ନୂଆଦିଲ୍ଲୀ, ୬/୭ : ଇନଷ୍ଟାଗ୍ରାମରେ ଦୋସ୍ତି, ନୈନିତାଲରେ ଦେଖା ସାକ୍ଷାତ... ତାପରେ ଅନ୍ତରଙ୍ଗ ମୁହୂର୍ତ୍ତ। ଶେଷରେ ବ୍ଲାକମେଲ୍ ଖେଳ। ପୁଲିସ ହାବୁଡ଼ରେ ପଡିଗଲେ ଲକ୍ଷେ ଫଲୋୟର୍ସ ଥିବା ଇନଷ୍ଟା କ୍ଵିନ୍। ଯୁବକଙ୍କୁ ପ୍ରେମ ଜାଲରେ ଫସାଇ, ଆପତ୍ତିଜନକ ଫଟୋ ଏବଂ ଭିଡିଓ ଉତ୍ତୋଳନ କରି ବ୍ଲାକମେଲ କରୁଥିଲେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର। ଯୁବତୀଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ଆଣିଲେ ଯୁବକ।

ସୂଚନାନୁଯାୟୀ, ସମ୍ଭଲର ଚୌଧୁରୀ ସରାୟ ନିବାସୀ ଶାହରୁଖ ପ୍ରାୟ ୩ ବର୍ଷ ତଳେ ଇନଷ୍ଟାଗ୍ରାମ ଜରିଆରେ ଅରୀଶାଙ୍କ ସହ କଥା ହୋଇଥିଲେ। ଏହାପରେ ଦୁହେଁ ନୈନିତାଲରେ ଦେଖାସାକ୍ଷାତ ହୋଇଥିଲେ। ସେଠାରେ ଦୁହେଁ ସେମାନଙ୍କ ବନ୍ଧୁଙ୍କ ସହ ପହଞ୍ଚିଥିଲେ। କଥାବର୍ତ୍ତା ହେଉ ହେଉ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହେଲା। ଦୁହେଁ ଅନ୍ତରଙ୍ଗ ହେଲେ। ଏହି ସମୟରେ ଅରୀଶା ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଫଟୋ ଭିଡିଓ ସୁଟ୍ କରିଥିଲେ। ଏହି ଅଶ୍ଳୀଳ ଫଟୋ ଦେଖାଇ ସେ ଶାହରୁଖଙ୍କୁ ବ୍ଲାକମେଲ୍ କଲେ। ଅଶିଶାଙ୍କ ଦୁଇ ବନ୍ଧୁ ଶୁଏବ ଏବଂ ଅନସ ତାଙ୍କୁ ଏଥିରେ ସାହାଯ୍ୟ କରୁଥିଲେ। ବଦନାମ କରିବା ଏବଂ ମିଛ କେସରେ ଫସାଇବାକୁ ଧମକ ଦେଇ ପ୍ରଥମେ ୫୫ ହଜାର ଟଙ୍କା ମାଗିଥିଲେ। ଶାହରୁଖ ମଧ୍ୟ ଡରିଯାଇ ଏହି ଟଙ୍କା ଅନଲାଇନରେ ପଠାଇଥିଲେ।

କିଛି ଦିନ ପରେ ଆଉ ଏକ ସୋସିଆଲ ମିଡିଆ ଆକାଉଣ୍ଟ ଏବଂ ଫୋନ ନମ୍ଵରରୁ ପୁଣି ତାଙ୍କୁ ବ୍ଲାକମେଲ୍ କରାଗଲା। ଏଥର ତାଙ୍କୁ ୨ ଲକ୍ଷ ଟଙ୍କା ମଗାଗଲା। ଟଙ୍କା ନଦେଲେ ଫଟୋ ଭିଡିଓ ଭାଇରାଲ୍ କରିଦେବାକୁ ଧମକ ଦିଆଗଲା। ଶେଷରେ ଶାହରୁଖ କୋତୱାଲି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଅରିଶା, ଅନସ ଏବଂ ସୁଏବଙ୍କ ବିରୋଧରେ ମାମଲା ରୁଜୁ କରିଛି। ଶାହରୁଖଙ୍କ କହିବା ଅନୁଯାୟୀ, ସେ ମୋଟ ୪ ଲକ୍ଷ ଟଙ୍କା ଦେଇସାରିଛନ୍ତି।

ଆହୁରି ପଢନ୍ତୁ-କେତନଙ୍କୁ ହତ୍ୟା ପାଇଁ କିଛି ଦିନ ଅଭ୍ୟାସ କରିଥିଲେ ଭାବି ପତ୍ନୀ ସିଆ, ପୋଲିସକୁ ଚକମା ଦେବା ପାଇଁ ନେଇଥିଲେ ଇଣ୍ଟରନେଟ ଆଉ ସୋସିଆଲ ମିଡିଆର ସାହାରା...

ସମ୍ବଲପୁରରେ କୃତ୍ରିମ ବନ୍ୟା ; ଅଣ୍ଟାଏ ପାଣିରେ ସ୍ଥିତି ପରଖିଲେ ଜିଲ୍ଲାପାଳ