ଭୁବନେଶ୍ୱର ୦୩/୦୨: ସୁସ୍ଥ ରହିବ ପାଇଁ ଜଣେ ବ୍ୟକ୍ତିଙ୍କୁ ପର୍ଯ୍ୟାପ୍ତ ନିଦ ଆବଶ୍ୟକ । ବିଶେଷକରି ୭ରୁ  ୯ ଘଣ୍ଟା ଶୋଇବା ଦ୍ୱାରା ବ୍ୟକ୍ତି ସୁସ୍ଥ ରହିଥାନ୍ତି । ଏହାଠାରୁ କମ୍‌ ଶୋଇବା ଶରୀର  ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ଠିକ୍‌ ସେହିପରି ଏହାଠାରୁ ଅଧିକ   ଶୋଇବା ମଧ୍ୟ କ୍ଷତିକାରକ ହୋଇପାରେ ।   ସୁସ୍ଥ ରହିବା ପାଇଁ ଉପଯୁକ୍ତ ଖାଦ୍ୟପାନୀୟ ସହ ନିୟମିତ ବ୍ୟାୟାମ ଜରୁରି । ତା’  ସହିତ ଶାନ୍ତିରେ ଶୋଇବା ମଧ୍ୟ ଆବଶ୍ୟକ । ଯେପରି ଶରୀର ଉପରେ ଅନୁପଯୁକ୍ତ  ଖାଦ୍ୟପାନୀୟର ନକାରାତ୍ମକ ପ୍ରଭାବ ପଡିଥାଏ । ଠିକ୍‌ ସେମିତି ନିଦ ନ ହେବାର  ପ୍ରଭାବ ମଧ୍ୟ ପଡିଥାଏ । ସେଥିପାଇଁ ବିଶେଷଜ୍ଞମାନେ ଆବଶ୍ୟକ ନିଦ ପୁର କରିବା  ପାଇଁ ପରାମର୍ଶ ଦେଇଥାନ୍ତି । ବିଶେଷକରି ୨୬ ବର୍ଷରୁ ଅଧିକ ବୟସ୍କମାନଙ୍କ ପାଇଁ  ରାତିରେ ୭ରୁ ୯ ଘଣ୍ଟା ଭିତରେ ଶୋଇବା ଜରୁରି । 

ଅବଶ୍ୟ ଅନେକ କାରଣରୁ କିଛି ଲୋକ  ନିଦ ପୂରଣ କରିପାରି ନଥାନ୍ତି, ଯାହା  ଶରୀର ପାଇଁ ଆଦୌ ଠିକ୍‌ ନୁହେଁ ।  ଯେମିତି କମ୍‌ ଶୋଇବା କ୍ଷତିକାରକ ହୋଇଥାଏ । ଠିକ୍‌ ସେମିତି ଅଧିକ  ଶୋଇବା ମଧ୍ୟ । ପ୍ରାୟ ଲୋକ ଥକାପଣ  ମେଣ୍ଟାଇବା ପାଇଁ ଅଧିକ ଶୋଇଥାନ୍ତି ।  କିନ୍ତୁ ବୁଝିବା ଦରକାର ଆବଶ୍ୟକଠାରୁ ଅଧିକ ନିଦ ସମସ୍ୟା ଆଣିପାରେ । 

ହୃଦ୍‌ଘାତ: ଅଧିକ ଶୋଇବା ଦ୍ୱାରା ହୃଦ୍‌ଘାତର ଆଶଙ୍କା ବଢିଥାଏ । ଗବେଷଣାରୁ   ଜଣାପଡିଛି ଯେ ୧୦ ଘଣ୍ଟାରୁ ଅଧିକ ଶୋଇବା ଦ୍ୱାରା ଷ୍ଟ୍ରୋକ୍‌ଜନିତ ମୃତ୍ୟୁର ଆଶଙ୍କା  ୫୬ ପ୍ରତିଶତ ହୋଇଥିବା ବେଳେ ୪୯ ପ୍ରତିଶତ ହୃଦ୍‌ଘାତ ମୃତ୍ୟୁ ହୋଇଥାଏ ।  

ଅବସାଦ: ଅଧିକ ଶୋଇବା ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ବା ଅବସାଦ  ଆସିପାରେ । ପ୍ରାୟତଃ ଅବସାଦଗ୍ରସ୍ତ ଲୋକମାନେ ଅନିଦ୍ରା ସହ ଲଢୁଥାନ୍ତି । ତଥାପି  ୧୫ ପ୍ରତିଶତ ଲୋକ ଅଧିକ ଶୋଇଥାନ୍ତି ।  

ଟାଇପ୍‌- ୨ ମଧୁମେହ: ଅଧିକ ଶୋଇବା ଦ୍ୱାରା ଟଇପ୍‌-୨ ମଧୁମେହ ଆଶଙ୍କା   ବଢିଥାଏ । ଅଧିକ ଶୋଇବା ଦ୍ୱାରା ମଧୁମେହ ବା ଇମ୍ପ୍ରୁପଡ୍‌ ଗ୍ଲେକୋଜ୍‌ ସେନ୍‌ସିଭିଟି  ବିକଶିତ ହେବାର ଆଶଙ୍କା ରହିଥାଏ । ୮ ଘଣ୍ଟାରୁ ଅଧିକ ଶୋଇବା ଦ୍ୱାରା ଏହି  ଆଶଙ୍କା ୨.୫ ଗୁଣା ବଢିଥାଏ ।  

ପ୍ରଜନନ କ୍ଷମତା କମେ: ଅପର୍ଯ୍ୟାପ୍ତ ନିଦ ବ୍ୟକ୍ତିର ପ୍ରଜନନ କ୍ଷମତାକୁ କମ୍‌  କରିଥାଏ । କିନ୍ତୁ ପ୍ରାୟ ଲୋକ ଏହା ଜାଣନ୍ତି ନାହିଁ । ଗବେଷଣାରୁ ଜଣାପଡିଛି ଯେ  ଅଧିକ ଶୋଇବା ଦ୍ୱାରା ମହିଳାମାନେ ଗର୍ଭବତୀ ହେବାର ଆଶଙ୍କା କମ୍‌ ରହିଥାଏ ।   

ଓଜନ ବଢିବା: ୧୦ ଘଣ୍ଟାରୁ ଅଧିକ ଶୋଇବା ଦ୍ୱାରା ଓଜନ ବଢିବାର ଆଶଙ୍କା   ବଢିଥାଏ । ରାତିରେ ଅଧିକ ଶୋଇବା ସହ ଦିନରେ ଅଧିକ ସମୟ ବସିବା ଓ ଶାରୀରିକ ସକ୍ରିୟତା କମିବା ଯୋଗୁ ଓଜନ ବଢିବାର ଆଶଙ୍କା ରହିଥାଏ ।