ପ୍ରମୁଖ ଖବର
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||
  • ଆହୁରି ଜଳିବ ଓଡ଼ିଶା, ମେ’ ୪ ଯାଏଁ ନିସ୍ତାର ଆଶା କମ୍‌': ଆଜିଠାରୁ ଭୀଷଣ ତାତି ମାଡ଼,୧୯ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଅସଦାଚରଣ କରୁଥିବା ସମ୍ପାଦକଙ୍କୁ ହତ୍ୟା କଲେ ମହିଳା ସାମ୍ବାଦିକ

ଥାନେ ୧୯।୩: ଇଣ୍ଡିଆ ଅନବାଉଣ୍ଡର ସମ୍ପାଦକ ନିତ୍ୟାନନ୍ଦ ପାଣ୍ଡେଙ୍କ ହତ୍ୟା ଘଟଣା ଏବେ ପଦାକୁ ଆସିଛି। ପୁଲିସ ଏହି ମାମଲାରେ ଜଣେ ଇଣ୍ଟର୍ଣ୍ଣ ମହିଳା ସାମ୍ବାଦିକ ସମେତ ଏକ ଅନ୍ୟ କର୍ମଚାରୀକୁ ଗିରଫ କରିଛି। ନିତ୍ୟାନନ୍ଦ ପାଣ୍ଡେର ଶବ ଭେଣ୍ଡି  ସ୍ଥିତ ଖରବୁର ଖାର୍ଡ଼ି ଗାଁର ଏକ ନାଳ ପାଖରୁ ମିଳିଛି।  ପାଣ୍ଡେ ୧୫ମାର୍ଚ୍ଚରୁ ହିଁ ଗାଏବ ଥିଲା। ଏଥିପାଇଁ ପାଣ୍ଡେର ପରିବାର ଲୋକ କାଶୀମୀରା ଥାନାରେ ହଜିଯାଇଥିବା ନେଇ ଏକ ଅଭିଯୋଗ କରିଛନ୍ତି।  

ପୁଲିସ ଅଧୀକ୍ଷକ ଶିବାଜୀ ରାଠୋର କହିଛନ୍ତି, ଗତ ଦୁଇ ବର୍ଷ ହେଲା ପାଣ୍ଡେ ମହିଳା ଜଣଙ୍କୁ ଦୁଷ୍ମର୍ମ କରିଆସୁଥିଲେ। ଯାଞ୍ଚକୁ ଆଧାର କରି ଇଣ୍ଟର୍ନସିପ୍ କରୁଥିବା ସାମ୍ବାଦିକ ମହିଳା ଓ ପ୍ରିଟିଙ୍ଗ୍ ପ୍ରେସ ଚଲାଉଥିବା ଉମା ଶଙ୍କର ମିଶ୍ରକୁ ଗିରଫ କରିଛି।  ପୂର୍ବରୁ ଏହି ପ୍ରିଟିଙ୍ଗ୍ ପ୍ରେସରେ ପାଣ୍ଡେର ପତ୍ରିକା ପ୍ରକାଶିତ ହେଉଥିଲା। ମହିଳା ସାମ୍ବାଦିକ ଜଣକ ତିନି ବର୍ଷ ହେଲା ପାଣ୍ଡେ ସହିତ କାମ କରୁଥିଲା।

ମହିଳା ସାମ୍ବାଦିକଙ୍କ କହିବାନୁସାରେ, ଦୁଇ ବର୍ଷ ହେଲା ଯୈାନ ନିର୍ଯ୍ୟାତନାର ସାମ୍ନା କରୁଥିଲେ । ଏହି କାରଣରୁ ମହିଳାଜଣଙ୍କ ଉମା ଶଙ୍କର ସହ ସମ୍ପାଦକକୁ ଜୀବନରୁ ମାରି ଦେବାକୁ ଚେ​‌ଷ୍ଟା କରିଥିଲେ।  ପ୍ରାରମ୍ଭରୁ ହୋଇଥିବା ଯୋଜନା ଅନୁସାରେ, ମହିଳା ଜଣଙ୍କ ନିତ୍ୟାନନ୍ଦଙ୍କୁ  ଏକ ଫ୍ଲାଟକୁ ଡାକିଥିଲେ। ଦୁହେଁ କିଛି ସମୟ କଥାବର୍ତା କରିବା ପରେ ମହିଳା ଜଣକ ନିତ୍ୟାନନ୍ଦଙ୍କୁ ମଦ ବୋତଲ ଧରାଇଥିଲେ। ଯେଉଁଥିରେ ନିଦ ଔଷଧ ମିଶିଥିଲା। ନିତ୍ୟାନନ୍ଦ ମଦ ପିଇବା ପରେ ବେହୋଶ ହୋଇଯାଇଥିଲେ। ଏହାପରେ ମହିଳା ଓ ମାଗାଜିନର ପ୍ରିଣ୍ଟର ସତୀଶ ଦୁହେଁ ମିଶି ନିତ୍ୟାନନ୍ଦଙ୍କ ହତ୍ୟା କରିଥିଲେ। ନିତ୍ୟାନନ୍ଦର ଶବକୁ ଏକ କାରରେ ରଖି ଭେଣ୍ଡିରେ ଥିବା ଏକ ଜଙ୍ଗଲକୁ ନେଇ ସେଠାରେ ଫୋପାଡ଼ି ଦେଇ ଦୁହେଁ ଫେରାର ହୋଇଯାଇଥିଲେ।

ପୁଲିସ  ପୁରା ଘଟଣାବଳୀକୁ ଯାଞ୍ଚ କରିବା ପରେ ପ୍ରଥମେ ଫୋନ କଲ ଡିଟେଲ୍ସ ଚେକ୍ କରିଥିଲେ। ସର୍ବ ପ୍ରଥମେ ମହିଳା ସାମ୍ବାଦିକଙ୍କୁ ହିଁ ସନ୍ଦେହ କରିଥିଲେ। ଦୁଇ ଜଣଙ୍କ ମଧ୍ୟରେ ଘଣ୍ଟା ଘଣ୍ଟା କଥାବାର୍ତ୍ତା ହେଉଥିଲା। ଏହା ପରେ ପୁଳିସ ମହିଳାକୁ ହିରାସନକୁ ଡାକି ପଚରାଉଚରା କରିଥିଲେ। ମହିଳା ଜଣକ ନିଜ ଭୁଲକୁ ପୁଲିସ ଆଗରେ ସ୍ବିକାର କରିଥିଲେ ବୋଲି ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.