ନୂଆଦିଲ୍ଲୀ: ଯାହାଙ୍କ ହାତ ଧରି ବାପଘର ଛାଡ଼ିଥିଲେ ଶେଷରେ ତାଙ୍କୁ ମାରିଦେଲେ । ନିଜ ସ୍ବାମୀଙ୍କୁ ପେଟ୍ରୋଲ ଢ଼ାଳି ମାରିଦେଲା ସ୍ତ୍ରୀ । ପୁଲିସ ଆଗରେ ସତ ମାନିଲେ ମହିଳା । ଉତ୍ତରପ୍ରଦେଶର ଫତେହପୁର ଜିଲ୍ଲାରେ ଯୁବକଙ୍କ ମୃତ୍ୟୁକୁ ନେଇ ସାମ୍ନାକୁ ଆସିଛି ସତ । ବିନୀତା ନିଜ ସ୍ବାମୀଙ୍କୁ ଜାଳି ମାରି ଦେଇଥିବା ମାନିବା ପରେ ପୁଲିସ ତାଙ୍କୁ ଗିରଫ କରିଛି । ଏବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆରମ୍ଭ ହୋଇଛି ଚର୍ଚ୍ଚା ।

କହି ରଖୁଛୁ କି, ଗତ ଜୁନ୍ ୨୬ ତାରିଖରେ ଯୁବକ ପୋଡ଼ି ହୋଇଯାଇଥିଲେ । ଶୋଇଥିବା ସମୟରେ ନିଆଁ ଲାଗି ଯାଇଥିଲା । ତାଙ୍କୁ ଉଦ୍ଧାର କରି ମେଡିକାଲ ନିଆଯାଇଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ତାଙ୍କ ପତ୍ନୀ ପ୍ରଥମରୁ ଏମିତି ଅଭିନୟ କରିଥିଲେ କି, କେହି କେବେ ମଧ୍ୟ କଳ୍ପନା କରିପାରିବ ନାହିଁକି ସେ ହିଁ ହତ୍ୟାକାରୀ । କିନ୍ତୁ ପୁଲିସ ଘଟଣାକୁ ନେଇ ଜୋରଦାର ତଦନ୍ତ କରୁଥିବାବେଳେ ସତ ପଦାରେ ପଡ଼ିଛି । ଏବଂ ବିନୀତା ନିଜର ଭୁଲକୁ ମାନିଛନ୍ତି । ସେ କହିଛନ୍ତି କି, ସବୁବେଳେ ମୋ ସ୍ବାମୀ ମୋତେ ମାଡ଼ ମାରୁଥିଲେ । ଘରେ ଝଗଡ଼ା ଲାଗି ରହୁଥିଲା । ତାଙ୍କ ନିର୍ଯାତନାକୁ ଆଉ ସହି ପାରିଲି ନାହିଁ । ଶେଷରେ ଏଭଳି ଏକ ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛି ।

ପୁଲିସ ପକ୍ଷରୁ କୁହାଯାଇଛି କି, ଘଟଣା ଘଟିବା ଦିନ ଥାନାକୁ ଫୋନ୍ ଆସିଥିଲା କି, ଜଣେ ଯୁବକ ଘର ଭିତରେ ଥିବାବେଳେ ପୋଡ଼ି ହୋଇଯାଇଛନ୍ତି । ତାଙ୍କୁ କେହି ନିଆଁ ଲଗାଇ ଚାଲି ଯାଇଛି । ଜଣାପଡ଼ିଛି କି, ବିନୀତା ନିଆଁ ଲଗାଇବା ପରେ ବ୍ୟାଙ୍କକୁ ଚାଲି ଯାଇଥିଲେ । ସେ ଏଭଳି କରିଥିଲେ କି, ଯେଭଳି ତାଙ୍କ ଉପରେ କାହାର ସନ୍ଦେହ ନହୁଏ । ମାତ୍ର ଶେଷରେ ତାଙ୍କର ସବୁ ସତ ଜଣାପଡ଼ିଛି । ଏହାସହ ସେ ନିଜର ଭୁଲ୍ ମଧ୍ୟ ମାନିଛନ୍ତି ।

ଏହାସହ ପଢ଼ନ୍ତୁ : ଆମୀରଙ୍କ ତୃତୀୟ ବିବାହ ଉତ୍ସବକୁ କାହିଁକି ଆସିଲେନି ପୂର୍ବତନ ପତ୍ନୀ ଏବଂ ସଲମାନ-ଶାହାରୁଖ ?