଇଛି।