PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

୨୮ ବର୍ଷୀୟ ବିଧବା ବୋହୂକୁ ବିବାହ କଲେ ୭୦ ବର୍ଷୀୟ ଶ୍ବଶୂର, କାରଣ ଥିଲା ଏମିତି କିଛି…

ନୂଆଦିଲ୍ଲୀ : ୨୮ ବର୍ଷୀୟ ବୋହୂକୁ ମନ୍ଦିରରେ ବିବାହ କଲେ ୭୦ ବର୍ଷୀୟ ଶ୍ବଶୂର । ଉତ୍ତରପ୍ରଦେଶର ଗୋରଖପୁର ବାଦଲଗଞ୍ଜ କୋଟୱାଲି ଅଞ୍ଚଳର ଚାପିଆ ଉମ୍ରାଓ ଗାଁର ଏହି ଘଟଣା । ଏହି ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ବିବାହକୁ ନେଇ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଛି । ସୋସିଆଲ ମିଡିଆର ଖବର ଏବଂ ଫଟୋ ଉପରେ ବିଶ୍ବାସ କରି କୁହାଯାଉଛି ଯେ ୧୨ ବର୍ଷ ପୂର୍ବେ ଶ୍ୱଶୁର କୈଲାଶ ଯାଦବଙ୍କ ପତ୍ନୀଙ୍କର ଦେହାନ୍ତ ହୋଇଛି । ତାଙ୍କର ଚାରି ସନ୍ତାନ ଅଛନ୍ତି । ତେବେ ବୋହୂ ପୂଜା ହେଉଛନ୍ତି କୈଳାଶଙ୍କ ତୃତୀୟ ପୁଅଙ୍କ ପତ୍ନୀ । କିଛିଦିନ ପୂର୍ବରୁ କୈଳାଶଙ୍କ ତୃତୀୟ ପୁଅର ମୃତ୍ୟୁ ହୋଇସାରିଛି । ଖବର ଅନୁଯାୟୀ, ଉଭୟ ପାରସ୍ପରିକ ସହମତିରେ ବିବାହ କରିଛନ୍ତି ଏବଂ ପୂଜା ତାଙ୍କ ନୂତନ ସମ୍ପର୍କକୁ ନେଇ ଖୁସି ଅଛନ୍ତି ।

ଖବର ଅନୁଯାୟୀ, ବାଡହାଲଗଞ୍ଜ ଥାନାର ଚୌକିଦାର କୈଲାଶ ଯାଦବ ତାଙ୍କ ବୋହୂ ପୂଜାଙ୍କ ସହ ସାତ ଘେରା ନେଇ ବିବାହ କରିଛନ୍ତି । ଏହି ଅବସରରେ ଗ୍ରାମବାସୀଙ୍କ ସହ ତାଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ । ଏହି ବିବାହକୁ ନେଇ ସମଗ୍ର ଅଞ୍ଚଳରେ ଆଲୋଚନା ହେଉଛି । ଏନେଇ କିଛି ସ୍ଥାନୀୟ ଲୋକ କହିଛନ୍ତି ଯେ, ସ୍ୱାମୀଙ୍କ ମୃତ୍ୟୁ ପରେ ପୂଜା ଏକୁଟିଆ ଥିଲେ । ସେ ଅନ୍ୟ କାହା ସହିତ ବିବାହ କରିଥିଲେ, କିନ୍ତୁ ସେ ସେହି ପରିବାରକୁ ପସନ୍ଦ କରୁନଥିଲେ, ତେଣୁ ସେ ତାଙ୍କ ସ୍ୱାମୀଙ୍କ ଘରକୁ ଫେରିଥିଲେ । ଏଠାରେ ସେ ତାଙ୍କ ଶ୍ୱଶୁରଙ୍କୁ ବିବାହ କରିବାକୁ ରାଜି ହୋଇଥିଲେ ଏବଂ ସମାଜକୁ ଖାତିର ନକରି ଏହି ବିବାହ ହୋଇଥିଲା ।

ସମ୍ବନ୍ଧିତ ଖବର