PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

୨ ଛୁଆର ମା’କୁ ନେଇ ବଙ୍ଗାଳୀ ମିସ୍ତ୍ରୀ ଫେରାର

file photo

କେନ୍ଦୁଝର : କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବାଉରୀପଦା ଗ୍ରାମର ଆବାସ ଯୋଜନା ଘର ନିର୍ମାଣ ଦାୟିତ୍ୱ ନେଇଥିବା ବଙ୍ଗାଳି ମିସ୍ତ୍ରୀ ଜଣେ ବିବାହିତା ମହିଳାଙ୍କୁ ନେଇ ଫେରାର ହୋଇଯାଇଛି । ୩୦ ବର୍ଷିୟା ମହିଳା ଜଣକ ୨ ସନ୍ତାନର ମା’ । ଏଥିନେଇ ମହିଳାଙ୍କ ସ୍ୱାମୀ ସଦର ଥାନାରେ ଏତଲା ଦେଇଛନ୍ତି । କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ ହସ୍ତକ୍ଷେପ କରିବା ପରେ ଏସ୍‌ପିଙ୍କ ସହିତ ଆଲୋଚନା କରି ମହିଳାଙ୍କୁ ଉଦ୍ଧାର କରିବା ଦିଗରେ ପଦକ୍ଷେପ ନେବାକୁ ଆଲୋଚନା କରିଥିଲେ ।

ପୁଲିସ ମିସ୍ତ୍ରୀଙ୍କ ମୋବାଇଲ ଟ୍ରାକିଂ କରିବା ପରେ ସେ ଝାଡ଼ଖଣ୍ଡରେ ଥିବା ସୂଚନା ମିଳିଛି । ମାତ୍ର ପୁଲିସ ସେଠାକୁ ଯିବାକୁ ଅନୁମତି ପାଇନଥିବା ଦର୍ଶାଇଛି । ଏପଟେ ୧୨ ବର୍ଷର ପୁଅ ଓ ୧୦ ବର୍ଷର ଝିଅ ମା’କୁ ଝୁରି ଝୁରି ଖାଇବା ପିଇବା ଛାଡି ଦେଇଛନ୍ତି । ଏ ସମ୍ପର୍କରେ ସଦର ଥାନାଧିକାରୀ ଜୟନାରାୟଣ ଖଣ୍ଡାଇଙ୍କୁ ପଚାରିବାରୁ ମହିଳାଙ୍କ ସହିତ ବଙ୍ଗାଳି ମିସ୍ତ୍ରୀଙ୍କ ଅନୈତିକ ସମ୍ପର୍କ ରହିଥିଲା । ସେ ଜଣେ ଭିନ୍ନ ସମ୍ପ୍ରଦାୟର ହୋଇଥିବରୁ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା । ପୁଲିସ ହସ୍ତକ୍ଷେପ ପରେ ମହିଳାଙ୍କ ସ୍ୱାମୀଙ୍କୁ ସତର୍କ କରାଯାଇଥିଲା । ମାତ୍ର ସେ ଅନୈତିକ ସମ୍ପର୍କ ଘଟଣାକୁ ଅସ୍ୱୀକାର କରିଥିଲେ ।

ସ୍ୱାମୀଙ୍କ ଅନୁପସ୍ଥିତର ସେ ମହିଳାଙ୍କୁ ନେଇ ଫେରାର ହୋଇଯାଇଛି । ମହିଳା ଜଣଙ୍କ ରାଜି ହୋଇ ତାଙ୍କ ସହିତ ଯାଇଛି । ପୁଲିସ ମୋବାଇଲ ଟ୍ରାକିଂ କରି ସେମାନେ ଝାଡ଼ଖଣ୍ଡରେ ରହିଥିବା ଜାଣିବାକୁ ପାଇଛି । ଖୁବଶୀଘ୍ର ପୁଲିସର ଏକ ଟିମ୍‌ ଝାଡ଼ଖଣ୍ଡ ଯାଇ ମହିଳାଙ୍କୁ ଉଦ୍ଧାର କରିବ ବୋଲି କହିଛନ୍ତି ।