ନାବାଳିକାଙ୍କୁ ଗଣବଳାତ୍କାର ସହ ହତ୍ୟା ମାମଲା, ୨ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ

ଜଗତସିଂହପୁର, ୨୯।୧୧ ନାବାଳିକାଙ୍କୁ ଗଣ ବଳାତ୍କାର ସହ ହତ୍ୟା ମାମଲାର ବିଚାର କରି ଜଗତସିଂହପୁର ଫାଷ୍ଟ ଟ୍ରାକ କୋର୍ଟର ବିଚାରପତି ଅଜୟ କୁମାର ମହାନ୍ତି ଦୁଇ ଅଭିଯୁକ୍ତ ଶେଖ ଆସିଫ ଓ ଶେଖ ଅକିଲଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି l ତିର୍ତ୍ତୋଲ ଥାନା ଅନ୍ତର୍ଗତ କୃଷ୍ଣାନନ୍ଦପୁରରେ ୨୦୧୪ ମସିହାର ଏହି ଘଟଣା ଘଟିଥିଲା l ୭ ବର୍ଷର ଜଣେ ନାବାଳିକା ଚକୋଲେଟ କିଣି ଘରକୁ ଫେରୁଥିବା ବେଳେ ତାଙ୍କୁ ଅପହରଣ ଓ ପରେ ବଳାତ୍କାର ସହ ହତ୍ୟା କରାଯାଇଥିଲା l ଏକ ଘରର ତାଜା ଉପରେ ମୃତଦେହକୁ ଫିଙ୍ଗି ଦେଇଥିଲେ l ପୋଲିସ ସେତେବେଳେ ୪ଜଣଙ୍କୁ ଗିରଫ କରିଥିଲା l ମାମଲାର ବିଚାର କରି ଅଦାଲତ ଦୁଇ ଜଣଙ୍କୁ ଖଲାସ କରିଛନ୍ତି l ସେସମୟରେ ତିର୍ତ୍ତୋଲ ଥାନା ଅଧିକାରୀ ଦୟାନିଧି ନାୟକ ଓ ବରିଷ୍ଠ ପୋଲିସ ଅଧିକାରୀ ଭବାନୀ ଶଙ୍କର ମିଶ୍ର ଅଭିଯୁକ୍ତମାନଙ୍କୁ ଧରିବାକୁ ବେଶ ତନାଘନ। କରିଥିଲେ । ସରକାର ଙ୍କ ପକ୍ଷରୁ ଦୋଳ ଗୋବିନ୍ଦ ଦାଶ ମାମଲା ପରିଚାଳନା କରୁଥିଲେ ।