ଭୁବନେଶ୍ବର, ୭।୫ : ଗିରଫ ହେଲେ ୪୨୦ ନକଲି ପୋଲିସ ବାପା ,ପୁଅ । କ୍ରିକେଟ ଟିକେଟ ନାଁରେ ୫୪ ହଜାର ଟଙ୍କା ଠକେଇ ଅଭିଯୋଗରେ ଗିରଫ ହେଲେ ବାପ-ପୁଅ । ଇନଷ୍ଟାଗ୍ରାମରେ ବାରବାଟୀ କ୍ରିକେଟ ମ୍ୟାଚ୍ ଟିକେଟ ବିକ୍ରି କରିବା ବାହାନାରେ ଯୁବତୀଙ୍କୁ ଠକେଇ କରିଥିଲେ। ଠକେଇ ନେଇ ଏୟାରଫିଲ୍ଡ ଥାନା ଅଭିଯୋଗ ପରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଅଶୋକ କୁମାର ଓଝା ଏବଂ ପୁଅ ଅମିତ କୁମାର ଓଝା। ଏହି ସୂଚନା ଦେଇଛନ୍ତି ଜୋନ ୨ ଏସିପୀ କୃଷ୍ଣଚନ୍ଦ୍ର ପଲେଇ।
ଓଲ୍ଡ ଟାଉନ ଅଞ୍ଚଳର ଜଣେ ଯୁବତୀଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଟିକେଟ ଦେବାକୁ କହି ଅଭିଯୁକ୍ତମାନେ ପ୍ରଲୋଭିତ କରିଥିଲେ। ଯୁବତୀ ସେମାନଙ୍କ କଥାରେ ବିଶ୍ୱାସ କରି ୫୪ ହଜାର ଟଙ୍କା ଅନଲାଇନ୍ ମାଧ୍ୟମରେ ପଠାଇଥିଲେ। କିନ୍ତୁ ଟଙ୍କା ପାଇବା ପରେ ଅଭିଯୁକ୍ତମାନେ ଟିକେଟ ନଦେଇ ଫୋନ୍ ବନ୍ଦ କରି ଲୁଚି ରହିଥିଲେ।ଏନେଇ ଥାନାରେ ଅଭିଯୋଗ ହେବା ପରେ ଏୟାରଫିଲ୍ଡ ପୋଲିସ ସାଇବର ସେଲ୍ ସହାୟତାରେ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାକ୍ କରିଥିଲା। ଏହି ଠକେଇ ଟଙ୍କା ଅଶୋକ ଓଝାଙ୍କ ଆକାଉଣ୍ଟକୁ ଯାଇଥିବା ଜଣାପଡିଥିଲା। ପୋଲିସ ତୁରନ୍ତ ଘଟଣାର ତଦନ୍ତ କରି ବାପା ଓ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଛି।ତଦନ୍ତ ସମୟରେ ଇନଷ୍ଟାଗ୍ରାମରେ ଅମିତ କୁମାର ଓଝା ନା ପରିବର୍ତ୍ତନ କରି ପୋଲିସ ଏସଆଇ ଫୋଟ ଦେଇଥିଲା । ଶେଷର ଜଣା ପଡ଼ିଛି ମିଛ ପୋଲିସ । ଗିରଫ ପରେ ଆଉ କାହାକୁ ଠକେଇ କରିଛି କି ନାହିଁ ସେ ଦିଗରେ ପୋଲିସ ତଦନ୍ତ କରୁଛି । ଆବଶ୍ୟକ ପଡିଲେ ରିମାଣ୍ଡ ରେ ଆସିବେ ଅଭିଯୁକ୍ତ ବାପ ପୁଅ ବୋଲି କହିଛନ୍ତି।