PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ପାରିବାରିକ କଳହ : ଶ୍ବଶୁରକୁ ଛୁରୀ ଭୁସି ହତ୍ୟା କଲା ଜ୍ବାଇଁ

ଜଳେଶ୍ବର, ୧୬।୮  ପାରିବାରିକ କଳହକୁ ନେଇ ଶ୍ବଶୁରକୁ   ଛୁରୀ ଭୁସି ହତ୍ୟା କରିଛି ଜ୍ବାଇଁ। ଏପରିକି ଜ୍ବାଇର  ଆକ୍ରମଣରେ ଶାଶୂ  ଓ ଶାଳୀ ଗୁରୁତ୍ୱର ଜଳେଶ୍ୱର ଡାକ୍ତର ଖାନାରେ  ଭର୍ତ୍ତି  ହୋଇଛନ୍ତି। ମୃତକ ଜଣକ ହେଲେ ଶୁଶାନ୍ତ ମହୁରୀ ।

ଭୋଗରାଇ ଥାନା ଅଂଚଳର ଜାଗା ମୋହୁରୀ କମର୍ଦା ଥାନା  କୂଷୁଡ଼ା ଗ୍ରାମର ଶୁଶାନ୍ତ ମହୁରୀଙ୍କ ଝିଅକୁ ବିବାହ କରିଥିଲେ ।ତେବେ ଗତ ରାଖୀ ପୂର୍ଣ୍ଣମୀରେ ଜ୍ୱାଇଁ ଓ ଝିଅ ଶଶୁର ଘରକୁ ଆସିଥିଲା ବେଳେ ମଙ୍ଗଳବାର  କୌଣସି କଥାକୁ ନେଇ ପରିବାର ମଧ୍ୟରେ କଳହ ଦେଖା ଦେଇଥିଲା । ଜ୍ୱାଇଁ ଜାଗା ଦେହୁରୀ ଉତ୍ତ୍ୟକ୍ତ ହୋଇ ଏକ ଛୁରୀରେ ଶଶୁର ଶୁଶାନ୍ତଙ୍କୁ  ଆକ୍ରମଣ କରିଥିଲେ । ଛୁରୀଟି ଶୁଶାନ୍ତଙ୍କ ବେକ ପାଖରେ ପଶି ଯାଇ ଥିଲା । ଆକ୍ରମଣରେ ଶ୍ବଶୁର, ଶାଶୂ  ଓ ଶାଳୀ ଗୁରୁତର ହୋଇ ଥିଲେ। ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ  ଜଳେଶ୍ୱର ଜିକେଭଟ୍ଟର ହସ୍ପିଟାଲକୁ ଆଣିଥିଲା ବେଳେ ଡାକ୍ତର ସେଠାରେ ଶୁଶାନ୍ତଙ୍କୁ  ମୃତ ଘୋଷଣା କରିଥିଲେ।  ଶାଶୂ  ଗୌରୀଵାଳା ଓ ଶାଳୀ ସୁସ୍ମିତା ମହୁରୀ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ଜଳେଶ୍ୱର ପୋଲିସ ଘଟଣା ସ୍ଥଳରେ ପହଁଚି ମୃତଦେହ ଜବତ କରି ତଦନ୍ତ କରୁଛି।  ଅଭିଯୁକ୍ତ ଜଗା ମହୁରୀକୁ କମର୍ଦା  ପୋଲିସ ଅଟକ ରଖି ଘଟଣାର ତଦନ୍ତ କରୁଛି।