PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଭୟଙ୍କର ସଡ଼କ ଦୁର୍ଘଟଣା: ୫ ଟି ବାଇକ ଉପରେ ଚଢିଗଲା କାର, ଡେଲିଭରି ବଏ ଗୁରୁତର   

ଢେଙ୍କାନାଳ, ୨୦/୧୧ : କାମାକ୍ଷାନଗର ଦାସିପୋଖରୀ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ୫ ଟି ବାଇକ ଉପରେ ମାଡ଼ିଗଲା ହୁଣ୍ଡାଇ କାର। ଫ୍ଲିପକାର୍ଡ ଡେଲିଭରି ବଏ ଗୁରୁତର। ଗୁରୁତର ଡେଲିଭରି ବଏ ହେଲେ କାମାକ୍ଷାନଗର ଥାନା ବିଜାଡିହ ଗ୍ରାମର ବିଭୁଦତ ମହାଭୋଇ।

ସୂଚନା ଅନୁସାରେ, ଫ୍ଲିପକାର୍ଡ କାର୍ଯ୍ୟାଳୟ ସମୁଖରେ କର୍ମଚାରିମାନେ ଗାଡି ରଖି କାର୍ଯ୍ୟାଳୟ ଭିତରକୁ ଯାଇଥିଲେ। ଏହି ସମୟରେ ରେକୁଳା ପଟୁ  ଓଡି ୧୯ ଏଚ ୪୨୪୮ ଏକ ହୁଣ୍ଡାଇ କାର ଭାରସମ୍ୟ ହରାଇ ଫ୍ଲିପକାର୍ଡ କାର୍ଯ୍ୟାଳୟ ସମ୍ମୁଖରେ ରହିଥିବା ବାଇକ ଗୁଡିକ ଉପରେ ଚଢି ଯାଇଥିଲା। ସେଠାରେ ଫ୍ଲିପକାର୍ଡ କର୍ମଚାରି ବିଭୁଦତ କାର୍ଯ୍ୟାଳୟକୁ ଆସିଥିବାବେଳେ ତାଙ୍କୁ ମଧ୍ୟ କାରଟି ଧକା ଦେଇଥିଲା। ଫଳରେ ତାଙ୍କର ବାମ ଜଙ୍ଘରେ ଗଭୀର ଆଘାତ ଲାଗିଛି। ବର୍ତ୍ତମାନ ତାଙ୍କ ଚିକିତ୍ସା ଯାରିରହିଛି। ଏହା ସହ  ୫ଟି ବାଇକ ଉପରେ  ମଧ୍ୟ କାର ଚଢି ଯାଇଛି।

ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଗାଡିଟିକୁ ଯବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।