PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୟାଗଡ଼ : ବାଘ ଶୀକାର କରି ଫଟୋ ଉଠାଇବା ପଡ଼ିଲା ମହଙ୍ଗା, ୫ ବର୍ଷ ପରେ ଧରାପଡ଼ିଲା ବାଘ ଶିକାରୀ
  • ||
  • ବାରିପଦା : ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୨୭ ହଜାର ହେକ୍ଟରରୁ ଉର୍ଦ୍ଧ୍ଵ ଜମିକୁ ମିଳିବ ଜଳସେଚନ ସୁବିଧା
  • ||
  • ଉଦଳା : ଉଦଳା ଏନଏସି ଅଧୀନ ୱାର୍ଡ ନମ୍ବର ୩ରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କୃମି ଔଷଧ ଖାଇ ଶିଶୁ ପୁତ୍ର ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି
  • ||
  • ସମ୍ବଲପୁର : ହୀରାକୁଦର ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ସମ୍ଭାବନା, ସତର୍କ ସୂଚନା ଜାରି କଲା ପ୍ରଶାସନ
  • ||
  • ପାଟଣା : ଘର ଉପରେ ମାଡ଼ି ବସିଲା ବିରାଟକାୟ ବଉଳ ବୃକ୍ଷ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ
  • ||
  • ପୁରୀ : ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଉତ୍ସବ, ବୀରଡୋରିରେ ଦୁଇ ଭାଇଙ୍କ ହାତରେ ୬ ଥାକିଆ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା
  • ||
  • ପାଟଣା : ଚୋରାଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ, ଶାଳ କାଠ ବୋଝେଇ ସ୍କର୍ପିଓ ଜବତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ଆଶଙ୍କା
  • ||
  • ଭଦ୍ରକ : ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ହଦଗଡ଼ ଡ୍ୟାମ୍‌ରୁ ୨ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ
  • ||

ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ : ବିଜୟ ମୁକୁଟ ପିନ୍ଧିଲେ ସିନି ଶେଟ୍ଟୀ, ଏହି ଦୁଇ ସୁନ୍ଦରୀଙ୍କୁ ପଛରେ ପକାଇଲେ

ନୂଆଦିଲ୍ଲୀ ୦୪/୦୭: ରବିବାର ଦିନ ଫେମିନା ମିସ୍ ଇଣ୍ଡିଆର ଫାଇନାଲ୍ ଅନୁଷ୍ଠିତ ହୋଇଥିଲା ଏବଂ ଏହି ପ୍ରତିଯୋଗିତାରେ କର୍ଣ୍ଣାଟକର ସିନି ଶେଟ୍ଟୀ ଜିତିଛନ୍ତି। ସିନି ଶେଟ୍ଟୀଙ୍କୁ ଫେମିନା ମିସ୍ ଇଣ୍ଡିଆ ୱାର୍ଲ୍ଡ -୨୦୨୨ ର ବିଜେତା ଘୋଷିତ କରାଯାଇଛି।

ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ, ସିନି ମିସ୍ ଇଣ୍ଡିଆ ମୁକୁଟ ପିନ୍ଧିଥିବା ବେଳେ, ରାଜସ୍ଥାନର ରୁବଲ ଶେଖୱାତ ଫେମିନା ମିସ୍ ଇଣ୍ଡିଆ – ୨୦୨୨ର ପ୍ରଥମ ରନର୍ ଅପ୍ ଏବଂ ଉତ୍ତରପ୍ରଦେଶର ସିନାତା ଚୌହାନ ଦ୍ୱିତୀୟ ରନର୍ ଅପ୍ ହୋଇଛନ୍ତି। ଏହି ତିନି ସୁନ୍ଦରୀଙ୍କୁ ବାଛିବା ପାଇଁ ଜଜ୍ ପ୍ୟାନେଲରେ ଅଭିନେତ୍ରୀ ନେହା ଧୁପିଆ ଏବଂ ମଲାଇକା ଆରୋରା, ଡିନୋ ମୋରିୟା, ପୂର୍ବତନ କ୍ରିକେଟର ମିତାଲି ରାଜ, ଡିଜାଇନର୍ ରୋହିତ ଗାନ୍ଧୀ ଏବଂ ରାହୁଲ ଖାନ୍ନା ଏବଂ କୋରିଓଗ୍ରାଫର ଶ୍ୟାମକ ଡାୱାର ରହିଥିଲେ।

ମିସ୍ ଇଣ୍ଡିଆର ଘୋଷଣା ପାଇଁ ରାଜକୁମାର ରାଓ ସ୍ପେଶାଲ ଗେଷ୍ଟ ରୂପେ ଯୋଗ ଦେଇଥିଲେ। ଏହି ଶୋ ’କୁ ମନିଷ ପାଲ ହୋଷ୍ଟ କରିଥିଲେ। ଶୋ’ରେ ଚାରଚାନ୍ଦ ଲଗାଇବା ପାଇଁ କ୍ରିତି ସାନନ୍ ତାଙ୍କର ଗୀତ ‘ପରମ ସୁନ୍ଦରୀ’ ରେ ପରଫର୍ମ କରିଥିବାବେଳେ ଲରେନ୍ ମଧ୍ୟ ମଞ୍ଚରେ ତାଙ୍କର ଡ୍ୟାସିଙ୍ଗ ସ୍କିଲ୍ ଦେଖାଇଥିଲେ। ଏହି ଶୋ’ରେ ନେହା ଧୁପିଆଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା, କାରଣ ୨୦ ବର୍ଷ ପୂର୍ବେ ସେ ମଧ୍ୟ ମିସ୍ ଇଣ୍ଡିଆ ହୋଇଥିଲେ।

ସମ୍ବନ୍ଧିତ ଖବର