ବାଂଶପାଳ, ୯।୩ : କେନ୍ଦୁଝର ଜିଲ୍ଲା ସଦର ଥାନା ଶୁଆକାଟି ଫାଣ୍ଡି ତେନ୍ତୁଳି ଠାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଟ୍ରକକୁ ବାଇକ ଧକ୍କା ଦେବାରୁ ଘଟଣା ସ୍ଥଳରେ ବାପ ଓ ୩ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ଘଟିଛି। ଏଥିସହ ମା’ ଗୁରୁତର ହୋଇଛି। ମୃତକ ସ୍ଥାନୀୟ ତେନ୍ତୁଳି ବଜାରର ଡାଇନାମା ଦୋକାନୀ ଏମ ଡି ନୂର୍ (ସୋନୁ)।

ଏମ ଡି ନୂର୍ ଓ ତାଙ୍କ ସ୍ତ୍ରୀ , ପୁଅ ବାଇକରେ ଶୁଆକାଟିରୁ ଦେବଗଡରେ ଥିବା ସମ୍ପର୍କୀୟ ଘରକୁ ଯାଉଥିଲେ। ତେନ୍ତୁଳିଠାରେ ଏକ ଟ୍ରକ ପଛରେ ବାଇକ ପିଟି ହୋଇଥିଲା। ଘଟଣା ସ୍ଥଳରେ ଏମ ଡି ନୁର ଓ ତାଙ୍କ ୩ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ଘଟିଛି। ଗୁରୁତର ସ୍ତ୍ରୀକୁ ପୁଲିସ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ମେଡ଼ିକାଲରେ ଭର୍ତ୍ତି କରିଛି। ଦୁର୍ଘଟଣାଗ୍ରସ୍ତ ବାଇକ ଓ ଟ୍ରକକୁ ଜବତ କରି ଶୁଆକାଟି ଫାଣ୍ଡି ପୁଲିସ ତଦନ୍ତ ଚଳାଇଛି।