PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ, ଶପଥ ପାଠ କରାଇଲେ ରାଜ୍ୟପାଳ
  • ||
  • ଦେବେନ୍ଦ୍ର ଫଡନବିସ୍ ହେବେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ , ଟ୍ୱିଟ୍‌ କରି ସୂଚନା ଦେଲେ ଜେପି ନଡ୍ଡା
  • ||
  • ପୁଣି ଭୁବନେଶ୍ୱରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ, କୋଭିଡ୍ ସଂକ୍ରମଣ ବଢ଼ିବାରୁ କଟକଣା ଜାରି । ମଲ୍ , ଦୋକାନ, ସରକାରୀ ଓ ଘରୋଇ ଅଫିସରେ କଟକଣା ପାଳନ ନିର୍ଦ୍ଦେଶ। ସର୍ବସାଧାରଣ ସ୍ଥାନରେ ୨ ମିଟର ସାମାଜିକ ଦୂରତା ନିର୍ଦ୍ଦେଶ
  • ||
  • ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ , ପ୍ରେସ୍‌ମିଟ୍‌ରେ ଦେବେନ୍ଦ୍ର ଫଡନବିସ୍‌ଙ୍କ ଘୋଷଣା
  • ||
  • ପୁରୀ : ଅଟକିଛି ପେଟା ନାଳର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ନାଳ ଭିତରେ ପଶି ପ୍ରତିବାଦ କଲେ ମହମ୍ମଦ ମୋକିମ୍
  • ||
  • ପୁରୀ : ରଥଯାତ୍ରା ପାଇଁ ସ୍ଵାସ୍ଥ୍ୟ ବିଭାଗର ସ୍ଵତନ୍ତ୍ର ବ୍ୟବସ୍ଥା, କୋଭିଡ୍ ପାଇଁ ପ୍ରସ୍ତୁତ ଅଛି ସ୍ଵତନ୍ତ୍ର ବେଡ୍
  • ||
  • ମୋରଡ଼ା : ମୋରଡ଼ାରେ ଥମୁନି ହାତୀ ଉପଦ୍ରବ, ଦନ୍ତା ଆକ୍ରମଣରେ ୨ ମୃତ
  • ||
  • ପୁରୀ : ରଥଖଳାକୁ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ଵାର ସମ୍ମୁଖକୁ ଆସିବେ ୩ ରଥ
  • ||
  • ପୁରୀ : ରଥଯାତ୍ରା ପାଇଁ ଟ୍ରାଫିକ୍ ଓ ପାର୍କିଂ ବ୍ୟବସ୍ଥା, ମାଳତିପାଟପୁର ବସଷ୍ଟାଣ୍ଡରେ ରହିବେ ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀବାହି ବସ୍
  • ||
  • ଭୁବନେଶ୍ଵର : ବିଏମସିର ଡ୍ରାଇ ଡେ ପାଳନ, ମଶା ବଂଶ ବୃଦ୍ଧିକୁ ନାଶ କରିବାକୁ ରାଜଧାନୀବାସୀଙ୍କୁ ଆହ୍ଵାନ କଲେ ବିଏମସି କମିଶନର
  • ||
  • ଭୁବନେଶ୍ଵର : କଂଗ୍ରେସକୁ ଝଟ୍‌କା, ଦଳର ସମ୍ପାଦକ ପଦରୁ ଇସ୍ତଫା ଦେଲେ ମହମ୍ମଦ ମୋକିମ୍
  • ||

ପ୍ରମେୟ, ନ୍ୟୁଜ୍‌-୭ ପକ୍ଷରୁ ମାଟ୍ରିକ ସୁପର ଟପର୍ସଙ୍କୁ ସମ୍ବର୍ଦ୍ଧନା

ସମ୍ବଲପୁର,୨୫ା୫(ବ୍ୟୁରୋ): ମାଟ୍ରିକ୍‌ ପରେ ଜୀବନକୁ ଗଢ଼ିବାର ପ୍ରକୃତ ପାହାଚ ଆସିଥାଏ । ଜୀବନରେ କ’ଣ କରିବାର ଅଛି ସେହି ପ୍ରଶ୍ନ ଏଇଠୁ ଉଠେ । ତେଣୁ ଭବିଷ୍ୟତରେ ନିଜକୁ କେମିତି ଦେଖିବାକୁ ଚାହୁଁଛ, ଜୀବନର ଲକ୍ଷ୍ୟ କ’ଣ ତାହା ସୁନିଶ୍ଚିତ କରି ଆଗକୁ ବଢ଼ିଲେ ସଫଳତା ସୁନିଶ୍ଚିତ । ଦୃଢ଼ ସଂକଳ୍ପ ନେଇ କାମ କଲେ ସବୁ କିଛି ସମ୍ଭବ । ‘ପ୍ରମେୟ’ ପକ୍ଷରୁ ଚଳିତ ମାଟ୍ରିକ୍‌ ପରୀକ୍ଷାରେ ୯୦ ପ୍ରତିଶତରୁ ଉଦ୍ଧ୍ୱର୍ ମାର୍କ ରଖି ଏ-୧ ଗ୍ରେଡ୍‌ ପାଇଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସମ୍ବଲପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସଂଜୀବ ଆରୋରା ଏହା କହିଛନ୍ତି ।

‘ପ୍ରମେୟ’ ସମ୍ବଲପୁର ସଂସ୍କରଣ ମୁଖ୍ୟ ଶ୍ୱେତକୁମାର ପ୍ରଧାନଙ୍କ ପୌରୋହିତ୍ୟରେ ସ୍ଥାନୀୟ ଜିଲ୍ଲା ପ୍ରେକ୍ଷାଳୟ ‘ତପସ୍ୱିନୀ’ ଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମରେ ସମ୍ବଲପୁର ଏସ୍‌ପି ଶ୍ରୀ ଆରୋରା ମୁଖ୍ୟଅତିଥି, ସମ୍ବଲପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁକାନ୍ତ କୁମାର ତ୍ରିପାଠୀ ଏବଂ ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରକାଶ ଯୋଶୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ମୁଖ୍ୟଅତିଥି ଶ୍ରୀ ଆରୋରା ତାଙ୍କ ଉଦ୍‌ବୋଧନରେ ମେଧାବୀଙ୍କୁ ଉତ୍ସାହିତ କରିବା ପାଇଁ ‘ପ୍ରମେୟ’ ର ପ୍ରୟାସକୁ ପ୍ରଶଂସା କରିଥିଲେ । ଓଡ଼ିଶାରେ ଟାଲେଣ୍ଟର ଅଭାବ ନାହିଁ । କିନ୍ତୁ ଜୀବନରେ କ’ଣ କରିବାର ଅଛି ତାହାକୁ ଠିକ୍‌ ସମୟରେ ଛାତ୍ରଛାତ୍ରୀ ଜାଣିପାରିନଥାନ୍ତି । ଯେଉଁଥି ପାଇଁ ସେମାନଙ୍କୁ ଉପଯୁକ୍ତ ଦିଗଦର୍ଶନ ଆବଶ୍ୟକତା ରହିଛି । ପିଲାର ରୁଚିକୁ ଦେଖି ଅଭିଭାବକ ଏବଂ ଶିକ୍ଷକଙ୍କ ପକ୍ଷରୁ ପ୍ରୋତ୍ସାହନ ମିଳିବା ଦରକାର ବୋଲି ସେ କହିଥିଲେ ।
ପିଡି ଡିଆରଡିଏ ଶ୍ରୀ ତ୍ରିପାଠୀ ତାଙ୍କ ବକ୍ତବ୍ୟରେ ମାଟ୍ରିକ୍‌ ପରୀକ୍ଷା ଜୀବନର ମୂଳଦୁଆ ବୋଲି ଅଭିହିତ କରି କୃତୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ଅନ୍ୟତମ ଅତିଥି ବରଗଡ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଯୋଶୀ ତାଙ୍କ ଅଭିଭାଷଣରେ ଛାତ୍ରଛାତ୍ରୀଙ୍କୁ ମାନବ ସମ୍ବଳର ଏକ ବିନ୍ଦୁ ଭାବେ ବିବେଚିତ କରି ତାର ବିକାଶ ପାଇଁ ସବୁ ସ୍ତରରୁ ଉଦ୍ୟମ ଏବଂ ସହଯୋଗ ମିଳିବା ଆବଶ୍ୟକ ବୋଲି କହିଥିଲେ ।

‘ପ୍ରମେୟ’ ସମ୍ବଲପୁର ସଂସ୍କରଣର ମୁଖ୍ୟ ଶ୍ରୀ ପ୍ରଧାନ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନର ଆଭିମୁଖ୍ୟ ଉପରେ ଆଲୋକପାତ କରି ‘ପ୍ରମେୟ’ର ପ୍ରତିଷ୍ଠାତା ପ୍ରଫେସର ଡ. ମନୋଜ ନାୟକଙ୍କ ଶିକ୍ଷା ପ୍ରତି ବିଶେଷ ଦୁର୍ବଳତା ରହିଛି, ତେଣୁ ଶିକ୍ଷାର ବିକାଶ ସେ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି । ସେହିପରି ‘ପ୍ରମେୟ’ ପକ୍ଷରୁ ଶିକ୍ଷାର ବିକାଶ ପାଇଁ ମାଟ୍ରିକ୍‌ ଗାଇଡ୍‌, ଶିକ୍ଷା ପ୍ଲସ୍‌ ଆଦି ପ୍ରକାଶ ପରମ୍ପରା ଉପରେ ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ । ‘ପ୍ରମେୟ’ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଆୟୋଜନ ଦ୍ୱାରା ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସ।।ହନ ମିଳିବା ସହ ସେମାନଙ୍କୁ ନିଶ୍ଚିତ ଭାବେ ଆଗକୁ ବଢ଼ିବାରେ ପ୍ରେରଣ ଦେବ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ । ସୋଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡ. ଦିଲ୍ଲୀପ କୁମାର ଭୁକ୍ତା ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ଗଢ଼ିବାର କେତେକ ମୂଳମନ୍ତ୍ର ଦେଇଥିଲେ । ସୋଆ ପକ୍ଷରୁ ଅନ୍ୟତମ ପ୍ରତିନିଧି ଭାବେ ସନ୍ତୋଷ କୁମାର ଦଳବେହେରା ଯୋଗଦେଇଥିଲେ ।

ସେହିଭଳି କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗୀ ସଂସ୍ଥା ଥିବା ବୈଦିକ୍‌ କଲେଜର ଚେୟାରମ୍ୟାନ ଆନନ୍ଦ ଅଗ୍ରୱାଲ୍‌, ବିକାଶ ଗ୍ରୁପ୍‌ ଅପ୍‌ ଇନ୍‌ଷ୍ଟିଚ୍ୟୁସନ୍‌ ପକ୍ଷରୁ ବିକାଶ କଲେଜ ଅଧ୍ୟକ୍ଷ ସଞ୍ଜୀବ ବାବୁ, ନ୍ୟୁଟନ୍‌ ସାଇନ୍ସ କଲେଜ ଅଧ୍ୟକ୍ଷ ତେଜରାଜ ପାତ୍ର ଏବଂ ପ୍ରତିନିଧି ପ୍ରତାପ ଚନ୍ଦ୍ର ବେହେରା, ଏମ୍ସ କଲେଜ ଅଧ୍ୟକ୍ଷ ଡ. ଉଦ୍ଧବ ପାତ୍ର ପ୍ରମୁଖ ମଧ୍ୟ ଯୋଗଦେଇଥିଲେ । ଏ ଅବସରରେ ସମ୍ବଲପୁର, ବରଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଲାର ମାଟ୍ରିକ୍‌ ଏ-୧’ ଗ୍ରେଡ୍‌ ଧାରୀ ଛାତ୍ରଛାତ୍ରୀଙ୍କୁ ସାଟିଫିକେଟ୍‌ ଏବଂ ମେଡାଲ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହ ସଂପୃକ୍ତ ମେଧାବୀ ଛାତ୍ରଛାତ୍ରୀଙ୍କୁ ଗଢ଼ି ତୋଳିବାରେ ଅନନ୍ୟ ଭୂମିକା ନିର୍ବାହ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ‘ପ୍ରମେୟ’ ସମ୍ବଲପୁର ଜିଲ୍ଲା ପ୍ରତିନିଧି ଜ୍ଞାନବ୍ରତ ଭୋଇ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଝାରସୁଗୁଡା ଜିଲ୍ଳା ପ୍ରତିନିଧି ମେହେବୁବ୍‌ ମେହତାବ୍‌ ଧନ୍ୟବାଦ ଅର୍ପଣ କରିଥିଲେ । ବରଗଡ଼ ଜିଲ୍ଲା ପ୍ରତିନିଧି ଲଲାଟେନ୍ଦୁ ଦାଶ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିଜ୍ଞାପନ ବିଭାଗର ଆଲୋକ ଗୁରୁ ଏବଂ ରାମଲୋଚନ ଚକ୍ରଧାରୀ, ସାଗର ବିଶ୍ୱାସ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏଥିରେ ‘ପ୍ରମେୟ’ ପରିବାରର ସବୁ କର୍ମଚାରୀ ସହଯୋଗ କରିଥିଲେ ।

‘ସ୍ୱାର୍ଥପର ହୁଅନି, ଭଲ କାମ କର’

ବାଲେଶ୍ୱର,୨୫ା୫(ସ୍ୱ.ପ୍ର୍ର): ଏତିକିରେ ଅଟକି ଯାଅନି । ପରିଶ୍ରମ ଜାରି ରଖ । ଆହୁରି କଠୋର ପରିଶ୍ରମ କର । ସଫଳତା ନିଶ୍ଚୟ ମିଳିବ । ଜୀବନରେ ଆଦୌ ସ୍ୱାର୍ଥପର ହୁଅନି । ପାଠ ପଢ଼ି ଅଧିକ ରୋଜଗାର କରିବା ପ୍ରତିଯୋଗିତାରୁ ଦୂରେଇ ରୁହ । ଜଣେ ଜଣେ ଭଲ ମଣିଷ ହୁଅ । ସମାଜ ପାଇଁ କିଛି ଭଲ କାମ କର ବୋଲି ବାଲେଶ୍ୱର ଉପଜିଲ୍ଲାପାଳ ନିଲୁ ମହାପାତ୍ର କହିଛନ୍ତି ।

ପ୍ରମେୟ ଓ ନ୍ୟୁଜ୍‌-୭ ପକ୍ଷରୁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ମାଟ୍ରିକ୍‌ ଏ-୧ ଗ୍ରେଡଧାରୀ ଛାତ୍ରଛାତ୍ରୀଙ୍କୁ ନେଇ ମେଧାବୀ ସମ୍ବର୍ଦ୍ଧନା ଉତ୍ସବ ଆଜି ବାଲେଶ୍ୱର ଝାଡ଼େଶ୍ୱର ଗ୍ରୁପ ଅଫ୍‌ ଇନଷ୍ଟିଚ୍ୟୁଟ ପରିସରରେ ଆୟୋଜିତ ହୋଇଥିଲା । ଏହି ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଶ୍ରୀ ମହାପାତ୍ର ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ସେ କହିଥିଲେ, ଛାତ୍ରଛାତ୍ରୀ ହେଉଛନ୍ତି ଆଗାମୀ ଭାରତର ଭବିଷ୍ୟତ । ଦେଶର ଭବିଷ୍ୟତ ସୁଦୃଢ଼ କରିବାକୁ ହେଲେ ଶିକ୍ଷାର ବିକାଶ ହେବା ଉଚିତ । ଏ କ୍ଷେତ୍ରରେ ସଫଳତା ପାଇଁ ତୁମେମାନେ ଅକ୍ଳାନ୍ତ ପରିଶ୍ରମ କର । ନିଜ ପରିଚୟ ନିଜେ ସୃଷ୍ଟି କର । ଭଲ ସମାଜ ଗଠନରେ ଜଣେ ଜଣେ ଦକ୍ଷ ବିନ୍ଧାଣୀ ହୁଅ ଏବଂ ସକାରାତ୍ମକ ମନୋଭାବ ନେଇ ଆଗକୁ ବଢ଼ି ଚାଲ ।

ଆଜି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ “ପ୍ରମେୟ’ ଉତ୍ତର ଓଡ଼ିଶା ସଂସ୍କରଣ ମୁଖ୍ୟ ବଳରାମ ପାଢ଼ୀ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟବକ୍ତା ଭାବେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପ୍ରଫେସର ମନୋରଞ୍ଜନ ପାତ୍ର ମେଧାବୀଙ୍କ ସଫଳତା ନେଇ ଶିକ୍ଷାନୁଷ୍ଠାନର ପରିବେଶ, ଅଧ୍ୟାପକ/ଅଧ୍ୟାପିକାଙ୍କ ଶିକ୍ଷାଦାନର ପଦ୍ଧତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି କହିଥିଲେ । ଅନ୍ୟତମ ଅତିଥି ତଥା ଝାଡ଼େଶ୍ୱର ଇଞ୍ଜିନିୟରିଂ ଯୁକ୍ତ ଦୁଇ ବିଜ୍ଞାନ କଲେଜ ଅଧ୍ୟକ୍ଷ ଡ. ଏଲ.ଡି. ନାୟକ ଛାତ୍ରଛାତ୍ରୀଙ୍କୁ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ ।

ଛାତ୍ରଛାତ୍ରୀମାନେ ନିଜ ସଫଳତାକୁ ନେଇ ଗର୍ବ କରନି । ଯେତେ ବଡ଼ ହେଲେ ବି ଗାଁକୁ ଭୁଲନି ବୋଲି ସୁଲଗ୍ନା କଲେଜ ନିର୍ଦ୍ଦେଶକ ଘନଶ୍ୟାମ ବିଶ୍ୱାଳ କହିଥିଲେ । ଅନ୍ୟତମ ଅତିଥି ରୂପେ ଅଗ୍ନି ଡେଣା ବିଜ୍ଞାନ ପ୍ରତିକାର ସମ୍ପାଦକ ତଥା ନିଷ୍ଟ୍‌ର ଅଧ୍ୟକ୍ଷ ଡ. ପଙ୍କଜ କୁମାର ଜେନା ଛାତ୍ରଛାତ୍ରୀଙ୍କୁ ସ୍ୱାର୍ଥପର ନ ହେବା ପାଇଁ ଆହ୍ୱାନ ଦେଇଥିଲେ । ଯେତେ ସଫଳତା ହାସଲ କଲେ ମଧ୍ୟ ନିଜ ଜନ୍ମମାଟି, ବାପା ମାଆଙ୍କ ସେବାରୁ ବିରତ ନହେବାକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ବକ୍ତା ଭାବେ ଝାଡ଼େଶ୍ୱର କଲେଜ ଇଂରାଜି ଅଧ୍ୟାପକ ଅଜୟ କୁମାର ପଣ୍ଡା ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମୀ ସହ ଅଧିକ ଜିଜ୍ଞାସୁ ହେବା ପାଇଁ କହିଥିଲେ । “ପ୍ରମେୟ’ ଭୁବନେଶ୍ୱରର ପ୍ରସାର ବିଭାଗ ଉପପ୍ରବନ୍ଧକ ରମାକାନ୍ତ ମଲ୍ଲିକ୍‌ ଯୋଗ ଦେଇ ଚାପମୁକ୍ତ ହୋଇ ଅଧ୍ୟୟନ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଶେଷରେ ଉଭୟ ଜିଲ୍ଲାର ଏ-୧ ଛାତ୍ରଛାତ୍ରୀଙ୍କୁ ମାନପତ୍ର, ମେଡାଲ ସମେତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ଝାଡ଼େଶ୍ୱର ଯୁକ୍ତ ୨ ବିଜ୍ଞାନ ଆବାସିକ ମହାବିଦ୍ୟାଳୟ, ନ୍ୟୁଟନିଆନ ଯୁକ୍ତ ୨ ବିଜ୍ଞାନ ଆବାସିକ ମହାବିଦ୍ୟାଳୟ, ସୁଲଗ୍ନା ଯୁକ୍ତ ୨ ବିଜ୍ଞାନ ଆବାସିକ ମହାବିଦ୍ୟାଳୟ, ସୋରର ଶ୍ରୀରାମ ଯୁକ୍ତ ୨ ଅବାସିକ ବିଜ୍ଞାନ ମହାବିଦ୍ୟାଳୟ ପ୍ରାୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରମେୟ ଡେସ୍କ ଇନ ଚାର୍ଜ ପ୍ରଭାତ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସ୍ୱତନ୍ତ୍ର ପ୍ରତିନିଧି ଆଲୋକ ବାରିକ୍‌ ଧନ୍ୟବାଦ ଅର୍ପଣ କରିଥିଲେ । ଆଞ୍ଚଳିକ ପ୍ରବନ୍ଧକ ବିଶ୍ୱରୂପ ପରିଡ଼ା, ବିଜ୍ଞାପନ ଅଧିକାରୀ ଧ୍ରୁତି ସୁନ୍ଦର ପଣ୍ଡା ଓ ମନୋରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ସମ୍ବନ୍ଧିତ ଖବର