PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ପ୍ରତିବର୍ଷ ଚାଷୀଙ୍କୁ ମିଳିବ ୪୨ ହଜାର ଟଙ୍କାର ସହାୟତା, ଏହି ଦୁଇ ଯୋଜନା ମାଧ୍ୟମରେ ମିଳିବ ଫାଇଦା, ଜାଣନ୍ତୁ କିଭଳି କରିବେ ଆବେଦନ

ନୂଆଦିଲ୍ଲୀ ୨୪/ ୦୫ : ଦେଶରେ ଚାଷୀଙ୍କ ଆର୍ଥିକ ସ୍ଥିତି ଧିରେଧିରେ ସୁଧୁରୁଛି ସତ କିନ୍ତୁ କରୋନା ମହାମାରୀ ସମୟରେ କୃଷକଙ୍କ ମେରୁଦଣ୍ଡ ଭାଙ୍ଗିଯାଇଥିଲା । ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତିକରୁଥିଲେ ଚାଷୀ । ଉତ୍ତର ପ୍ରଦେଶ, ବିହାର ସମେତ ବିଭିନ୍ନ ରାଜ୍ୟରେ ଚାଷୀମାନେ ଋଣରେ ଡୁବି ରହିଛନ୍ତି । ଯେଉଁଥି ପାଇଁ ଚାଷୀ ଆତ୍ମହତ୍ୟା ମାମଲା ମଧ୍ୟ ବୃଦ୍ଧିପାଇଛି ।

ତେବେ ଚାଷୀଙ୍କୁ ଆର୍ଥିକ ଭାବେ ସହଯୋଗ କରିବା ଏବଂ ସ୍ବାବଲମ୍ବୀ କରିବା ପାଇଁ ବିଭିନ୍ନ ଯୋଜନା ଚାଲୁରଖିଛନ୍ତି କେନ୍ଦ୍ର ସରକାର । ଯେଉଁଥିରେ ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଏବଂ ପିଏମ୍‌ କିଷାନ୍‌ ଯୋଜନା କାର୍ଯ୍ୟ କରୁଛି । ପିଏମ୍‌ କିଷାନ୍‌ ମାନଧନ ଯୋଜନା ଆଧାରରେ ବୟସ୍କ ଚାଷୀଙ୍କୁ ବାର୍ଷିକ ୩୬ ହଜାର ଟଙ୍କା ଲେଖାଏଁ ପେନସନ୍‌ ଆକାରରେ ଦିଆଯାଉଛି । ଦ୍ବିତୀୟ ଯୋଜନା ପିଏମ୍‌ କିଷାନ୍‌ ଯୋଜନା ଆଧାରରେ ଚାଷୀଙ୍କୁ ପ୍ରତିବର୍ଷ ୬ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଏହି ହିସାବରେ ଦୁଇଟି ଯାକ ଯୋଜନା ମିଶି ଚାଷୀଙ୍କୁ ମୋଟ ୪୨ ହଜାର ଟଙ୍କା ଦିଆଯାଉଛି ।

ପ୍ରଧାନମନ୍ତ୍ରୀ ମାନଧନ ଯୋଜନା କଣ?

ଏହି ଯୋଜନା ମୁଖ୍ୟତଃ ଏକ ପେନସନ୍‌ ସ୍କିମ୍‌ । ଯାହାର ଫାଇଦା ୬୦ ବର୍ଷରୁ ଅଧିକ ବୟସ୍କ ଚାଷୀଙ୍କୁ ମିଳିଥାଏ । ୧୮ ବର୍ଷରୁ ୪୦ ବର୍ଷ ବୟସ୍କ ଚାଷୀ ଏହି ଯୋଜନାର ଲାଭ ଉଠାଇପାରିବେ । ଯଦି ଆପଣଙ୍କ ବୟସ ୧୮ ବର୍ଷରୁ ୪୦ ବର୍ଷ ମଧ୍ୟରେ ତେବେ ଏହି ଯୋଜନା ମା‌ଧ୍ୟମରେ ଆପଣ ମାସିକ ୫୫ ଟଙ୍କା ଜମାକରି ୬୦ ବର୍ଷ ପରେ ମାସିକ ୩ ହଜାର ଟଙ୍କା ଲେଖାଏଁ ପେନସନ୍‌ ଆକାରରେ ପାଇପାରିବେ । ସେହିଭଳି ଯଦି ଆପଣଙ୍କ ବୟସ ୪୦ ବର୍ଷ ତେବେ ମାସିକ ୨୦୦ ଟଙ୍କା ଲେଖାଏଁ ଜମାକରି ୬୦ ବର୍ଷ ପରେ ମାସିକ ୩ ହଜାର ଟଙ୍କା ଲେଖାଏଁ ପେନସନ୍‌ ପାଇପାରିବେ । ଏପରି ଭାବେ ବାର୍ଷିକ ୩୬ ହଜାର ଟଙ୍କାର ପେନସନ୍‌ କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିବ ।

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା:

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଧାରରେ ଚାଷୀଙ୍କୁ ୩ଟି କିସ୍ତିରେ ୨ ହଜାର ଟଙ୍କା ଲେଖାଏଁ ମିଳିଥାଏ । ପ୍ରତି ୪ ମାସରେ ଥରେ ଲେଖାଏଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨ ହଜାର ଟଙ୍କା ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଥାଏ । ବର୍ତ୍ତମାନ ସୁଦ୍ଧା ୧୦ଟି କିସ୍ତି ସରକାର ପଠାଇସାରିଛନ୍ତି । ମେ ୩୧ ସୁଦ୍ଧା ୧୧ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଯିବ ନେଇ ଆଶା କରାଯାଉଛି ।

ପିଏମ୍‌ ମାନଧନ ଯୋଜନା ପାଇଁ କିଭଳି କରିବେ ରେଜିଷ୍ଟ୍ରେସନ୍‌

  • ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନାର ଲାଭ ଉଠାଇବା ପାଇଁ ପ୍ରଥମେ ଆପଣଙ୍କ ନିକଟସ୍ଥ କମନ୍‌ ସର୍ଭିସ୍‌ ସେଣ୍ଟରକୁ ଯିବାକୁ ହେବ
  • ସେଠାରେ ଆପଣଙ୍କ ବାର୍ଷିକ ଆୟ, ପରିବାରର ଆୟ ଏବଂ ଆପଣଙ୍କ ଜମି ସହ ଜଡିତ ସମସ୍ତ ଦସ୍ତାବିଜ ଦାଖଲ କରିବାକୁ ହେବ
  • ଏହାପରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟର ସବିଶେଷ ତଥ୍ୟ ଦେବାକୁ ହେବ
  • ପରେ ସେଠାରୁ ମିଳିଥିବା ଆବେଦନ ପତ୍ରକୁ ନିଜ ଆଧାର କାର୍ଡ ସହିତ ଲିଙ୍କ କରାନ୍ତୁ
  • ଏହା ପରେ ଆପଣଙ୍କ ପେନସନ୍‌ ଖାତା ନମ୍ବର ମିଳିଯିବ ।