ବାପାଙ୍କ ଶ୍ରାଦ୍ଧରେ ଗାଁ ଗାଁ ବୁଲି ରୋଗୀ ସେବା କଲେ ଡାକ୍ତର ପୁଅ, ଲୋକେ କହିଲେ ଏହା ହିଁ ପ୍ରକୃତ ଶ୍ରଦ୍ଧାଞ୍ଜଳି

ଖୋର୍ଦ୍ଧା ୨୮/୧: ବାପାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଗାଁ ଗାଁ ରେ ରୋଗୀ ସେବା କଲେ ଡାକ୍ତର ପୁଅ ଆଶୁତୋଷ ହୋତା। ଡାକ୍ତର ଆଶୁତୋଷ ହୋତା ଏ ଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରସଂଶା ସୁଅ ଛୁଟି ଥିଲା। କିଛି ଲୋକେ କହିଲେ ଏହା ହିଁ ପ୍ରକୃତ ଶ୍ରଦ୍ଧାଞ୍ଜଳି। ବର୍ତ୍ତମାନ ଡାକ୍ତର ଆଶୁତୋଷ କଟକ ବଡ଼ ଡ଼ାକ୍ତରଖାନାରେ ନାକ, ଗଳା ବିଭାଗ କାର୍ଯ୍ୟରତ ଅଛନ୍ତି।
ସୂଚନା ମୁତାବକ, ବୋଲଗଡ ବ୍ଲକ ଅନ୍ତର୍ଗତ ଆରିକମା ଗ୍ରାମରେ ଡାକ୍ତର ଆଶୁତୋଷ ହୋତା ଘର। ତାଙ୍କର ବାପାଙ୍କ ଆଜକୁ ଏକ ବର୍ଷ ତଳେ ମୁତ୍ୟୁ ହୋଇଥଲା। ତାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅରିକମା ଗ୍ରାମରେ ଅନୁଷ୍ଠିତ ହୋଇଥିଲା। ଏ ଅବସରରେ ଡାକ୍ତର ଆଶୁତୋଷ ହୋତା ବାପାଙ୍କ ପାଇଁ ପିଣ୍ଡ ଦାନ କରିବେଳେ ବାପା ସ୍ମୃତି ଚାରଣ ପାଇଁ ରୋଗୀମାନଙ୍କୁ ନିଜେ ଚିକିତ୍ସା କରିବା ଜଣାପଡିଛି। ଏହା ବିଭିନ୍ନ ମହଲରେ ପ୍ରସଂଶା କରାଯାଇଛି।