PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ନବରାତ୍ରିରେ ଘରକୁ ନିଅନ୍ତୁ ନୂଆ ସ୍କୁଟର-ବାଇକ୍, 0 ସୁଧ ହାର ସହ ମିଳୁଛି  0 ଡାଉନ୍ ପେମେଣ୍ଟର ସୁବିଧା

ନୂଆଦିଲ୍ଲୀ ୨୮/୯: ଯଦି ଆପଣ ମଧ୍ୟ ଏହି ଫେଷ୍ଟିଭ୍ ସିଜନରେ ଶସ୍ତାରେ ବାଇକ୍ ବା ସ୍କୁଟର କିଣିବା ପାଇଁ ଚିନ୍ତା କରୁଛନ୍ତି ତେବେ ଆପଣଙ୍କ ପାଖରେ ସୁବର୍ଣ୍ଣ ସୁଯୋଗ ରହିଛି । ପପୁଲାର ଟୁ-ହ୍ୱିଲର କମ୍ପାନୀ ହୋଣ୍ଡା ନିଜ ଗାଡିରେ ଦମଦାର ଅଫର ନେଇଆସିଛି । ଫେଷ୍ଟିଭ୍ ସିଜନକୁ ନଜରରେ ରଖି କମ୍ପାନୀ ନିଜ ବାଇକ୍ ଏବଂ ସ୍କୁଟର୍ସରେ କ୍ୟାଶବ୍ୟାକ୍, ଜିରୋ ଡାଉନ୍ ପେମେଣ୍ଟ ଏବଂ ବିନା ସୁଧ ଇଏମଆଇ ଭଳି ସୁବିଧା ଦେବା ପାଇଁ ନିଷ୍ପତ୍ତି ନେଇଛି । ଏହା ବ୍ୟତୀତ ହିରୋ ମୋଟୋକର୍ପ ମଧ୍ୟ ଏହିଭଳି ଅଫର ନିଜ ଗ୍ରାହକଙ୍କୁ ଦେଉଛି । ଆସନ୍ତୁ ଜାଣିବା ଏହି ଅଫର ସମ୍ପର୍କରେ…

ଫେଷ୍ଟିଭ୍ ଅଫର ଅନୁସାରେ ହୋଣ୍ଡା ନିଜ ସ୍କୁଟର ବା ବାଇକରେ ୫ ପ୍ରତିଶତ ପର୍ଯ୍ୟନ୍ତ କ୍ୟାଶବ୍ୟାକ୍ ଦେଉଛି । ଏହି କ୍ୟାଶବ୍ୟାକ୍ ସର୍ବାଧିକ ୫ ହଜାର ଟଙ୍କା ହୋଇପାରେ । ଏହା ବ୍ୟତୀତ କମ୍ପାନୀ ଫାଇନାନ୍ସ ଜରିଆରେ ଟୁ ହ୍ୱିଲର କିଣୁଥିବା ଲୋକଙ୍କୁ ସର୍ତ୍ତ ସହିତ ଜିରୋ ଡାଉନ୍ ପେମେଣ୍ଟର ସୁବିଧା ଦେଉଛି ।

କେବଳ ଏତିକି ନୁହେଁ, ଗ୍ରାହକଙ୍କୁ ନୋ କଷ୍ଟ ଇଏମଆଇର ମଧ୍ୟ ଫାଇଦା ମିଳିବ । ଅର୍ଥାତ୍ ଇଏମଆଇରେ କୌଣସି ସୁଧ ନିଆଯିବନି  । ତେବେ ଏଥିପାଇଁ କିଛି ସର୍ତ୍ତ ରହିଛି । କ୍ୟାଶବ୍ୟାକ୍ ଅଫର ପାଇଁ କମ୍ପାନୀ ଷ୍ଟାଣ୍ଡାର୍ଡ ଚାର୍ଟର୍ଡ, ଫେଡରଲ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, ଆଇଡିଏଫସି ଫର୍ଷ୍ଟ ବ୍ୟାଙ୍କ, ୱନ୍ କାର୍ଡ ଭଳି କମ୍ପାନୀଙ୍କ ସହିତ ପାର୍ଟନରସିପ୍ କରିଛି ।

ହିରୋର ଦମଦାର ଅଫର

ହୋଣ୍ଡା ଭଳି ହିରୋ ମୋଟୋକର୍ପ ମଧ୍ୟ ସ୍କୁଟରରେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ଅଫର ଏବଂ ୩ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାଶ୍ ଡିସ୍କାଉଣ୍ଟ ମଧ୍ୟ ଦେଉଛି । ଏହା ବ୍ୟତୀତ ଆପଣଙ୍କୁ ଏକ ବର୍ଷର ବୀମା ଲାଭ, ୨ ବର୍ଷର ମାଗଣା ସର୍ଭିସ୍ ମେଣ୍ଟେନାନ୍ସ, ୪ ହଜାର ଟଙ୍କାର ଗୁଡଲାଇଫ୍ ଗିଫ୍ଟ ଭାଉଚର, ୫ ବର୍ଷର ୱାରେଣ୍ଟି ଏବଂ ୦ ପ୍ରତିଶତ ସୁଧରେ ୬ ମାସର ଇଏମଆଇର ସୁବିଧା ମଧ୍ୟ ମିଳିବ ।