PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ: ରେଞ୍ଜରଙ୍କ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ, ବଡ଼ମ୍ବା ରେଞ୍ଜରଙ୍କ ସମେତ ୧୫ ଅଟକ
  • ||
  • ଭୁବନେଶ୍ୱର: ଥଣ୍ଡା ଜ୍ୱରରେ ରାଜ୍ୟ କଲବଲ: ପୀଡ଼ିତ ଶିଶୁଙ୍କ ସଂଖ୍ୟା ୩ଗୁଣ ବଢ଼ିଛି, ଚିନ୍ତାରେ ଅଭିଭାବକ
  • ||
  • ଭୁବନେଶ୍ୱର: ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ବୋମାମାଡ଼, ଜଣେ ଅଟକ
  • ||
  • ଭୁବନେଶ୍ୱର: ସରିଲା ଖଣ୍ଡଗିରି କୁମ୍ଭମେଳା, ଫେରିଲେ ସାଧୁସନ୍ଥ
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ତ୍ରୀବତା ଥିଲା ୭.୮
  • ||

ଭାଷା ଯୋଦ୍ଧା ସମ୍ବର୍ଦ୍ଧିତ : ସରକାର ତୁରନ୍ତ ନିୟମାବଳୀ ପ୍ରଣୟନ କରନ୍ତୁ

ଭୁବନେଶ୍ୱର,୩୦ା୧(ବ୍ୟୁରୋ): ‘ଓଡ଼ିଆରେ ଓଡ଼ିଶାର ଶାସନ, ଖୀଲାପକାରୀଙ୍କୁ ଦଣ୍ଡ ବିଧାନ’, ଦାବିରେ ଭାଷା ଆନ୍ଦୋଳନ ଓଡ଼ିଶାର ୮୭୮ ଦିନ ଆନ୍ଦୋଳନ ପରେ ୧୯, ସେପ୍ଟେମ୍ବର ୨୦୧୮ଦିନ ବିଧାନସଭାରେ ସରକାର ଭାଷା ଆଇନ୍‌ ସଂଶୋଧନ କରି ଦଣ୍ଡ ବିଧାନ ପାଇଁ ବିଧେୟକ ପାରିତ କରିଛନ୍ତି । ଏହି ପ୍ରରିପେକ୍ଷୀରେ ଭାଷା ଆନ୍ଦୋଳନର କଳାପତକା ଅଭିଯାନର ପରିସମାପ୍ତି ହେଲା ବୋଲି ଘୋଷଣା ହୋଇଥିଲା । ସରକାର ତୁରନ୍ତ ନିୟମାବଳୀ ପ୍ରଣୟନ କରି ଓଡ଼ିଆ ଭାଷାରେ ଓଡ଼ିଶା ଶାସନ ଚଲାଇବା ଲାଗି ସମସ୍ତ ଦ୍ୱାର ଉନ୍ମୁକ୍ତ କରନ୍ତୁ ବୋଲି ଦାବି କରାଯାଇଥିଲା । ଏହି ଅଭିଯାନରେ ସାମିଲ ସମସ୍ତ ଭାଷା ଯୋଦ୍ଧାଙ୍କୁ ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜୟଦେବ ଭବନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସମସ୍ତ ଭାଷା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଭାଷା ଆନ୍ଦୋଳନ ମୁଖପତ୍ର-୨ ଉନ୍ମୋଚିତ ହୋଇଥିଲା ।
ସଭାରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭଟନାଥ ମଙ୍ଗରାଜ ଓ ସୋମନାଥ ପାତ୍ର ଯୋଗଦେଇ ଭାଷା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସଭାପତି ପ୍ରଦୁମ୍ନ ଶତପଥୀ ଭାଷା ଆନ୍ଦୋଳନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିବାବେଳେ ଆବାହକ ପବିତ୍ର ମହାରଥା ଭାଷା ଆନ୍ଦୋଳନର ଆରମ୍ଭ, ଜିଲ୍ଲାସ୍ତରକୁ ବ୍ୟାପିବା ଏବଂ ସରକାରଙ୍କ ନଥିପତ୍ର ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ । ଏଥିପାଇଁ ସରକାର ତୁରନ୍ତ ନୀୟମାବଳୀ ପ୍ରଣୟନ କରନ୍ତୁ ବୋଲି ସେ ଆହ୍ୱାନ ଦେଇଥିଲେ । ଆନ୍ଦୋଳନରରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣଥିଲା । ସେଥିପାଇଁ ‘ପ୍ରମେୟ’, ‘ନ୍ୟୁଜ-୭’ ସମେତ ଅନ୍ୟ ଗଣମାଧ୍ୟମକୁ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାରେ ଅନ୍ୟମାନଙ୍କ ମଧ୍ୟରେ ଭାଷା ଆନ୍ଦୋଳନର ଅଧ୍ୟକ୍ଷ ଚକ୍ରଧର ମହନ୍ତ, ଜାନକୀଶ ବଡ଼ପଣ୍ଡା, ନବ କିଶୋର ପ୍ରଧାନ, ଜୟପ୍ରକାଶ ମିଶ୍ର, ‘ନ୍ୟୁଜ୍‌-୭’ର ଇନ୍‌ପୁଟ୍‌ ଏଡିଟର୍‌ ଦେବ ରଞ୍ଜନ ସେଠୀ, ସମ୍ବଲପୁର ଭାଷା ଆନ୍ଦୋଳନର ସଭାପତି କଳାରତ୍ନ ବଂଶୀଧର କର, ବ୍ରହ୍ମପୁର ଆବାହକ ସାଗର ରଞ୍ଜନ ତ୍ରିପାଠୀ, ତୁମୁଡ଼ିବନ୍ଧର ହଟେଶ ମଣ୍ଡଳ ପ୍ରମୁଖ ଯୋଗ ଦେଇଥିଲେ ।