ବର୍ଷା ହେବାରୁ କୁଡିଆ ଭିତରେ ନେଇଥିଲେ ବାପା-ପୁଅ ଆଶ୍ରୟ , ବଜ୍ରପାତରେ ଚାଲିଗଲା ବାପାର ଜୀବନ

ଉମରକୋଟ, ୧୫।୬ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଧୀନ କୁରସି ପଂଚାୟତ ଜୁନାପାରା ଗ୍ରାମରେ ବଜ୍ରପାତରେ ବାପାର ମୃତ୍ୟୁ ଘଟିଥିବା ବେଳେ ପୁଅ ଅଳ୍ପକେ ବର୍ତ୍ତି ଯାଇଛି । ମୃତକ ଜଣକ ହେଲେ ଇଶ୍ବର ଗଣ୍ଡ।
ଉମରକୋଟ ବ୍ଲକ ଅଧୀନ କୁରସି ପଂଚାୟତ ଜୁନାପାରା ଗ୍ରାମର ଈଶ୍ୱର ଗଣ୍ଡ (୪୦) ନିଜ ୧୦ବର୍ଷ ବୟସ ର ପୁଅ ଙ୍କ ସହ ଚାଷ ଜମିକୁ ଯାଇଥିଲେ । ସେହି ସମୟ ରେ ହଠାତ କାଳବୈଶାଖୀ ପବନ ସହ ବର୍ଷା ଘଡଘଡି ହୋଇଥିଲା । ଫଳରେ ଈଶ୍ବର ଓ ତାଙ୍କ ପୁଅ ଜମି ଭିତରେ ଥିବା କୁଡ଼ିଆ ତଳେ ଆଶ୍ରୟ ନେଇଥିଲେ । ଏହି ସମୟରେ ବଜ୍ରପାତରେ ଇଶ୍ବରଙ୍କ ଅକାଳରେ ଜୀବନ ଯାଇଥିଲା ଏବଂ ତାଙ୍କ ପୁଅ ଅଳ୍ପକେ ବର୍ତ୍ତୀ ଯାଇଥିଲେ । ବାପାଙ୍କ ମୃତ୍ୟୁ ଖବର ପୁଅ ଘରେ ଆସି ଜଣାଇବାପରେ ପରିବାର ଲୋକେ ଏବଂ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।